୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ସହ ଦୁର୍ଘଟଣାରେ କିପରି ଲୋକଙ୍କୁ ପ୍ରଥମେ ଫାଷ୍ଟ ଏଡ୍‌ ଦିଆଯିବା ସହ ଲୋକଙ୍କୁ ଉଦ୍ଧାର କରି ଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ରଣକୌଶଳ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଅଗ୍ନିଶମ ଡିଜି ୧୧୨କୁ ଫୋନ କରି ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏପରି କି ଫାଷ୍ଟ ଏଡ୍‌ ସମ୍ପର୍କରେ ଅବଗତ ହେବା ଜରୁରୀ ବୋଲି ଲୋକଙ୍କୁ କହିଥିଲେ।

ରାଜ୍ୟରେ ସମସ୍ତ ବ୍ଲକ ସମେତ ୩୪୬ଟି ଅଗ୍ନିଶମ କେନ୍ଦ୍ର ରହିଛି। କେନ୍ଦ୍ରରେ ସମସ୍ତ ପ୍ରକାର ସରଞ୍ଜାମ ରହିଛି। ଅଗ୍ନିଶମ ବିଭାଗ ଲୋକଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି ବୋଲି ଡିଜି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।