Posted inଜାତୀୟ

୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ, ୨୨ା୭:ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ୨୦୫୦ ସୁଦ୍ଧା ଦ୍ୱିଗୁଣିତ ହେବ। ତେଣୁ ଦେଶରେ ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ଯୋଜନାଗୁଡ଼ିକରେ ଅଧିକ ନିବେଶ ଆବଶ୍ୟକ ବୋଲି ୟୁନାଇଟେଡ୍‌ ନେଶନ୍‌ ପପୁଲେଶନ୍‌ ଫଣ୍ଡ(ୟୁଏନ୍‌ଏଫ୍‌ପିଏ)ର ଭାରତ ମୁଖ୍ୟ ଆଣ୍ଡ୍ରିୟା ଓ୍ବଜ୍‌ନାର କହିଛନ୍ତି। ୨୦୫୦ ସୁଦ୍ଧା ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଜନସଂଖ୍ୟା ବଢ଼ି ୩୪.୬ କୋଟିରେ ପହଞ୍ଚିବ, ଯାହା ବର୍ତ୍ତମାନ ରହିଥିବା ବରିଷ୍ଠ ନାଗରିକ ଜନସଂଖ୍ୟାର ଦ୍ୱିଗୁଣିତ ହୋଇଥିବା ଓ୍ବଜ୍‌ନାର କହିଛନ୍ତି। ତେଣୁ ଆଗାମୀ ଦିନରେ ସ୍ବାସ୍ଥ୍ୟସେବା, ବାସଗୃହ, ପେନ୍‌ସନ ପରି ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ବିଭିନ୍ନ ଯୋଜନାରେ ଅଧିକ ନିବେଶର ଆବଶ୍ୟକତା ରହିଛି। ଏହାଦ୍ୱାରା ଏକାକୀ ରହୁଥିବା ବୟସ୍କା ମହିଳାମାନେ ଉପକୃତ ହେବେ। ଅନ୍ୟପକ୍ଷରେ ସମ୍ପ୍ରତି ଭାରତର ଜନସଂଖ୍ୟାର ଏକ ବଡ଼ ଅଂଶ ଯୁବକମାନଙ୍କର ହୋଇଥିବା ଓ୍ବଜ୍‌ନାର କହିଛନ୍ତି। ୧୦ରୁ ୧୯ ବର୍ଷ ମଧ୍ୟରେ ୨୫.୨ କୋଟି ଲୋକ ବସବାସ କରୁଥିବାରୁ ସେମାନଙ୍କ ପାଇଁ ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି ବୋଲି ‘ୟୁଏନ୍‌ଏଫ୍‌ପିଏ’ର ଭାରତ ମୁଖ୍ୟ କହିଛନ୍ତି। ସେହିପରି ୨୦୫୦ ବେଳକୁ ଭାରତରେ ସମୁଦାୟ ଜନସଂଖ୍ୟାର ୫୦% ଲୋକ ସହରରେ ବସବାସ କରୁଥିବେ ବୋଲି ଓ୍ବଜ୍‌ନାର କହିଛନ୍ତି। ତେଣୁ ବସ୍ତି ଜନସଂଖ୍ୟା ବୃଦ୍ଧି, ବାୟୁ ପ୍ରଦୂଷଣ, ପରିବେଶ ଉପରେ ବିଭିନ୍ନ କୁପ୍ରଭାବ ଆଦି ପ୍ରସଙ୍ଗକୁ ନିୟନ୍ତ୍ରିତ କରିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?