ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି । ବରପୁତ୍ରମାନଙ୍କ ଗାଁରେ ତିଆରି ହେବ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ । ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁରେ ଯୋଜନା ଆରମ୍ଭ ହୋଇଛି । ପ୍ରତି ବରପୁତ୍ର ଐତିହ୍ୟ ଗ୍ରାମ୍ୟ ପାଇଁ ୧୫ କୋଟି ଟଙ୍କା ମଂଜୁର ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
କହିରଖୁଛୁ କି, ୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ସିଙ୍ଗିଲ ଉଇଣ୍ଡୋ କ୍ଳିଅରାନ୍ସ ଦ୍ୱାରା ୧୩୩୩ କୋଟି ନିବେଶକୁ ଅନୁମୋଦନ କରିଛନ୍ତି ସରକାର । ଏହା ଦ୍ବାରା ସାତ ହଜାର ଚାରିଶହରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ।


