ବୁଧବାର କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଏଜେଣ୍ଡା କ୍ୟାବିନେଟ୍‌ ବୈଠକରେ ରହିଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତେବେ ବିଶ୍ୱସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି, ବୁଧବାର ଅପରାହ୍ନ ୫ଟା ୩୦ ମିନିଟ୍‌ରେ ହେବାକୁ ଥିବା କ୍ୟାବିନେଟ୍‌ରେ ଆଇନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ବ, ଅର୍ଥ ଏବଂ ଶକ୍ତି ବିଭାଗର ପ୍ରାୟ ୧୩ଟି ପ୍ରସ୍ତାବ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।