‘ଓଡ଼ିଶା ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା’କୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର,୧୦।୧୦: ଜଳବାୟୁ ପରିବର୍ତ୍ତନ ଜନିତ ମୌସୁମୀ ବର୍ଷାର ଅନିଶ୍ଚିତତା ଓ ଜଳ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର “ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା”କୁ ୧୭,୯୦୦ କୋଟି ଟଙ୍କା ବ୍ୟୟରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅଧୀନରେ ୬ଟି ପ୍ରମୁଖ ପ୍ରକଳ୍ପ—କାଟ୍ରା ସଂଯୋଗୀକରଣ (କଂସପାଳ ଫିନ୍ଦର ଚ୍ୟାନେଲ), ବାହୁଡ଼ା-ଋଷିକୁଲ୍ୟା ଅବବାହିକା (ନନ୍ଦିନୀ ନଳା), ହିରାଧର-ନାଟି ବନ୍ୟା ପ୍ରବାହ ଚ୍ୟାନେଲ, ବାହୁଡ଼ା-ଚାମ୍ପରା ସଂଯୋଗୀକରଣ, ଅଙ୍ଗ-ସୁକତେଲ ଗାର୍ଲାଣ୍ଡ କେନାଲ ଓ ତେଲେଙ୍ଗିରି-ଅପର କୋଲାବ ସଂଯୋଗୀକରଣ ପ୍ରକଳ୍ପ—ମାଧ୍ୟମରେ ଜଳକ୍ଷାମ ନଦୀ ଅବବାହିକାକୁ ଜଳସମୃଦ୍ଧ ନଦୀ ଅବବାହିକା ସହ ସଂଯୋଗ କରାଯିବ।

ଏହା ସର୍ବୋତ୍ତମ ଜଳ ବଣ୍ଟନ, ଅତିରିକ୍ତ ଜଳ ସଂରକ୍ଷଣ, ମରୁଡ଼ି ନିରାକରଣ, ବନ୍ୟା ଆଶଙ୍କା ହ୍ରାସ ଓ କୃଷି ଉତ୍ପାଦକତା ବୃଦ୍ଧିରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୮ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ମଧ୍ୟରେ ଏହି ଯୋଜନା ସମେତ ସପ୍ତଦଶ ଓଡ଼ିଶା ବିଧାନସଭାର ୪ର୍ଥ ଅଧିବେଶନର ସତ୍ରାବସାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share