Posted inଖେଳ

ଡବ୍ଲ୍ୟୁଟିସି ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଭାରତ: ଜାଣନ୍ତୁ ଏବେ କ’ଣ ରହିଛି ପରିସ୍ଥିତି

ଦୁବାଇ, ୪ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ୩-୦ରେ ଲଜ୍ଜାଜନକ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ମୁମ୍ବାଇରେ ଅନୁଷ୍ଠିତ ତୃତୀୟ ତଥା ଫାଇନାଲ ଟେଷ୍ଟରେ ଭାରତ ରବିବାର ନ୍ୟୁଜିଲାଣ୍ଡଠାରୁ ୨୫ ରନରେ ପରାଜୟ ସହ ୦-୩ରେ ହ୍ବାଇଟ୍‌ ଓ୍ବାଶ ହୋଇଛି। ଫଳରେ ୧୯୯୯-୨୦୦୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ ୨-୦ରେ ହାରିବା ପରଠାରୁ ଏହା ଭାରତର ପ୍ରଥମ ପରାଜୟ। ପୁନଶ୍ଚ ଭାରତ ପ୍ରଥମ ଥର ନିଜ ମାଟିରେ ଏକ ଟେଷ୍ଟ ସିରିଜ ୩-୦ରେ ପରାଜିତ ହୋଇଛି।

ଡବ୍ଲ୍ୟୁଟିସି ସାଇକେଲରେ ଭାରତର ଏହା ହେଉଛି ୫ମ ପରାଜୟ। ଫଳତଃ ଦଳର ପଏଣ୍ଟ ପ୍ରତିଶତ ୬୨. ୮୨ରୁ ୫୮.୩୩କୁ ହ୍ରାସ ପାଇଛି। ଏଥିସହିତ ଦଳ ବର୍ତ୍ତମାନର ଚାମ୍ପିୟନ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଅଷ୍ଟ୍ରେଲିଆ ୬୨.୫୦ ପ୍ରତିଶତ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିନେଇଛି। ଭାରତ ବର୍ତ୍ତମାନ ଡାଉନ୍‌ ଅଣ୍ଡରରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବ। ପ୍ରଥମ ଦୁଇ ସ୍ଥାନ ପାଇଁ ଉଭୟ ଦଳ ଲାଗି ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ଭାରତ ଏହାର ଅବଶିଷ୍ଟ ମ୍ୟାଚଗୁଡ଼ିକ ମଧ୍ୟରୁ ଅଧିକାଂଶରେ ବିଜୟ ଲାଭ କରିବ ବୋଲି ମନେ କରାଯାଉଥିଲା। ଏଥିସହିତ ଦଳ କ୍ରମାଗତ ତୃତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବ ବୋଲି ମଧ୍ୟ ଆଶା କରାଯାଉଥିଲା। ମାତ୍ର ପରିସ୍ଥିତି ବଦଳି ଯାଇଛି।

ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତକୁ ଅବଶିଷ୍ଟ ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରିବାକୁ ପଡ଼ିବ; ଯାହାକି ଅଷ୍ଟ୍ରେଲିଆରେ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ଅଛି। ସେମାନଙ୍କୁ ଅବଶିଷ୍ଟ ୭ ଟେଷ୍ଟ ମ୍ୟାଚରୁ ୪ଟିରେ ବିଜୟ ହାସଲ କରିବାକୁ ପଡ଼ିବ। ଭାରତ ବିପକ୍ଷରେ ଐତିହାସିକ ସିରିଜ ସୁଇପ୍‌ ବିଜୟ ଦ୍ୱାରା ଡବ୍ଲ୍ୟୁଟିସି ଫାଇନାଲ ପାଇଁ ନ୍ୟୁଜିଲାଣ୍ଡର ସମ୍ଭାବନା ବୃଦ୍ଧି ପାଇଛି। ଦଳ ବର୍ତ୍ତମାନ ୫୪.୫୫ ପ୍ରତିଶତ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୫୫.୫୬ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ୫୪.୧୭ ପ୍ରତିଶତ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ଡବ୍ଲ୍ୟୁଟିସି ଷ୍ଟାଣ୍ଡିଂର ପ୍ରଥମ ଦୁଇ ସ୍ଥାନ ପାଇଁ ଦୌଡ଼ରେ ମଧ୍ୟ ଏହି ଦଳ ରହିଛି। ତେବେ ଆସନ୍ତା ମାସରେ ଲଡର୍‌ସଠାରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଦଳକୁ ବିଜୟ ହାସଲ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri