୨୧୦୦ ବେଳକୁ ଲୋପ ପାଇଯିବେ ପେଙ୍ଗୁଇନ୍‌

ମେଲ୍‌ବୋର୍ନ,୨୬।୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକା ମହାଦେଶର ପ୍ରାଣୀ ଜଗତ ବିପଦରେ ପଡ଼ିଛନ୍ତି। ଯଦି ଏହାର ପ୍ରତିକାର ଦିଗରେ କାର୍ଯ୍ୟ କରା ନ ଯାଏ ତେବେ ୨୧୦୦ ମସିହା ବେଳକୁ ଏଠାକାର ୯୭% ସ୍ଥଳଚର ପ୍ରାଣୀ ବିଲୁପ୍ତ ହୋଇଯିବେ। ଅନ୍ୟପକ୍ଷେ ଆଣ୍ଟାର୍କଟିକାର ମୁଖ୍ୟ ଆକର୍ଷଣ ପାଲଟିଥିବା ପେଙ୍ଗୁଇନ୍‌ଙ୍କ ବଂଶ ମଧ୍ୟ ଲୋପ ପାଇଯିବ ବୋଲି ଅଷ୍ଟ୍ରେଲିଆର ୨୯ ଜଣିଆ ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ସ୍ଥଳଚର ପ୍ରାଣୀଙ୍କ ସୁରକ୍ଷା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ବାହାର କରାଯାଇଥିବା ଉପାୟରେ ପ୍ରତିବର୍ଷ ୨୩ ନିୟୁତ ଡଲାର ଖର୍ଚ୍ଚ ହେବ। ଏହାଫଳରେ ଆଣ୍ଟାର୍କଟିକାର ପ୍ରାୟ ୮୪% ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ ଏବଂ ଗଛ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧିଜନିତ କ୍ଷତିରୁ ସୁରକ୍ଷିତ ରହିପାରିବେ।

ଖାଲି ପ୍ରାଣୀ ନୁହନ୍ତି, ଆଣ୍ଟାର୍କଟିକାରେ ଦେଖାଯାଉଥିବା ୨ଟି ବିଶେଷ ପ୍ରକାର ଫୁଲଗଛ ହାର୍ଡିମସ୍‌ ଏବଂ ଲିଚେନ୍ସ ମଧ୍ୟ ବିଲୁପ୍ତ ପଥରେ ପହଞ୍ଚତ୍ଛନ୍ତି। ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ୍‌ ଓ୍ବାର୍ମିଂ ଛଡ଼ା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆଣ୍ଟାର୍କଟିକାକୁ ଅସୁବିଧା ଭୋଗିବାକୁ ପଡ଼ୁଛି। ପେଙ୍ଗୁଇନ୍‌ଙ୍କ ସାମ୍ରାଜ୍ୟ କୁହାଯାଉଥିବା ଆଣ୍ଟାର୍କଟିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସୁଥିବା ବିଦେଶୀ ସେଠାକାର ପରିବେଶକୁ ଅପରିଷ୍କାର କରୁଛନ୍ତି। ବର୍ତ୍ତମାନର ସ୍ଥିତି ଯଦି ଆଗାମୀ ଦିନରେ ଜାରି ରୁହେ ତେବେ ୩୭% ପ୍ରାଣୀଙ୍କ ସମ୍ପୂର୍ଣ୍ଣ ବିନାଶ ଘଟିବ। ଅନ୍ୟପକ୍ଷେ ବରଫାବୃତ୍ତ ଅଞ୍ଚଳରେ ରହିବା ସହଜ ମନେକରୁଥିବା ଫେଙ୍ଗୁଇନ୍‌ଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ଅଲଗା ପ୍ରାଣୀମାନେ ନିଜକୁ ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇ ରଖିବାର ଉପାୟ ବାଛି ବାହାର କରିବାରେ ସଫଳ ହୋଇଥିବାବେଳେ ପେଙ୍ଗୁଇନ୍‌ଙ୍କ କ୍ଷେତ୍ରରେ ଏହା ଅସମ୍ଭବ ପ୍ରାୟ। କାରଣ ସେମାନଙ୍କ ଶାରୀରିକ ଗଠନ ଓ ଜୀବନଶୈଳୀ ବରଫାଞ୍ଚଳ ଛଡ଼ା ଅନ୍ୟ କୌଣସିଠାରେ ସହଜ ନୁହେଁ। ଏହି ବିରଳ ପ୍ରଜାତିର ପ୍ରାଣୀଙ୍କୁ ବଞ୍ଚାଇ ରଖିବାକୁ ହେଲେ ସତର୍କତାର ସହ ଏମାନଙ୍କୁ ସୁହାଇଲା ଭଳି କାର୍ଯ୍ୟପନ୍ଥା ଅବଲମ୍ବନ କରିବା ଜରୁରୀ ବୋଲି ବିଶେଷଜ୍ଞ ନିଜ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ନିର୍ଦ୍ଧାରିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପାଣ୍ଠି ବାବଦରେ ବିଶେଷଜ୍ଞ ଓ କର୍ତ୍ତୃପକ୍ଷଙ୍କ ଭିତରେ ଆଲୋଚନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri