Campa  ପିଇବେ ଦୁବାଇବାସୀ! UAEରେ କୋଲ୍ଡ ଡ୍ରିଙ୍କ୍‌ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୮।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଏକ ୟୁନିଟ୍‌ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଏହାର ଥଣ୍ଡା ପାନୀୟ ବ୍ରାଣ୍ଡ କାମ୍ପା କୋଲା ଲଞ୍ଚ କରିଛି। ବିଶ୍ୱର ଅଗ୍ରଣୀ ଖାଦ୍ୟ ଏବଂ ପାନୀୟ (F&B) ଇଭେଣ୍ଟ ଗଲ୍ଫଫୁଡ୍‌ରେ ଏହି ଶୁଭାରମ୍ଭ କରାଯାଇଥିଲା। ଏକ ମିଳିତ ବିବୃତ୍ତି ଅନୁଯାୟୀ କାମ୍ପା କୋଲା ୟୁଏଇରେ ଅଂଶୀଦାର Agthia Group ସହିତ ମିଳିତ ଭାବରେ ଲଞ୍ଚ କରାଯାଉଛି, ଯାହାକି ଏହି ଅଞ୍ଚଳର ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ଅନ୍ୟତମ।
UAEରେ ପ୍ରଥମ ପ୍ରବେଶ:
ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (RCPL) ପ୍ରଥମ ଥର ପାଇଁ UAEରେ ପ୍ରବେଶ କରିଛି। RCPL ୨୦୨୨ ମସିହାରେ କାମ୍ପା କୋଲା ଅଧିଗ୍ରହଣ କରିବା ପରେ ମୃଦୁ ପାନୀୟ ବଜାରରେ ପ୍ରବେଶ କରିଥିଲା ଏବଂ ପରେ ୨୦୨୩ ମସିହାରେ ଏହାକୁ ପୁନଃପ୍ରଚଳନ କରାଯାଇଥିଲା।
କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) କେତନ ମୋଦି କହିଛନ୍ତି, ଆମେ ୫୦ ବର୍ଷରୁ ଅଧିକ ସମୟ ପୂର୍ବେ ପ୍ରତିଷ୍ଠିତ ଏକ ଭାରତୀୟ ବ୍ରାଣ୍ଡ CAMPA ସହିତ UAE ବଜାରରେ ପ୍ରବେଶ କରିବାକୁ ଉତ୍ସାହିତ। ଆମେ ଦୀର୍ଘକାଳୀନ ଅବଧୀ ଲାଗି ନିବେଶ କରୁଛୁ ଏବଂ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିର ବିଶାଳ ସମ୍ଭାବନା ଦେଖୁଛୁ।
କେତନ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିର ବିଶାଳ ସମ୍ଭାବନା ଦେଖୁଛୁ। ଆମର ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଅଭିନବ ଏବଂ ବିଶ୍ୱସ୍ତରୀୟ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିବାରେ ଆମର ଏକ ପ୍ରମାଣିତ ଟ୍ରାକ୍‌ ରେକର୍ଡ ଅଛି। କ୍ୟାମ୍ପା କୋଲାର ଶୁଭାରମ୍ଭ ୟୁଏଇରେ ଥିବା ସମସ୍ତ ଭାରତୀୟ ପ୍ରବାସୀମାନଙ୍କ ମଧ୍ୟରେ ସ୍ମୃତିକୁ ଫେରାଇ ଆଣିବ। ତେବେ  ଗଲ୍ଫଫୁଡ୍‌ ୨୦୨୫ ଫେବୃଆରୀ ୧୭-୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ATMରୁ ଟଙ୍କା ଉଠାଇବା ହୋଇଯିବ ମହଙ୍ଗା, ଗଣିବେ ଏତିକି… 

ନୂଆଦିଲ୍ଲୀ,୨୫।୩: ଯଦି ଆପଣଙ୍କର ବାରମ୍ବାର ATMରୁ ଟଙ୍କା ଉଠାଇବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ ଏହି ଅଭ୍ୟାସକୁ ସୁଧାରି ନେବାକୁ ହେବ। କାରଣ ମେ’ ପହିଲାରୁ...

New Rules From April 1: ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ୟୁପିଆଇରୁ ନେଇ ଆଧାର ଯାଏ… 

ନୂଆଦିଲ୍ଲୀ,୨୫।୩: ଆସନ୍ତା ଏପ୍ରିଲ ପହିଲାରୁ UPI, ଆଧାର କାର୍ଡ, ପାନ କାର୍ଡ ଏବଂ ବ୍ୟାଙ୍କ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ...

ବ୍ୟବସାୟରେ ରାତାରାତି ସଫଳତା ନାହିଁ

ରାଜ୍ୟର ଅଗ୍ରଣୀ ଧୂପକାଠି ଉପତ୍ାଦନକାରୀ ସଂସ୍ଥା ସୋମେନ ଅଗରବତି। ଏହାର ପ୍ରୋପାଇଟର ପ୍ରହଲ୍ଲାଦ ପଲାଇ ଦିନେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ଆରମ୍ଭ କରିଥିଲେ ଧୂପକାଠି...

୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା

ନୂଆଦିଲ୍ଲୀ,୨୪।୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର GDP (ମୋଟ ଘରୋଇ...

ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା।...

୧ ଏପ୍ରିଲରୁ ବଦଳିଯିବ UPS ନିୟମ, ଏବେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୩: ଭାରତ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ ଏକ ଉନ୍ନତ ଏବଂ ସୁବିଧାଜନକ ପେନସନ ବିକଳ୍ପ ଭାବରେ ୟୁନିଭର୍ସାଲ ପେନସନ ଯୋଜନା (UPS) ଆରମ୍ଭ କରାଯାଇଥିଲା।...

ଜରୁରୀକାଳୀନ ପରିସ୍ଥିତି ପାଇଁ କେମିତି ଜମା କରିବେ ଟଙ୍କା, ସରଳ ଉପାୟରେ ଜାଣନ୍ତୁ

କୌଣସି ଜରୁରୀକାଳୀନ ପରିସ୍ଥିତି ସୂଚନା ଦେଇ ଆସେନାହିଁ। ଭବିଷ୍ୟତରେ ଆମକୁ ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆମକୁ ଜରୁରୀକାଳୀନ...

Gold vs FD: ସୁନା ନା FD କେଉଁଥିରେ ନିବେଶ କଲେ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୩: ଭାରତରେ ସୁନା ନିବେଶକୁ ପାରମ୍ପରିକ ଭାବରେ ଏକ ସୁରକ୍ଷିତ ଏବଂ ଅଧିକ ପସନ୍ଦର ନିବେଶ ବିକଳ୍ପ ଭାବରେ ବିବେଚନା କରାଯାଏ। ଯଦି କେହି ସୁନାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri