ସିଏଜି ଧରିଲେ ଅବକାରୀ ଅନିୟମିତତା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ମଦ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ବ୍ୟାପକ ହେରଫେର ହେଉଛି। କେତେ ମଦ ଉତ୍ପାଦନ ଓ ଯୋଗାଣ ହେଉଛି ତାହାର ତଥ୍ୟ ଅବକାରୀ କମିଶନଙ୍କ ନିକଟରେ ରହୁନାହିଁ। ମାନୁଆଲ କମ୍ପ୍ୟୁଟର ସଫ୍ଟଓ୍ବେର କିମ୍ବା ମୋବାଇଲ ଆପ୍‌ ବଦଳରେ ମାନୁଆଲ ରେଜିଷ୍ଟର ବ୍ୟବହାର କରାଯାଉଛି। ଫଳରେ କେତେ ଯୋଗାଣ ହେଉଛି, କେତେ ଗଚ୍ଛିତ ରହୁଛି ସେ ସମ୍ପର୍କରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅଡିଟ ବେଳେ କୌଣସି ଟେର ପାଉନାହାନ୍ତି। କେବଳ ସେତିକି ନୁହେଁ, ଅବକାରୀ ବିଭାଗରେ ହେଉଥିବା ଅନିୟମିତତାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କୋଭିଡ୍‌ ସମୟରେ ମଦ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେତେ ମଦ ଉତ୍ପାଦନ ଓ ଯୋଗାଣ ହେଉଛି ସେ ନେଇ ଅବକାରୀ କମିଶନଙ୍କ ନିକଟରେ କୌଣସି ଖାତା ଖତିଆନ ରହୁନି।
ଶୁକ୍ରବାର ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ୨୦୨୧ ବର୍ଷ ପାଇଁ ଅବକାରୀ, ଅର୍ଥ ଏବଂ ବିପର୍ଯ୍ୟୟ ପରିଚାଳନା, ଅନୁପାଳନ ସମୀକ୍ଷା ସିଦ୍ଧାନ୍ତ ଓ ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ୩ଟି ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ମଦ ପ୍ରସ୍ତୁତ ହେଉଥିବା ୟୁନିଟ୍‌ଗୁଡ଼ିକୁ ଠିକ୍‌ ଢଙ୍ଗରେ ଯାଞ୍ଚ କରାଯାଉ ନାହିଁ। ଏଥିପାଇଁ ପୂର୍ଣ୍ଣକାଳୀନ ଭାରପ୍ରାପ୍ତ ଅବକାରୀ ଅଧିକାରୀ(ଓଆଇସି) ନାହାନ୍ତି। ଏହି କାର୍ଯ୍ୟକୁ ତଦାରଖ କରିବାକୁ ଅନ୍ୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେମାନେ ୟୁନିଟ୍‌ଗୁଡ଼ିକୁ କ୍ୱଚିତ ପରିଦର୍ଶନରେ ଯାଉଛନ୍ତି। ସେହିପରି ମଦ ପ୍ରସ୍ତୁତି ୟୁନିଟ୍‌ଗୁଡ଼ିକରେ ଉତ୍ପାଦନର ତଦାରଖ ଓ ଫୁଟେଜ ରଖିବାକୁ ସିସିଟିଭି କ୍ୟାମେରାର ଘୋର ଅଭାବ ରହିଛି। ଯଦି ସିସିଟିଭି ତଦାରଖ ହେଉଥାଆନ୍ତା ତାହାହେଲେ ଓଆଇସି ପରିଦର୍ଶନ ସମୟରେ ଉତ୍ପାଦନ ୟୁନିଟ୍‌ଗୁଡ଼ିକର ଉତ୍ପାଦକୁ ଠିକ୍‌ ଯାଞ୍ଚ କରିପାରିଥାଆନ୍ତେ। କେବଳ ସେତିକି ନୁହେଁ, ଓଆଇସିଙ୍କ ପରିଦର୍ଶନ ଓ ଯାଞ୍ଚ ରିପୋର୍ଟକୁ ନେଇ ସିଏଜି ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଉତ୍ପାଦନ ୟୁନିଟ୍‌ଗୁଡ଼ିକର ତଦାରଖ ପାଇଁ ସୁପରଭାଇଜରି କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୟୁଜିଶନ (ଏସ୍‌ସ୍‌ିଏଡିଏ) ବ୍ୟବସ୍ଥା ଏବଂ ଏଣ୍ଟରପ୍ରାଇଜ ରିସୋର୍ସ ପ୍ଲାନିଂ (ଇଆର୍‌ପି) ବ୍ୟବସ୍ଥା ରହିଛି। ମାତ୍ର ପରିଦର୍ଶନରେ ଯାଉଥିବା ଓଆଇସି ମଦ ବୋତଲ, କେନ, ପ୍ୟାକିଂ ପେଟି ଇତ୍ୟାଦିକୁ ଯାଞ୍ଚ ନ କରି ମଦ ପ୍ରସ୍ତୁତ ୟୁନିଟ୍‌ଗୁଡ଼ିକ ଦେଉଥିବା ସଂଖ୍ୟାକୁ ଗ୍ରହଣ କରି ପ୍ରତ୍ୟେକ ଦିନ ଉତ୍ପାଦନ ପାଇଁ ଅନୁମତି ଦେଉଛନ୍ତି, ଯାହାକି ଅନିୟମିତତାକୁ ଦର୍ଶାଯାଉଛି। ଏପରି କି ବିଭିନ୍ନ ଉତ୍ପାଦିତ ମଦଗୁଡ଼ିକୁ ବିନା ସିସିଟିଭି ତଦାରଖ ଏବଂ ଓଆଇସିଙ୍କ ଅନୁପସ୍ଥିତିରେ ଖୁଚୁରା ବ୍ୟବସାୟୀଙ୍କ ନିକଟକୁ ପଠାଇ ଦିଆଯାଉଛି । ୨୦୧୪ଠାରୁ ଓଡ଼ିଶା ପାନୀୟ ନିଗମ ଲିମିଟେଡ(ଓଏସ୍‌ବିସିଏଲ୍‌) ଆକାଉଣ୍ଟିଂ ମଡ୍ୟୁଲ ସଫ୍ଟଓ୍ବେରକୁ ବ୍ୟବହାର କରୁ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ଏଥିଯୋଗୁ ରାଜ୍ୟ ବାହାରେ ଥିବା ମଦ ୟୁନିଟଗୁଡ଼ିକୁ ମଧ୍ୟ ଠିକ୍‌ ଭାବେ ତଦାରଖ କରାଯାଇପାରୁ ନାହିଁ। ରାଜ୍ୟ ବାହାରେ ଥିବା ମଦ ଯୋଗାଣକାରୀ ୟୁନିଟ୍‌ଗୁଡ଼ିକ ମଧ୍ୟ ଇଏଏଲ୍‌ ମଡ୍ୟୁଲ ଷ୍ଟାମ୍ପିଂ କରି ଯୋଗାଣ କରୁନାହାନ୍ତି। ସେହି ୟୁନିଟ୍‌ଗୁଡ଼ିକ ଆର୍ଥିକ ବର୍ଷ ଅନୁସାରେ ନିଜର ଲାଇସେନ୍ସକୁ ମଧ୍ୟ ନବୀକରଣ କରୁନାହାନ୍ତି।
ବୋତଲଗୁଡ଼ିକରେ ଇଏଏଲ୍‌ ଷ୍ଟାମ୍ପ ଲାଗୁ ନ ଥିବାରୁ କେତେ ଉତ୍ପାଦନ ହେଉଛି ଓ ବାହାରକୁ ଯାଉଛି ସେ ସମ୍ପର୍କରେ କୌଣସି ତଥ୍ୟ ଅବକାରୀ ବିଭାଗକୁ ଦିଆଯାଉନାହିଁ ା ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍‌ ପକ୍ଷରୁ ମଦ ଷ୍ଟକ୍‌ ତାଲିକା ଠିକ୍‌ ଭାବେ ରଖାଯାଉ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଖରା ବର୍ଷା ଯୋଗୁ କେତେ ମଦ ନଷ୍ଟ ହେଉଛି ସେ ସମ୍ପର୍କରେ ମଧ୍ୟ ନିଗମ ପାଖରେ କୌଣସି ତଥ୍ୟ ନାହିଁ। ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିବା ମଦଗୁଡ଼ିକରେ ଇଏଏଲ୍‌ ଷ୍ଟାମ୍ପିଂକୁ ସ୍କାନ୍‌ କରିବା ପାଇଁ କୌଣସି ମୋବାଇଲ ଆପ୍‌ କିମ୍ବା ସଫ୍ଟଓ୍ବେର ଆପ୍‌ ବ୍ୟବହାର କରାଯାଉନାହିଁ। ଯୋଗାଣ ହେଉଥିବା ମଦ ପାନୀୟ ଉପଯୋଗୀ କି ନୁହେଁ ସେକଥା ମଧ୍ୟ ଜଣାପଡୁନାହିଁ ା ରିଟେଲ ପଏଣ୍ଟଗୁଡ଼ିକରେ କୌଣସି ଇନ୍‌ଭେନଟୋରି ମ୍ୟାନେଜମେଣ୍ଟ ସଫ୍ଟଓ୍ବେରକୁ ବାଧ୍ୟତାମୂଳକ କରାଯାଇନାହିଁ। ଏଥିଯୋଗୁ ମଦ ଦୋକାନଗୁଡ଼ିକରେ ନିର୍ବାଚନ କିମ୍ବା ଜରୁରିକାଳୀନ ପରିସ୍ଥିତିରେ କେତେ ଷ୍ଟକ୍‌ ରହୁଛି ସେ ବିଷୟରେ ଅବକାରୀ କମିଶନର ମଧ୍ୟ ଜାଣିପାରୁନାହାନ୍ତି। ଏଥିଯୋଗୁ ମଦଗୁଡ଼ିକର ଟାମ୍ପରିଂ ହେବା ସହିତ କୋଭିଡ୍‌ ସମୟରେ ସ୍ବତନ୍ତ୍ର ଅତିରିକ୍ତ ଟିକସ ଆଦାୟ କରିବା ସମ୍ଭବ ହୋଇନାହିଁ ା ୨୦୧୭ରୁ ୨୦୨୧ ମଧ୍ୟରେ ଦୁଇଟି ଉତ୍ପାଦନ ୟୁନିଟ୍‌ ଦ୍ୱାରା କିଣାଯାଇଥିବା ୪,୫୨,୯୯୦.୭୨ ଲଣ୍ଡନ ପ୍ରୁଫ୍‌ ଲିଟର (ଏଲ୍‌ପିଏଲ୍‌), ଏକ୍‌ଷ୍ଟ୍ରା ନ୍ୟୁଟ୍ରାଲ୍‌ ଆଲ୍‌କୋହଲ (ଇଏନ୍‌ଏ) କ୍ଷେତ୍ରରେ ଓଆଇସିଙ୍କ ଦ୍ୱାରା ପରିଚାଳିତ ଇଏନ୍‌ଏ ଷ୍ଟକ୍‌ ରେଜିଷ୍ଟରରେ ଏଭଳି କ୍ରୟ ପାଇଁ ଜିଲା ଅବକାରୀ ଅଧିକାରୀ (ଡିଇଓ)ଙ୍କ ଦ୍ୱାରା ଜାରି କରାଯାଇଥିବା ପାସ୍‌ର ରେକର୍ଡ କରାଯାଇ ନ ଥିଲା ା ଏଥିଯୋଗୁ ମଦ ଉତ୍ପାଦନ ପାଇଁ ପ୍ରାପ୍ତ ଓ ଉପଯୋଗ ହୋଇଥିବା ଇଏନ୍‌ଏ ଉପରେ ୬.୬୦କୋଟି ଟଙ୍କାର ଅବକାରୀ ଶୁଳ୍କ ଆଦାୟ ହୋଇପାରି ନ ଥିଲା ା ସେହିପରି ଦୁଇଟି ଉତ୍ପାଦନକାରୀ ସଂସ୍ଥା ଅନୁମୋଦିତ ପରିମାଣଠାରୁ ବେଆଇନ ଭାବେ ୮୫,୧୧୦.୭୮ ଏଲ୍‌ପିଏଲ୍‌ ପଠାଇଥିଲେ ା ଏଥିଯୋଗୁ ୪.୦୨ କୋଟି ଟଙ୍କାର ଅବକାରୀ ରାଜସ୍ବ କ୍ଷତି ହୋଇଥିବା ସିଏଜି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri