୨୧୦୦ ବେଳକୁ ଲୋପ ପାଇଯିବେ ପେଙ୍ଗୁଇନ୍‌

ମେଲ୍‌ବୋର୍ନ,୨୬।୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକା ମହାଦେଶର ପ୍ରାଣୀ ଜଗତ ବିପଦରେ ପଡ଼ିଛନ୍ତି। ଯଦି ଏହାର ପ୍ରତିକାର ଦିଗରେ କାର୍ଯ୍ୟ କରା ନ ଯାଏ ତେବେ ୨୧୦୦ ମସିହା ବେଳକୁ ଏଠାକାର ୯୭% ସ୍ଥଳଚର ପ୍ରାଣୀ ବିଲୁପ୍ତ ହୋଇଯିବେ। ଅନ୍ୟପକ୍ଷେ ଆଣ୍ଟାର୍କଟିକାର ମୁଖ୍ୟ ଆକର୍ଷଣ ପାଲଟିଥିବା ପେଙ୍ଗୁଇନ୍‌ଙ୍କ ବଂଶ ମଧ୍ୟ ଲୋପ ପାଇଯିବ ବୋଲି ଅଷ୍ଟ୍ରେଲିଆର ୨୯ ଜଣିଆ ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ସ୍ଥଳଚର ପ୍ରାଣୀଙ୍କ ସୁରକ୍ଷା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ବାହାର କରାଯାଇଥିବା ଉପାୟରେ ପ୍ରତିବର୍ଷ ୨୩ ନିୟୁତ ଡଲାର ଖର୍ଚ୍ଚ ହେବ। ଏହାଫଳରେ ଆଣ୍ଟାର୍କଟିକାର ପ୍ରାୟ ୮୪% ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ ଏବଂ ଗଛ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧିଜନିତ କ୍ଷତିରୁ ସୁରକ୍ଷିତ ରହିପାରିବେ।

ଖାଲି ପ୍ରାଣୀ ନୁହନ୍ତି, ଆଣ୍ଟାର୍କଟିକାରେ ଦେଖାଯାଉଥିବା ୨ଟି ବିଶେଷ ପ୍ରକାର ଫୁଲଗଛ ହାର୍ଡିମସ୍‌ ଏବଂ ଲିଚେନ୍ସ ମଧ୍ୟ ବିଲୁପ୍ତ ପଥରେ ପହଞ୍ଚତ୍ଛନ୍ତି। ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ୍‌ ଓ୍ବାର୍ମିଂ ଛଡ଼ା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆଣ୍ଟାର୍କଟିକାକୁ ଅସୁବିଧା ଭୋଗିବାକୁ ପଡ଼ୁଛି। ପେଙ୍ଗୁଇନ୍‌ଙ୍କ ସାମ୍ରାଜ୍ୟ କୁହାଯାଉଥିବା ଆଣ୍ଟାର୍କଟିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସୁଥିବା ବିଦେଶୀ ସେଠାକାର ପରିବେଶକୁ ଅପରିଷ୍କାର କରୁଛନ୍ତି। ବର୍ତ୍ତମାନର ସ୍ଥିତି ଯଦି ଆଗାମୀ ଦିନରେ ଜାରି ରୁହେ ତେବେ ୩୭% ପ୍ରାଣୀଙ୍କ ସମ୍ପୂର୍ଣ୍ଣ ବିନାଶ ଘଟିବ। ଅନ୍ୟପକ୍ଷେ ବରଫାବୃତ୍ତ ଅଞ୍ଚଳରେ ରହିବା ସହଜ ମନେକରୁଥିବା ଫେଙ୍ଗୁଇନ୍‌ଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ଅଲଗା ପ୍ରାଣୀମାନେ ନିଜକୁ ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇ ରଖିବାର ଉପାୟ ବାଛି ବାହାର କରିବାରେ ସଫଳ ହୋଇଥିବାବେଳେ ପେଙ୍ଗୁଇନ୍‌ଙ୍କ କ୍ଷେତ୍ରରେ ଏହା ଅସମ୍ଭବ ପ୍ରାୟ। କାରଣ ସେମାନଙ୍କ ଶାରୀରିକ ଗଠନ ଓ ଜୀବନଶୈଳୀ ବରଫାଞ୍ଚଳ ଛଡ଼ା ଅନ୍ୟ କୌଣସିଠାରେ ସହଜ ନୁହେଁ। ଏହି ବିରଳ ପ୍ରଜାତିର ପ୍ରାଣୀଙ୍କୁ ବଞ୍ଚାଇ ରଖିବାକୁ ହେଲେ ସତର୍କତାର ସହ ଏମାନଙ୍କୁ ସୁହାଇଲା ଭଳି କାର୍ଯ୍ୟପନ୍ଥା ଅବଲମ୍ବନ କରିବା ଜରୁରୀ ବୋଲି ବିଶେଷଜ୍ଞ ନିଜ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ନିର୍ଦ୍ଧାରିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପାଣ୍ଠି ବାବଦରେ ବିଶେଷଜ୍ଞ ଓ କର୍ତ୍ତୃପକ୍ଷଙ୍କ ଭିତରେ ଆଲୋଚନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri