Posted inଜାତୀୟ

କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ମାମଲାର ମିଡ଼ିଆ ରିପୋର୍ଟିଂକୁ ମନା ଦ୍ୱାରା ପୀଡ଼ିତାଙ୍କ ପ୍ରତି ହେବ ଅନ୍ୟାୟ…

ନୂଆଦିଲ୍ଳୀ, ୬।୧ : ମହିଳା କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ନିର୍ଯାତନା ଦିଆଯାଉଥିବା ମାମଲାର ମିଡ଼ିଆ ରିପୋର୍ଟିଂ ଉପରେ ବମ୍ବେ ହାଇକୋର୍ଟ କଟକଣା ଜାରି କରିଥିଲେ। ଏହା ଦ୍ୱାରା ସମ୍ପୃକ୍ତ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ ହେବା ସହିତ ମହିଳାଙ୍କ କଣ୍ଠରୋଧ ସ୍ଥିତି ସୃଷ୍ଟି ହେବ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ କଟକଣା ବିରୋଧରେ ଏକ ପିଟିଶନ୍‌ ଦାଖଲ କରାଯାଇଛି।

ହାଇକୋର୍ଟଙ୍କ ବିବାଦୀୟ ଗାଇଡ୍‌ଲାଇନ୍ସ୍‌କୁ ପୀଡ଼ିତାଙ୍କ ପକ୍ଷରୁ ବିରୋଧ କରାଯାଇଛି। ବିଚାରପତି ଗୌତମ ପାଟିଲଙ୍କ ପକ୍ଷରୁ ଗତବର୍ଷ ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା ଯେ, କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଭଳି ସମସ୍ତ ମାମଲାର ଶୁଣାଣି ଅଧିନିୟମ ୨୦୧୩ ଅନ୍ତର୍ଗତ ବିଚାରପତିଙ୍କ ଉପସ୍ଥିତିରେ କ୍ୟାମେରା ସମ୍ମୁଖରେ ସମ୍ପନ୍ନ ହେବ।

ତେବେ ଏହାକୁ ହାଇକୋର୍ଟ ଓ୍ବେବସାଇଟ୍‌ରେ ଅପଲୋଡ୍‌ ଅବା ଖୋଲା ଅଦାଲତରେ ଶୁଣାଣି କରାଯିବା ଉପରେ ରୋକ ଲଗାଯାଇଥିଲା।

ଏହି ମାମଲାରେ କୌଣସି ପ୍ରତିପକ୍ଷଙ୍କୁ ମିଡ଼ିଆ ସମ୍ମୁଖରେ ମନ୍ତବ୍ୟ ଦେବାକୁ ଅନୁମତି ପ୍ରଦାନ କରାଯାଇ ନ ଥିଲା। ଏହାର ଉଲ୍ଲଂଘନ କଲେ କୋର୍ଟ ଦ୍ୱାରା ଜାରି ହୋଇଥିବା ଗାଇଡ୍‌ ଲାଇନ୍ସ୍‌ ଅବମାନନା ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ହାଇକୋର୍ଟ କହିଥିଲେ ଯେ, ଏଭଳି ମାମଲାରେ ସମସ୍ତ ପକ୍ଷଙ୍କର ପରିଚୟ ଗୁପ୍ତ ରଖିବା ଦିଶାନିର୍ଦ୍ଦେଶର ଆବଶ୍ୟକତା ରହିଛି।

ହାଇକୋର୍ଟଙ୍କ ଏଭଳି ଗାଇଡ୍‌ ଲାଇନ୍ସ୍‌କୁ ବିରୋଧ କରି ପୀଡ଼ିତା ଆଇନଜୀବୀ ଆଭା ସିଂଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri