ସିଏଜି ଧରିଲେ ଅବକାରୀ ଅନିୟମିତତା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ମଦ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ବ୍ୟାପକ ହେରଫେର ହେଉଛି। କେତେ ମଦ ଉତ୍ପାଦନ ଓ ଯୋଗାଣ ହେଉଛି ତାହାର ତଥ୍ୟ ଅବକାରୀ କମିଶନଙ୍କ ନିକଟରେ ରହୁନାହିଁ। ମାନୁଆଲ କମ୍ପ୍ୟୁଟର ସଫ୍ଟଓ୍ବେର କିମ୍ବା ମୋବାଇଲ ଆପ୍‌ ବଦଳରେ ମାନୁଆଲ ରେଜିଷ୍ଟର ବ୍ୟବହାର କରାଯାଉଛି। ଫଳରେ କେତେ ଯୋଗାଣ ହେଉଛି, କେତେ ଗଚ୍ଛିତ ରହୁଛି ସେ ସମ୍ପର୍କରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅଡିଟ ବେଳେ କୌଣସି ଟେର ପାଉନାହାନ୍ତି। କେବଳ ସେତିକି ନୁହେଁ, ଅବକାରୀ ବିଭାଗରେ ହେଉଥିବା ଅନିୟମିତତାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କୋଭିଡ୍‌ ସମୟରେ ମଦ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେତେ ମଦ ଉତ୍ପାଦନ ଓ ଯୋଗାଣ ହେଉଛି ସେ ନେଇ ଅବକାରୀ କମିଶନଙ୍କ ନିକଟରେ କୌଣସି ଖାତା ଖତିଆନ ରହୁନି।
ଶୁକ୍ରବାର ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ୨୦୨୧ ବର୍ଷ ପାଇଁ ଅବକାରୀ, ଅର୍ଥ ଏବଂ ବିପର୍ଯ୍ୟୟ ପରିଚାଳନା, ଅନୁପାଳନ ସମୀକ୍ଷା ସିଦ୍ଧାନ୍ତ ଓ ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ୩ଟି ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ମଦ ପ୍ରସ୍ତୁତ ହେଉଥିବା ୟୁନିଟ୍‌ଗୁଡ଼ିକୁ ଠିକ୍‌ ଢଙ୍ଗରେ ଯାଞ୍ଚ କରାଯାଉ ନାହିଁ। ଏଥିପାଇଁ ପୂର୍ଣ୍ଣକାଳୀନ ଭାରପ୍ରାପ୍ତ ଅବକାରୀ ଅଧିକାରୀ(ଓଆଇସି) ନାହାନ୍ତି। ଏହି କାର୍ଯ୍ୟକୁ ତଦାରଖ କରିବାକୁ ଅନ୍ୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେମାନେ ୟୁନିଟ୍‌ଗୁଡ଼ିକୁ କ୍ୱଚିତ ପରିଦର୍ଶନରେ ଯାଉଛନ୍ତି। ସେହିପରି ମଦ ପ୍ରସ୍ତୁତି ୟୁନିଟ୍‌ଗୁଡ଼ିକରେ ଉତ୍ପାଦନର ତଦାରଖ ଓ ଫୁଟେଜ ରଖିବାକୁ ସିସିଟିଭି କ୍ୟାମେରାର ଘୋର ଅଭାବ ରହିଛି। ଯଦି ସିସିଟିଭି ତଦାରଖ ହେଉଥାଆନ୍ତା ତାହାହେଲେ ଓଆଇସି ପରିଦର୍ଶନ ସମୟରେ ଉତ୍ପାଦନ ୟୁନିଟ୍‌ଗୁଡ଼ିକର ଉତ୍ପାଦକୁ ଠିକ୍‌ ଯାଞ୍ଚ କରିପାରିଥାଆନ୍ତେ। କେବଳ ସେତିକି ନୁହେଁ, ଓଆଇସିଙ୍କ ପରିଦର୍ଶନ ଓ ଯାଞ୍ଚ ରିପୋର୍ଟକୁ ନେଇ ସିଏଜି ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଉତ୍ପାଦନ ୟୁନିଟ୍‌ଗୁଡ଼ିକର ତଦାରଖ ପାଇଁ ସୁପରଭାଇଜରି କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୟୁଜିଶନ (ଏସ୍‌ସ୍‌ିଏଡିଏ) ବ୍ୟବସ୍ଥା ଏବଂ ଏଣ୍ଟରପ୍ରାଇଜ ରିସୋର୍ସ ପ୍ଲାନିଂ (ଇଆର୍‌ପି) ବ୍ୟବସ୍ଥା ରହିଛି। ମାତ୍ର ପରିଦର୍ଶନରେ ଯାଉଥିବା ଓଆଇସି ମଦ ବୋତଲ, କେନ, ପ୍ୟାକିଂ ପେଟି ଇତ୍ୟାଦିକୁ ଯାଞ୍ଚ ନ କରି ମଦ ପ୍ରସ୍ତୁତ ୟୁନିଟ୍‌ଗୁଡ଼ିକ ଦେଉଥିବା ସଂଖ୍ୟାକୁ ଗ୍ରହଣ କରି ପ୍ରତ୍ୟେକ ଦିନ ଉତ୍ପାଦନ ପାଇଁ ଅନୁମତି ଦେଉଛନ୍ତି, ଯାହାକି ଅନିୟମିତତାକୁ ଦର୍ଶାଯାଉଛି। ଏପରି କି ବିଭିନ୍ନ ଉତ୍ପାଦିତ ମଦଗୁଡ଼ିକୁ ବିନା ସିସିଟିଭି ତଦାରଖ ଏବଂ ଓଆଇସିଙ୍କ ଅନୁପସ୍ଥିତିରେ ଖୁଚୁରା ବ୍ୟବସାୟୀଙ୍କ ନିକଟକୁ ପଠାଇ ଦିଆଯାଉଛି । ୨୦୧୪ଠାରୁ ଓଡ଼ିଶା ପାନୀୟ ନିଗମ ଲିମିଟେଡ(ଓଏସ୍‌ବିସିଏଲ୍‌) ଆକାଉଣ୍ଟିଂ ମଡ୍ୟୁଲ ସଫ୍ଟଓ୍ବେରକୁ ବ୍ୟବହାର କରୁ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ଏଥିଯୋଗୁ ରାଜ୍ୟ ବାହାରେ ଥିବା ମଦ ୟୁନିଟଗୁଡ଼ିକୁ ମଧ୍ୟ ଠିକ୍‌ ଭାବେ ତଦାରଖ କରାଯାଇପାରୁ ନାହିଁ। ରାଜ୍ୟ ବାହାରେ ଥିବା ମଦ ଯୋଗାଣକାରୀ ୟୁନିଟ୍‌ଗୁଡ଼ିକ ମଧ୍ୟ ଇଏଏଲ୍‌ ମଡ୍ୟୁଲ ଷ୍ଟାମ୍ପିଂ କରି ଯୋଗାଣ କରୁନାହାନ୍ତି। ସେହି ୟୁନିଟ୍‌ଗୁଡ଼ିକ ଆର୍ଥିକ ବର୍ଷ ଅନୁସାରେ ନିଜର ଲାଇସେନ୍ସକୁ ମଧ୍ୟ ନବୀକରଣ କରୁନାହାନ୍ତି।
ବୋତଲଗୁଡ଼ିକରେ ଇଏଏଲ୍‌ ଷ୍ଟାମ୍ପ ଲାଗୁ ନ ଥିବାରୁ କେତେ ଉତ୍ପାଦନ ହେଉଛି ଓ ବାହାରକୁ ଯାଉଛି ସେ ସମ୍ପର୍କରେ କୌଣସି ତଥ୍ୟ ଅବକାରୀ ବିଭାଗକୁ ଦିଆଯାଉନାହିଁ ା ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍‌ ପକ୍ଷରୁ ମଦ ଷ୍ଟକ୍‌ ତାଲିକା ଠିକ୍‌ ଭାବେ ରଖାଯାଉ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଖରା ବର୍ଷା ଯୋଗୁ କେତେ ମଦ ନଷ୍ଟ ହେଉଛି ସେ ସମ୍ପର୍କରେ ମଧ୍ୟ ନିଗମ ପାଖରେ କୌଣସି ତଥ୍ୟ ନାହିଁ। ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିବା ମଦଗୁଡ଼ିକରେ ଇଏଏଲ୍‌ ଷ୍ଟାମ୍ପିଂକୁ ସ୍କାନ୍‌ କରିବା ପାଇଁ କୌଣସି ମୋବାଇଲ ଆପ୍‌ କିମ୍ବା ସଫ୍ଟଓ୍ବେର ଆପ୍‌ ବ୍ୟବହାର କରାଯାଉନାହିଁ। ଯୋଗାଣ ହେଉଥିବା ମଦ ପାନୀୟ ଉପଯୋଗୀ କି ନୁହେଁ ସେକଥା ମଧ୍ୟ ଜଣାପଡୁନାହିଁ ା ରିଟେଲ ପଏଣ୍ଟଗୁଡ଼ିକରେ କୌଣସି ଇନ୍‌ଭେନଟୋରି ମ୍ୟାନେଜମେଣ୍ଟ ସଫ୍ଟଓ୍ବେରକୁ ବାଧ୍ୟତାମୂଳକ କରାଯାଇନାହିଁ। ଏଥିଯୋଗୁ ମଦ ଦୋକାନଗୁଡ଼ିକରେ ନିର୍ବାଚନ କିମ୍ବା ଜରୁରିକାଳୀନ ପରିସ୍ଥିତିରେ କେତେ ଷ୍ଟକ୍‌ ରହୁଛି ସେ ବିଷୟରେ ଅବକାରୀ କମିଶନର ମଧ୍ୟ ଜାଣିପାରୁନାହାନ୍ତି। ଏଥିଯୋଗୁ ମଦଗୁଡ଼ିକର ଟାମ୍ପରିଂ ହେବା ସହିତ କୋଭିଡ୍‌ ସମୟରେ ସ୍ବତନ୍ତ୍ର ଅତିରିକ୍ତ ଟିକସ ଆଦାୟ କରିବା ସମ୍ଭବ ହୋଇନାହିଁ ା ୨୦୧୭ରୁ ୨୦୨୧ ମଧ୍ୟରେ ଦୁଇଟି ଉତ୍ପାଦନ ୟୁନିଟ୍‌ ଦ୍ୱାରା କିଣାଯାଇଥିବା ୪,୫୨,୯୯୦.୭୨ ଲଣ୍ଡନ ପ୍ରୁଫ୍‌ ଲିଟର (ଏଲ୍‌ପିଏଲ୍‌), ଏକ୍‌ଷ୍ଟ୍ରା ନ୍ୟୁଟ୍ରାଲ୍‌ ଆଲ୍‌କୋହଲ (ଇଏନ୍‌ଏ) କ୍ଷେତ୍ରରେ ଓଆଇସିଙ୍କ ଦ୍ୱାରା ପରିଚାଳିତ ଇଏନ୍‌ଏ ଷ୍ଟକ୍‌ ରେଜିଷ୍ଟରରେ ଏଭଳି କ୍ରୟ ପାଇଁ ଜିଲା ଅବକାରୀ ଅଧିକାରୀ (ଡିଇଓ)ଙ୍କ ଦ୍ୱାରା ଜାରି କରାଯାଇଥିବା ପାସ୍‌ର ରେକର୍ଡ କରାଯାଇ ନ ଥିଲା ା ଏଥିଯୋଗୁ ମଦ ଉତ୍ପାଦନ ପାଇଁ ପ୍ରାପ୍ତ ଓ ଉପଯୋଗ ହୋଇଥିବା ଇଏନ୍‌ଏ ଉପରେ ୬.୬୦କୋଟି ଟଙ୍କାର ଅବକାରୀ ଶୁଳ୍କ ଆଦାୟ ହୋଇପାରି ନ ଥିଲା ା ସେହିପରି ଦୁଇଟି ଉତ୍ପାଦନକାରୀ ସଂସ୍ଥା ଅନୁମୋଦିତ ପରିମାଣଠାରୁ ବେଆଇନ ଭାବେ ୮୫,୧୧୦.୭୮ ଏଲ୍‌ପିଏଲ୍‌ ପଠାଇଥିଲେ ା ଏଥିଯୋଗୁ ୪.୦୨ କୋଟି ଟଙ୍କାର ଅବକାରୀ ରାଜସ୍ବ କ୍ଷତି ହୋଇଥିବା ସିଏଜି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri