୫ ସରପଞ୍ଚ, ୨ ସମିତି ସଭ୍ୟ, ୯ ଓ୍ବାର୍ଡ ସଭ୍ୟ ଲାଗି ହେବ ଉପନିର୍ବାଚନ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ୫ ପଞ୍ଚାୟତର ସରପଞ୍ଚ, ୨ ପଞ୍ଚାୟତ ସମିତିସଭ୍ୟ ଏବଂ ୯ ଓ୍ବାର୍ଡ ସଭ୍ୟ ପଦବୀ ଖାଲି ରହିଛି। ଏହି ପଦବୀଗୁଡ଼ିକ ପୂରଣ ଲାଗି ଉପନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ଜିଲାର ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ଓ ବୁଡୁରୁଙ୍ଗୁ ପଞ୍ଚାୟତ ସରପଞ୍ଚ, କବିସୂର୍ଯ୍ୟନଗର ବ୍ଲକ୍‌ ବୋରସିଙ୍ଗି ପଞ୍ଚାୟତ ସରପଞ୍ଚ, ଶେରଗଡ଼ ବ୍ଲକ ତାକରଡ଼ା ପଞ୍ଚାୟତ ସରପଞ୍ଚ ଏବଂ ସୋରଡ଼ା ବ୍ଲକ ଗାଙ୍ଗପୁର ପଞ୍ଚାୟତ ସରପଞ୍ଚ ପଦବୀ ଖାଲି ପଡ଼ିଥିବାରୁ ଏଗୁଡ଼ିକରେ ଉପନିର୍ବାଚନ ହେବ ା

ସେହିପରି କବିସୂର୍ଯ୍ୟନଗର ବ୍ଲକ୍‌ ଗୁଡ଼ିଆଳି ପଞ୍ଚାୟତ ସମିତିସଭ୍ୟ ଓ କୁକୁଡ଼ାଖଣ୍ଡି ବ୍ଲକ୍‌ ଡେଙ୍ଗାପଦର ପଞ୍ଚାୟତ ସମିତିସଭ୍ୟ ପଦବୀ ପାଇଁ ମଧ୍ୟ ଉପନିର୍ବାଚନ କରାଯିବ। ଜଗନ୍ନାଥପ୍ରସାଦ ବ୍ଲକ୍‌ ଅନ୍ଧେଇଗାଁ ପଞ୍ଚାୟତର ୩ ନମ୍ବର ଓ୍ବାର୍ଡ ସଭ୍ୟ, ଗେରେଡ଼ା ପଞ୍ଚାୟତର ୬ ନମ୍ବର ଓ୍ବାର୍ଡ ସଭ୍ୟ ଓ ଖମରାପଲି ପଞ୍ଚାୟତର ୧୨ ନମ୍ବର ଓ୍ବାର୍ଡ ସଭ୍ୟ, କବିସୂର୍ଯ୍ୟନଗର ବ୍ଲକ ବୋଲୋସର ପଞ୍ଚାୟତର ୬ ନମ୍ବର ଓ୍ବାର୍ଡ ସଭ୍ୟ, ଖଜାପାଲି ପଞ୍ଚାୟତର ୬ ଓ ୧୦ ନମ୍ବର ଓ୍ବାର୍ଡ ସଭ୍ୟ ଏବଂ ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ପଞ୍ଚାୟତର ୧୦ ନମ୍ବର ଓ୍ବାର୍ଡ ସଭ୍ୟ, ଜକର ପଞ୍ଚାୟତର ୫ ନମ୍ବର ଓ୍ବାର୍ଡ ସଭ୍ୟ ଓ ମଥୁରା ପଞ୍ଚାୟତର ୧୪ ନମ୍ବର ଓ୍ବାର୍ଡ ସଭ୍ୟ ପଦବୀ ପାଇଁ ମଧ୍ୟ ଉପନିର୍ବାଚନ କରାଯିବାକୁ ସ୍ଥିର ହୋଇଛି।

ଭାରତ ନିର୍ବଚାନ କମିଶନ ପକ୍ଷରୁ ଚଳିତ ବର୍ଷ ଜାନୁଆରୀରେ ପ୍ରକାଶ ପାଇଥିବା ନିର୍ବାଚନାମଣ୍ଡଳୀସ୍ତରୀୟ ଭୋଟର ତାଲିକାକୁ ଆଧାର କରି ଉକ୍ତ ଉପନିର୍ବାଚନ ହେବ। ତେବେ ଉକ୍ତ ଭୋଟର ତାଲିକା ସଂଶୋଧନ କରାଯିବ। ନୂଆ ନାମ ସଂଯୋଗ କରାଯିବନି, କେବଳ ଉକ୍ତ ଭୋଟର ତାଲିକା ସଂଶୋଧନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ ୩୦ ମଧ୍ୟରେ ପଞ୍ଚାୟତର ଭୋଟର ତାଲିକା ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ମେ ୨ରୁ ୫ ମଧ୍ୟରେ ଉକ୍ତ ଆପତ୍ତି ଅଭିଯୋଗର ତଦନ୍ତ କରି ଫଇସଲା ହେବ ଏବଂ ମେ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି…

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

ଖଣ୍ଡଗିରି ମେଳାରେ ୫ଗୁଣା ପାର୍କିଂ ଫି’, ଲିଜ୍‌ଧାରୀଙ୍କୁ ସୋ’କଜ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ଖଣ୍ଡଗିରି କୁମ୍ଭମେଳାରେ ପାର୍କିଂ ଫି’ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ଲିଜ୍‌ଧାରୀମାନେ ଧାର୍ଯ୍ୟ ଦରଠାରୁ ୫ଗୁଣା ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଛନ୍ତି। ଖଣ୍ଡଗିରି…

ସପ୍ତାହକରେ ୪ ଡିଗ୍ରୀ ବଢ଼ିଲା ତାପମାତ୍ରା, ଝାରସୁଗୁଡାରେ ସର୍ବୋଚ୍ଚ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ରାଜ୍ୟରେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ରାତି ତାପମାତ୍ରା ଓ ସର୍ବୋଚ୍ଚ ଦିନ ତାପମାତ୍ରାରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ଝାରସୁଗୁଡାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri