ପେଟ ପାଇଁ ଗାଁ ବୁଲୁଛି ଓଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସୁଦୂର ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ କେତେଜଣ ବ୍ୟକ୍ତି ଓଟକୁ ଧରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗାଁକୁ ଗାଁ ବୁଲି ଧାନ, ଚାଉଳ, ଟଙ୍କା, ପନିପରିବା ଆଦି ଯିଏ ଯାହା ଦେଲା ତାହା ଗ୍ରହଣ କରୁଛନ୍ତି। ଗ୍ରାମାଞ୍ଚଳର ଛୋଟପିଲାମାନେ ପାଠପଢ଼ା ବହି ଛବିରେ ଦେଖିଥିବା ଓଟକୁ ନିଜ ଘର ସାମ୍ନାରେ ଦେଖି ବେଶ୍‌ ଖୁସି ଅନୁଭବ କରୁଛନ୍ତି। ଗ୍ରାମର କେତେଜଣ ମହିଳା ନିଜ ପିଲାଙ୍କୁ ଓଟ ପିଠିରେ ବସାଇ ଫଟୋ ଉଠାଉଛନ୍ତି। ଓଟ ଦେଖିବାକୁ ପିଲାମାନେ ପଛେ ପଛେ ଗୋଡ଼ାଇ ମଜା ନେଉଛନ୍ତି। ମାହୁନ୍ତଙ୍କ କହିବା କଥା, ପେଟ ପୋଷିବା ପାଇଁ ଓଟକୁ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ୩ ମାସରୁ ଅଧିକ ଦିନ ଚାଲି ଚାଲି ବିହାର, ଝାଡ଼ଖଣ୍ଡ, ଜାମସେଦପୁର ଟାଟା ନଗର ଦେଇ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ପହଞ୍ଚତ୍ଥିଲୁ। ପରେ ଗାଁ ଗାଁ ବୁଲି ମହାକାଳପଡ଼ା ଅଞ୍ଚଳରେ ପହଞ୍ଚତ୍ ଓଟକୁ ଦେଖି ଖାଇବାକୁ ଦେବା ସହ ଯିଏ ଯାହା ଦାନ ଦେଇଥାନ୍ତି। ଦିନସାରା ବୁଲି ଗାଁ ମୁଣ୍ଡ ବରଗଛ ମୂଳରେ ଆଶ୍ରୟ ନେଇଥାଉ ବୋଲି ୨ ମାହୁନ୍ତ ଶୁକ୍ର ଓ ମନି କହିଛନ୍ତି। ଦେଶର ଉତ୍ତର ଭାରତର ପାହାଡ଼ ଶୀର୍ଷରେ ଥିବା ଅମରନାଥ, ବୈଷ୍ଣୋଦେବୀ, କାଶୀନାଥ, କେଦାରନାଥ ଆଦି ଧର୍ମପୀଠକୁ ଶ୍ରଦ୍ଧାଳୁମାନେ ଟଙ୍କା ଦେଇ ଓଟ, ଘୋଡ଼ା, ଖଚର ପିଠିରେ ବସି ଯାତାୟାତ କରିଥାନ୍ତି ବୋଲି ମାହୁନ୍ତ କହିଛନ୍ତି।