ମ୍ୟାନମାରରେ ସାମରିକ ଶାସନ ବିରୋଧରେ ବସନ୍ତ କ୍ରାନ୍ତି ଆହ୍ବାନ…

ନାପିଦ୍ୱ,୮।୧୧ : ପ୍ରକାଶ ଯେ, ମ୍ୟାନମାରରେ ସାମରିକ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ଦଳ ବର୍ତ୍ତମାନ ଏକ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯୋଜନା କରୁଛନ୍ତି। ଦେଶରେ ବିରୋଧୀ ଦଳ ଜାତୀୟ ଏକତା ସରକାର (ଏନୟୁଜି) ନାମକ ଏକ ବିକଳ୍ପ ସରକାର ଗଠନ କରିଛନ୍ତି। ଅକ୍ଟୋବର ମଧ୍ୟଭାଗରେ ଏନୟୁଜି ଏକ ବିବୃତ୍ତି ଜାରି କରି ବସନ୍ତ କ୍ରାନ୍ତି ପାଇଁ ଏକ ନିର୍ଣ୍ଣାୟକ ଲଢ଼େଇ ଆହ୍ବାନ କରିଥିଲା। ବର୍ତ୍ତମାନ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସୂଚାଇ ଦେଉଛି ଯେଏନୟୁଜି ଆସନ୍ତା ବସନ୍ତ ଅର୍ଥାତ ଆସନ୍ତା ବର୍ଷ ବର୍ଷା ଆରମ୍ଭ ହେବା ପୂର୍ବରୁ ଦେଶରୁ ସାମରିକ ଶାସନକୁ ହଟାଇବାକୁ ଚାହୁଁଛି।

୧ ଫେବୃଆରୀ ୨୦୨୧ ରେ ମ୍ୟାନମାରରେ ନିର୍ବାଚିତ ସରକାରଙ୍କୁ ସାମରିକ ବାହିନୀ କ୍ଷମତାଚ୍ୟୁତ କରିଥିଲା। ସେବେଠାରୁ ଅନେକ ସ୍ଥାନୀୟ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ଲଗାତାର ଲଢ଼େଇ କରି ଆସୁଛନ୍ତି। କେତେକ ଅଞ୍ଚଳରେ ବିଦ୍ରୋହୀ ଦଳ ଗରିଲା ଯୁଦ୍ଧ ଚଳାଉଛନ୍ତି। ସେଥିମଧ୍ୟରୁ କରେନ ନ୍ୟାଶନାଲ ଲିବରେଶନ ଆର୍ମି (କେଏନଏଲଏ) ଏବଂ ପିପୁଲ୍ସ ଡିଫେନ୍ସ ଫୋର୍ସ (ପିଡିଏଫ) ଆଦି ରହିଛି। ବିଭିନ୍ନ ଦଳ ଦ୍ୱାରା ପିଡିଏଫ ଗଠନ କରାଯାଇଛି।

ଜଣେ ବିଦେଶୀ ଗୁପ୍ତଚର ବିଶ୍ଳେଷଣକାରୀ ୱେବସାଇଟ ଏସିଆ ଟାଇମ୍ସକୁ କହିଛନ୍ତି ଏନୟୁଜିର ବିବୃତ୍ତି ଦର୍ଶାଉଛି ଯେ ଦେଶରୁ ସାମରିକ ାାସନ ହଟାଇବା ନେଇ ଏହା ବେଶ୍‌ ତତ୍ପର।

ଏହାର ଗୋଟିଏ ଚିନ୍ତା ହେଉଛି ହିଂସାତ୍ମକ ଏଢ଼େଇ ପାଇଁ ଜନସାଧାରଣଙ୍କ ସମର୍ଥନ ବଜାୟ ରଖିବା। ଗୃହଯୁଦ୍ଧ ବଢ଼ିବା ସହିତ ବିଦ୍ରୋହୀ ଗୋଷ୍ଠୀଙ୍କ ପାଇଁ ଜନସାଧାରଣଙ୍କ ସମର୍ଥନ ହ୍ରାସ ପାଇପାରେ ବୋଲି ଆଶଙ୍କା ରହିଛି। ଅନ୍ୟପକ୍ଷରେ ପାଶ୍ଚାତ୍ୟ ଦେଶମାନଙ୍କଠାରୁ ମିଳିଥିବା ସମର୍ଥନକୁ ନେଇ ଏନୟୁଜି ମଧ୍ୟ ଅସନ୍ତୁଷ୍ଟ। ଆଶା କରାଯାଉଥିବା ପରି ଏହା ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ପାଇ ନ ଥିଲା। ତେଣୁ ବର୍ତ୍ତମାନ ନିଜେ ଏକ ନିର୍ଣ୍ଣାୟକ ସଂଘର୍ଷ କରିବାକୁ ନିଷ୍ପତ୍ତି ନେଇଛି।

ଏନୟୁଜି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ବୈପ୍ଳବିକ ବିଜୟ ହାସଲ କରିବାର ଲକ୍ଷ୍ୟ ସ୍ଥିର କରିଛି। ଏହା ଆସନ୍ତା କିଛି ମାସ ମଧ୍ୟରେ ମ୍ୟାନମାରରେ ହିଂସାତ୍ମକ ମୁକାବିଲା ବୃଦ୍ଧିର ଆଶଙ୍କାକୁ ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri