କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି। ୫୦ ବର୍ଷୀୟ କ୍ୟାମ୍ପବେଲ୍‌ ଏବେ ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟୋଗ ବିସ୍ତାରାର ସହଯୋଗୀ ସଂସ୍ଥା ସ୍କୁଟ୍‌ରେ ସିଇଓ ଅଛନ୍ତି। ତାଙ୍କର ବିମାନ ଚଳାଚଳ ଶିଳ୍ପରେ ୨୬ ବର୍ଷର ଅଭିଜ୍ଞତା ରହିଛି। ଏୟାର ଇଣ୍ଡିଆକୁ ତାଙ୍କୁ ସ୍ବାଗତ କରିବାରେ ବହୁତ ଖୁସି ବୋଲି ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଚନ୍ଦ୍ରଶେଖରନ୍‌ କହିଛନ୍ତି। ତାଙ୍କ ଅଭିଜ୍ଞତାରୁ ଏୟାର ଇଣ୍ଡିଆ ଲାଭ ଉଠାଇପାରିବ। ଏହାକୁ ଏକ ବିଶ୍ୱସ୍ତରୀୟ ଏୟାରଲାଇନ୍ସରେ ପରିଣତ କରିବା ଲାଗି ତାଙ୍କ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଚନ୍ଦ୍ରଶେଖରନ କହିଛନ୍ତି। ମର୍ଯ୍ୟାଦାଜନକ ଟାଟା ଗ୍ରୁପ୍‌ର ଏୟାରଇଣ୍ଡିଆର ନେତୃତ୍ୱ ନେବା ପାଇଁ ଚୟନ କରାଯିବା ତାଙ୍କ ପାଇଁ ସମ୍ମାନର କଥା ବୋଲି କ୍ୟାମ୍ପବେଲ୍‌ କହିଛନ୍ତି। ଉଭୟ ପୂର୍ଣ୍ଣକାଳୀନ ଏବଂ ବଜେଟ ଏୟାରଲାଇନ୍ସରେ ଅଭିଜ୍ଞତା ଥିବା କ୍ୟାମ୍ପବେଲ୍‌ ୧୯୯୬ରେ ନ୍ୟୁଜିଲାଣ୍ଡରେ ସିଙ୍ଗାପୁର ଏୟାରଲାଇନ୍ସ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ କାନାଡ଼ା, ହଂକଂ ଏବଂ ଜାପାନରେ ଉକ୍ତ ଏୟାରଲାଇନ୍ସରେ କାମ କରିବା ସହ ୨୦୧୧ରେ ସ୍କୁଟ୍‌ର ପ୍ରତିଷ୍ଠାତା ସିଇଓ ହୋଇଥିଲେ। ୨୦୧୬ରେ ସେ ସିଙ୍ଗାପୁର ଏୟାରଲାଇନ୍ସ ସେଲ୍ସ ଓ ମାର୍କେଟିଂର ବରିଷ୍ଠ ଉପାଧ୍ୟକ୍ଷ ହୋଇଥିଲେ। ୨୦୨୦ ଏପ୍ରିଲରେ ସେ ପୁଣିଥିରେ ସ୍କୁଟ୍‌କୁ ସିଇଓ ଭାବେ ଫେରିଥିଲେ।
ସୂଚନାଯୋଗ୍ୟ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ଭାରତ ସରକାରଙ୍କଠାରୁ ଟାଟା ଗ୍ରୁପ୍‌ କିଣିବା ପରେ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଅଧ୍ୟକ୍ଷ ଇଲ୍‌କର ଆଇସିଙ୍କୁ ଏହାର ସିଇଓ ତଥା ଏମ୍‌ଡି କରିବା ଲାଗି ଚୟନ କରିଥିଲା। ତେବେ ଇଲ୍‌କର ଉକ୍ତ ପଦବୀ ଗ୍ରହଣ କରିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri