ସରିଲା କ୍ୟାବିନେଟ୍‌ ବୈଠକ, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ,ରାଜ୍ୟ ସରକାରଙ୍କ ଆଇଟି ପଲିସିକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଆଇଟି କ୍ଷେତ୍ରରେ ମଧ୍ୟ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିସହିତ ସ୍ଥାୟୀ ପୁଞ୍ଜିନିବେଶ ପାଇଁ କମ୍ପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ। ସେହିପରି ପାଇକ ବିଦ୍ରୋହ ସ୍ମାରକୀ ପାଇ ରାଜ୍ୟ ସରକାର ୯.୬୮ ଏକର ଜମି ଯୋଗାଇ ଦେବା ସହ । ଖୋର୍ଦ୍ଧା ବରୁଣେଇଠାରେ ଜମି ଯୋଗାଇ ଦିଆଯାଇଛି। ସେହିପରି ୨ଟି ଜିଲାରେ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ରାୟଗଡ଼ା ଜିଲାର ୧୫ ପଞ୍ଚାୟତ, କୋରାପୁଟ୍‌ର ୩୧ ପଞ୍ଚାୟତ ପାଣି ମିଳିବ। ଏହାବାଦ୍‌ ପର୍ଯ୍ୟଟକଙ୍କ ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ୧୩୫ କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ଧର୍ମଶାଳା ନିର୍ମାଣ ହେବ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ପ୍ରଜାତି ସୃଷ୍ଟି ଲାଗି ଏକସଙ୍ଗେ ୨୦ ମହିଳାଙ୍କୁ ଗର୍ଭବତୀ କରିବାକୁ ଚାହୁଁଥିଲେ ଏପ୍‌ଷ୍ଟିନ୍‌

ନ୍ୟୁୟର୍କ,୯ା୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ଧନୀ ଅର୍ଥ ଲଗାଣକାରୀ ଜେଫ୍ରି ଏପ୍‌ଷ୍ଟିନ୍‌ ଜେନେଟିକ୍‌ ଇଞ୍ଜିନିୟରିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ମାନବ ଜାତିର…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

୬ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ପାଟନା,୯ା୨: ବିହାର ଦରଭଙ୍ଗା ସହରର ୟୁନିଭର୍ସିଟି ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ବାଳିକାଙ୍କୁ ରବିବାର ବଳାତ୍କାର ପରେ ହତ୍ୟା କରାଯାଇଛି। ସୂତ୍ର ଅନୁଯାୟୀ, ବାଳିକା ଜଣକ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ବଡ଼ ଯୋଜନାରେ ଖର୍ଚ୍ଚ ହୋଇଛି ବଜେଟର ୪୦%

ନୂଆଦିଲ୍ଲୀ,୯ା୨: ଚଳିତ ଆର୍ଥତ୍କ ବର୍ଷ ପାଇଁ କେନ୍ଦ୍ର ବଜେଟରେ ସର୍ବବୃହତ୍‌ ଯୋଜନାଗୁଡ଼ିକ ନିମନ୍ତେ ଯେଉଁ ଅର୍ଥ ବ୍ୟୟବରାଦ ହୋଇଥିଲା, ସରକାର ୯ ମାସ ମଧ୍ୟରେ ତାହାର ମାତ୍ର…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଜାପାନ ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଦଳ ବିଜୟୀ

ଟୋକିଓ,୯ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri