ଜୁନ୍‌ ଶେଷ ସୁଦ୍ଧା ରିଲାଏନ୍ସ ଜିଓର ନେଟ୍‌ ଲାଭ ୧୧.୭%କୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆର୍‌ଆଇଏଲ୍‌ ସମେତ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲର କାରବାର ସହ ଆଗାମୀ କାର୍ଯ୍ୟକଳାପ ସହ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି।

ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଜିଓ ପ୍ଲାଟ୍‌ଫର୍ମସର ନେଟ୍‌ ଲାଭ ଗତ ବର୍ଷ ସମାନ ଅବଧି ତୁଳନାରେ ପ୍ରାୟ ୧୧.୭% ବୃଦ୍ଧି ସହିତ ୫୬୯୮ କୋଟି ଟଙ୍କା ହୋଇଥିବାବେଳେ ୨୦୨୪ ଅପ୍ରେଲରୁ ଜୁନ ଶେଷ (ପ୍ରଥମ ତ୍ରୈମାସ) ମଧ୍ୟରେ ଜିଓ ୮୦ ଲକ୍ଷ ଉପଭୋକ୍ତା ଯୋଡିବା ସହ ୨୦୨୪ ଜୁନ୍‌ ଶେଷ ସୁଦ୍ଧା ଜିଓ ନେଟ୍‌ୱର୍କର ମୋଟ ଗ୍ରାହକ ସଂଖ୍ୟା ୪୮.୯୭କୋଟି ରହିଥିବା ଜଣାପଡିଛି। ଏପରିକି ଜିଓ ଏୟାରଫାଇବର ଏହି ତ୍ରୈମାସରେ ସର୍ବାଧିକ ୧୧ ଲକ୍ଷ ଉପଭୋକ୍ତା ଯୋଡ଼ିଥିବାବେଳେ ଜିଓର ଗ୍ରାହକ ପିଛା ପ୍ରତିମାସ ରାଜସ୍ବ ୧୮୧.୭ ଟଙ୍କା ରହିଛି। ବର୍ତ୍ତମାନ ଦେଶରେ ୧୩ କୋଟି ୫ଜି ଉପଭୋକ୍ତା ଜିଓର ମୋଟ ଓୟାରଲେସ୍‌ ଡାଟା ଟ୍ରାଫିକର ୩୧% ବ୍ୟବହାର କରିଥିବାବେଳେ ଚାଇନ ପରେ ଜିଓ ବିଶ୍ୱର ସର୍ବବୃହତ୍‌ ୫ଜି ଅପରେଟର ହୋଇଛି।

ଏହି ତ୍ରୈମାସରେ ଜିଓର ମୋଟ ଡାଟା ଟ୍ରାଫିକ ୩୨.୮% ବୃଦ୍ଧି ସହ ୪୪.୧ ବିଲିଅନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ଗତବର୍ଷ ସମାନ ସମୟ ତୁଳନାରେ ୬% ବୃଦ୍ଧି ପାଇ ୧.୪୨ ଟ୍ରିଲିଅନ ମିନିଟ ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ସେହିଭଳି ରିଲାଏନ୍ସ ରିଟେଲର ପ୍ରଥମ ତ୍ରୈମାସର ଆର୍ଥତ୍କ ଫଳାଫଳ ଅନୁସାରେ ରିଲାଏନ୍ସ ରିଟେଲର ମୋଟ ଆୟ ଗତବର୍ଷ ସମାନ ସମୟ ତୁଳନାରେ ୮.୧% ବୃଦ୍ଧି ସହିତ ୭୫,୬୧୫କୋଟି ଟଙ୍କା ହୋଇଛି। ଏହି ତ୍ରୈମାସରେ ରିଲାଏନ୍ସ ରିଟେଲ ୩୩୧ ନୂଆ ଷ୍ଟୋର ଖୋଲିବା ସହ ଏହାର ମୋଟ ଷ୍ଟୋର ସଂଖ୍ୟା ୨୦୨୪ ଜୁନ୍‌ ଶେଷ ସୁଦ୍ଧା ୧୮୯୧୮ରେ ପହଞ୍ଚତ୍ଛି। ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ରାଜସ୍ବ ଗତବର୍ଷ ସମାନ ସମୟ ତୁଳନାରେ ୧୧.୫ % ବୃଦ୍ଧି ସହିତ ୨,୫୭,୮୨୩ କୋଟି ଟଙ୍କା ହୋଇଛି। ଏହି ତ୍ରୈମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ମୋଟ ନେଟ୍‌ ଲାଭ ୧୭୪୪୮ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?