କୌଣସି ଦେଶକୁ ଧ୍ୱଂସ କରିପାରିବ କି ଆମେରିକା? ଏପରି ନିୟମ ବିଷୟରେ ଜାଣିଲେ ଥରି ଉଠିବେ…

ଓ୍ବାଶିଂଟନ୍‌,୭।୨: ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି, ଆମେରିକା ଏବଂ ଇସ୍ରାଏଲ ମିଶି ଇରାନକୁ ଖଣ୍ଡ ଖଣ୍ଡ କରିଦେବେ। ତେବେ ପରେ ଟ୍ରମ୍ପ ଏହାକୁ ନେଇ ସଫେଇ ଦେଇଛନ୍ତି ଯେ, ସେ ଏହା କହି ନାହାଁନ୍ତି; ତାଙ୍କ ବକ୍ତବ୍ୟକୁ ଅତିରଞ୍ଜିତ କରାଯାଇଛି।

ତଥାପି, ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ ଉଲ୍ଲେଖ କରିଥିଲେ ଯେ ସେ ତାଙ୍କ ପରାମର୍ଶଦାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଇରାନ ମୋତେ ହତ୍ୟା କରେ। ତା’ପରେ ତାହା ଧ୍ୱଂସ ହୋଇଯିବ। ଆମେରିକା ରାଷ୍ଟ୍ରପତି ମଧ୍ୟ ସମ୍ପ୍ରତି ଇରାନ ବରୋଧରେ କଠୋର କଟକଣା ଲାଗୁ କରିବା ପାଇଁ ଏକ ପ୍ରସ୍ତାବରେ ସୱାକ୍ଷର କରିଛନ୍ତି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆମେରିକା କ’ଣ ପ୍ରକୃତରେ ଗୋଟିଏ ଦେଶକୁ ଧ୍ୱଂସ କରିପାରିବ? ଦୁନିଆରେ ଏ ବିଷୟରେ କୌଣସି ପ୍ରକାରର ନିୟମ ଅଛି କି? ଆସନ୍ତୁ ଆମେ ଆପଣଙ୍କୁ ଏହାର ଉତ୍ତର କହିବା।

ତେବେ ଏହିଭଳି କଥା କେବଳ ବୟାନବାଜିରେ ରହିଥାଏ। ସେହି ଜିନିଷଗୁଡ଼ିକର କୌଣସି ଗୁରୁତ୍ୱ ଏବଂ ପ୍ରଭାବ ପକାଏ ନାହିଁ। କିନ୍ତୁ ଯଦି କୌଣସି ଦେଶର ମୁଖ୍ୟ କିଛି କୁହନ୍ତି ତେବେ ସବୁକିଛି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଇରାନ ବିଷୟରେ କହିଛନ୍ତି ଯେ ଯଦି ତାଙ୍କୁ ହତ୍ୟା କରାଯାଏ ତେବେ ଇରାନକୁ ଧ୍ୱଂସ କରିଦିଆଯିବା ଉଚିତ। ହଁ, ଏହି ବିବୃତ୍ତି ପରମାଣୁ ଶାନ୍ତି ଚୁକ୍ତିନାମା ଏବଂ କିଛି ଅତୀତର ଘଟଣାର ପରିପ୍ରେକ୍ଷୀରେ।

ଆପଣଙ୍କୁ କହି ରଖୁଛୁ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ହତ୍ୟା ଧମକ ମିଳିଥିଲା। ଏବେ ଆସନ୍ତୁ ଆଲୋଚନା କରିବା ଯେ ଆମେରିକା ପ୍ରକୃତରେ ଇରାନକୁ କି ଅନ୍ୟ କୌଣସି ଦେଶକୁ ଧ୍ୱଂସ କରିପାରିବ କି? କହି ରଖୁଛୁ ଯେ ଆଜିର ବିଶ୍ୱରେ କୌଣସି ଦେଶ ବିନା କାରଣରେ, କୌଣସି ଦୃଢ଼ କାରଣ ବିନା ଅନ୍ୟ କୌଣସି ଦେଶ ଉପରେ ଆକ୍ରମଣ କରିପାରିବ ନାହିଁ।

ଯଦି ଆମେରିକାକୁ ସୂଚନା ମିଳେ ଯେ କୌଣସି ଦେଶ ଆମେରିକା ବରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରୁଛି। ତେବେ ଆମେରିକା ସେହି ଦେଶ ଉପରେ ଆକ୍ରମଣ କରିପାରିବ। ପ୍ରତ୍ୟେକ ଦେଶକୁ ନିଜ ଦେଶର ସୁରକ୍ଷା ଉପରେ ଚିନ୍ତା କରିବାର ସୱାଧୀନତା ଅଛି। ଉଦାହରଣ ଭାରତ ଯେଭଳି ଭାବରେ ପାକ ଅଧିକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା।

ଜାତିସଂଘ ଚାର୍ଟର ଅନୁଯାୟୀ, କୌଣସି ଦେଶ ଅନ୍ୟ ଦେଶ ଉପରେ ଆକ୍ରମଣ କରିପାରିବ ନାହିଁ ଯଦି… ଆତ୍ମରକ୍ଷା ପାଇଁ ନହେଲେ, ଯେକୌଣସି ଦେଶ ଜାତିସଂଘ ଚାର୍ଟରର ଧାରା ୫୧ ଅନୁଯାୟୀ ଆତ୍ମରକ୍ଷା ପାଇଁ ପ୍ରତିଶୋଧ ନେଇପାରିବ। କିନ୍ତୁ ଆକ୍ରମଣ ପାଇଁ ଜାତିସଂଘ ସୁରକ୍ଷା ପରିଷଦରୁ ଅନୁମତି ନେବାକୁ ପଡିବ, ଯାହାର ଆମେରିକା ନିଜେ ଏକ ସ୍ଥାୟୀ ସଦସ୍ୟ।

ଆମେରିକାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଏ। ଆମେରିକା ପାଖରେ ବିଶ୍ୱର ସର୍ବୋତ୍ତମ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଅଛି। ଆମେରିକୀୟ ସେନା, ନୌସେନା ଏବଂ ବାୟୁସେନା ପାଖରେ ବିଶ୍ୱର ସର୍ବୋତ୍ତମ ଆଧୁନିକ ଅସ୍ତ୍ରଶସ୍ତ୍ର ଅଛି। ଆମେରିକା ପାଖରେ ମଧ୍ୟ ଏକ ବଡ଼ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ଅଛି। ଯଦି ଆମେରିକା ଚାହିଁବ, ତେବେ ସେ ନିଶ୍ଚିତ ଭାବରେ ଯେକୌଣସି ଦେଶକୁ ଧ୍ୱଂସ କରିପାରିବ। କିନ୍ତୁ କେବଳ ଇଚ୍ଛା ଦ୍ୱାରା ଏହା ଘଟିପାରିବ ନାହିଁ। ବିଶ୍ୱରେ ଚାଇନା ଏବଂ ଋଷିଆ ଭଳି ଅନ୍ୟ ଶକ୍ତିଶାଳୀ ଦେଶ ଅଛନ୍ତି। ଯେଉଁମାନେ ଏଥିରେ ହସ୍ତକ୍ଷେପ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri