ଶୁଣାଣି ଶେଷ ଯାଏ ଏନ୍‌ପିଏ ହେବନି ଆକାଉଣ୍ଟ

ନୂଆଦିଲ୍ଲୀ,୪।୯: ମୋରାଟୋରିୟମ ସମୟ ଅବଧିରେ ସୁଧ ଉପରେ ସୁଧ ଲାଗୁ ପ୍ରସଙ୍ଗ ଉପରେ ଗୁରୁବାର ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଅନାଦାୟ ଋଣ (ଏନ୍‌ପିଏ) ଘୋଷଣା ହୋଇନାହିଁ, ସେହି ଖାତାଗୁଡିକୁ ମାମଲା ଶୁଣାଣି ହେବା ଶେଷ ଯାଏ ସୁରକ୍ଷା ପ୍ରଦାନ କରାଯିବ। ଏହି ବର୍ଗରେ ଆକାଉଣ୍ଟଗୁଡିକୁ ଶୁଣାଣି ନ ସରିବା ଯାଏ ଏନ୍‌ପିଏ ଘୋଷଣା ନ କରିବାକୁ ନ୍ୟାୟାଳୟ କହିଛନ୍ତି। ଗ୍ରାହକଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ରେ ହେବ। ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖିଛନ୍ତି। ସୁଧ ଛାଡ କରିବା କଷ୍ଟକର ମାତ୍ର ପେମେଣ୍ଟଜନିତ ଚାପକୁ କମ୍‌ କରାଯାଇ ପାରିବ ବୋଲି ସେ ନ୍ୟାୟାଳୟଙ୍କୁ କହିଛନ୍ତି। ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଅର୍ଥ ବ୍ୟବସ୍ଥାର ମୂଳ ଆଧାର ହୋଇଥିବା ବେଳେ ଏହା ଦୁର୍ବଳ ହେଲା ଭଳି କୌଣସି ପଦକ୍ଷେପ ସରକାର ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ସୂଚନାଯୋଗ୍ୟ ମୋରାଟୋରିୟମ ଏଭଳି ଏକ ସୁବିଧା ଯାହା ଦ୍ୱାରା ଗ୍ରାହକ କିଛି ମାସ ଋଣ କିସ୍ତି ପ୍ରଦାନରୁ ବିରତ ହୋଇପାରିବେ। କରୋନା ଯୋଗୁ ସମସ୍ୟା ସାମ୍ନା କରୁଥିବା ବ୍ୟକ୍ତିବିଶେଷଙ୍କୁ ସୁବିଧା ଦେବା ଲାଗି ରିଜର୍ଭ ବ୍ୟାଙ୍କ ଋଣ ମୋରାଟୋରିୟମ ଘୋଷଣା କରିଥିଲେ। ମାର୍ଚ୍ଚରେ ପ୍ରାଥମିକ ସମୟ ଲାଗି ୩ ମାସ ପୁଣି ଅଗଷ୍ଟ ଶେଷ ଯାଏ ଆଉ ୩ ମାସ ଏହାକୁ ବଢ଼ାଯାଇଥିଲା।
ବର୍ତ୍ତମାନ ମୋରାଟୋରିୟମ ଅବଧିର ୬ ମାସ ଶେଷ ହୋଇଛି। ଏହାକୁ ବଢାଇବା ଲାଗି ଗ୍ରାହକଙ୍କ ପକ୍ଷରୁ ଦାବି କରାଯାଉଛି। ଏହି ଅବଧିରେ ଲାଗୁ ହେଉଥିବା ସୁଧ ଛାଡ କରିବା ଲାଗି ଦାବି ହେଉଛି। କାରଣ ସୁଧ ଉପରେ ସୁଧ ଲାଗୁ କରିବା ବୋଝ ଉପରେ ନଳିତା ବିଡା ବା ଦୋହରା ମାଡ ସଦୃଶ ହେବ। ଏହାକୁ ବିଚାରକରି ବର୍ତ୍ତମାନ ସୁଦ୍ଧା ସୁଧ କିସ୍ତି ଟାଳିବା ଲାଗି ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଛି। ଫଳରେ ବକେୟା କିସ୍ତି ଉପରେ ଲାଗୁଥିବା ସୁଧ ପ୍ରଦାନ କରିବାକୁ ପଡୁଥିବା ଜଣାପଡିଛି। ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?