୨୦୭୦ ସୁଦ୍ଧା ଭାରତ ହେବ କାର୍ବନ ନ୍ୟୁଟ୍ରାଲ

ଗ୍ଲାସ୍‌ଗୋ, ୨।୧୧: ୨୦୭୦ ସୁଦ୍ଧା ଭାରତ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ ବୋଲି ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ସହରରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ (କୋପ୍‌୨୬)ରେ ସୋମବାର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଥମ ଥର ଲାଗି ଭାରତ ପକ୍ଷରୁ ଏଭଳି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଚାଇନା ପାଇଁ ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ୧୦ ବର୍ଷ ଏବଂ ଆମେରିକା ଓ ୟୁରୋପୀୟ ୟୁନିୟନଠାରୁ ୨୦ ବର୍ଷ ଅଧିକ। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତିସଂଘ ସମ୍ମିଳନୀରେ ୫ଟି ପ୍ରତିଶ୍ରୁତି ଦେଇଛନ୍ତି। ତାହା ହେଲା ୨୦୩୦ ସୁଦ୍ଧା ଭାରତର ଅଣଜୀବାଶ୍ମ ବିଦ୍ୟୁତ ଉତ୍ପାଦନ ସାମର୍ଥ୍ୟ ୫୦୦ ଗିଗାଓ୍ବାଟରେ ପହଞ୍ଚତ୍ବ। ସେହି ସମୟ ସୁଦ୍ଧା ଭାରତ ଏହାର ଶକ୍ତି ଚାହିଦାର ୫୦ ପ୍ରତିଶତ ଅକ୍ଷୟ ଶକ୍ତିରୁ ପୂରଣ କରିବ। ବର୍ତ୍ତମାନଠାରୁ ୨୦୩୦ ମଧ୍ୟରେ ଭାରତ ଅଙ୍ଗାରକାମ୍ଳ ନିର୍ଗମନ ୧୦୦ କୋଟି ଟନ୍‌ କମାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବ। ଚତୁର୍ଥରେ ୨୦୩୦ ସୁଦ୍ଧା ନୂଆଦିଲ୍ଲୀ ଏହାର ଅର୍ଥନୀତିର କାର୍ବନ ଇଣ୍ଟେନସିଟିକୁ ୪୫ ପ୍ରତିଶତରୁ କମ୍‌ କରିବ। ଶେଷରେ ୨୦୭୦ ବେଳକୁ ଭାରତ କାର୍ବନ ନ୍ୟୁଟ୍ରାଲ ଲକ୍ଷ୍ୟ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜୀବନଶୈଳୀରେ ପରିବର୍ତ୍ତନକୁ ଏକ ବିଶ୍ୱ ମିଶନ ଭାବେ ଗ୍ରହଣ କରିବାକୁ ମୋଦି ଆହ୍ବାନ ଦେଇଛନ୍ତି। ଏଥିସହିତ ବିକଶିତ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପାଣ୍ଠିକୁ ୧ ଟ୍ରଲିୟନ ଡଲାର ପ୍ରଦାନ ଲାଗି ଦେଇଥିବା ପ୍ରତିଶ୍ରୁତି ଯଥାଶୀଘ୍ର ପୂରଣ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗ୍ରୀନ୍‌ ଗ୍ୟାରେଣ୍ଟି ଦେବ ବ୍ରିଟେନ

ଭାରତରେ ଗ୍ରୀନ୍‌ ପ୍ରୋଜେକ୍ଟ ପାଇଁ ଅତିରିକ୍ତ ୭୫୦ ନିୟୁତ ପାଉଣ୍ଡ ସହାୟତା ଲାଗି ବ୍ରିଟେନ ବିଶ୍ୱବ୍ୟାଙ୍କକୁ ‘ଇଣ୍ଡିଆ ଗ୍ରୀନ୍‌ ଗ୍ୟାରେଣ୍ଟି’ ପ୍ରଦାନ କରିବ। ସୋମବାର କୋପ୍‌୨୬ ସମିଟ୍‌ରେ ଏହା ଘୋଷଣା କରାଯାଇଛି। ଏହି ଗ୍ରୀନ୍‌ ଗ୍ୟାରେଣ୍ଟି ଫାଇନାନ୍ସିଂ ଭାରତର ପ୍ରଦୂଷଣମୁକ୍ତ ଶକ୍ତି, ପରିବହନ ଓ ସହରାଞ୍ଚଳ ବିକାଶ ଆଦି ସେକ୍ଟରରେ ଭିତ୍ତିଭୂମି ବିକାଶରେ ସହାୟକ ହେବ। ଭାରତରେ ବିଦ୍ୟୁତଚାଳିତ ଯାନ ସମେତ ବିକାଶଶୀଳ ଦେଶଗୁଡ଼ିକରେ ଗ୍ରୀନ୍‌ ପ୍ରକଳ୍ପର ବିକାଶ ଲାଗି ବ୍ରିଟେନ ୨୧୦ ନିୟୁତ ପାଉଣ୍ଡ ନିବେଶ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଜଳବାୟୁ ସମ୍ମିଳନୀ (କୋପ୍‌୨୬) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବ୍ରିଟିଶ ପ୍ରତିପକ୍ଷ ବୋରିସ୍‌ ଜନ୍‌ସନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏଥିରେ ଗ୍ରୀନ୍‌ ହାଇଡ୍ରୋଜେନ୍‌, ଅକ୍ଷୟ ଶକ୍ତି, ସ୍ବଚ୍ଛ ପ୍ରଯୁକ୍ତି, ଅର୍ଥନୀତି ଏବଂ ପ୍ରତିରକ୍ଷା ଆଦି ପ୍ରସଙ୍ଗ ରହିଥିଲା। କୋଭିଡ୍‌ ଯୋଗୁ ବୋରିସ ଦୁଇଥର ଭାରତ ଗସ୍ତ ବାତିଲ କରିବା ପରେ ପ୍ରଥମ ଥର ପାଇଁ ମୋଦିଙ୍କ ସହ ତାଙ୍କର ବୈଠକ ଅନୁଷ୍ଠିତ ହୋଇଛି। ଗ୍ଲାସ୍‌ଗୋରେ ଜଳବାୟୁ ସମ୍ପର୍କିତ ଆଲୋଚନା ଆରମ୍ଭ ହୋଇଥିବାବେଳେ ଭାରତ-ବ୍ରିଟେନ ରଣନୀତିକ ସହଯୋଗ ବୃଦ୍ଧି ପାଇଁ ୨୦୩୦ ରୋଡମ୍ୟାପ୍‌ର ସମୀକ୍ଷା କରିଛନ୍ତି। ମେ’ରେ ଭର୍ଚୁଆଲ ସମିଟ୍‌ରେ ମୋଦି ଓ ବୋରିସ୍‌ଙ୍କ ମଧ୍ୟରେ ଭାରତ-ବ୍ରିଟେନ ରଣନୀତିକ ସହଯୋଗ ଚୁକ୍ତି ସ୍ବାକ୍ଷର ହୋଇଥିଲା। କୋପ୍‌୨୬ରେ ଯୋଗଦେବା ପାଇଁ ମୋଦି ଗ୍ଲାସ୍‌ଗୋରେ ପହଞ୍ଚତ୍ବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

 

୧୦ ବର୍ଷରେ ସମୁଦ୍ର ପତ୍ତନ ୨ ଗୁଣ ବୃଦ୍ଧି

 

ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ସମୁଦ୍ରପତ୍ତନ ହାରାହାରି ୨ ଗୁଣ ବୃଦ୍ଧି ପାଇଛି। ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁ ବରଫ ଏବଂ ଗ୍ଲେସିୟର ତରଳିବା ଏହାର ପ୍ରମୁଖ କାରଣ ବୋଲି ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ରିପୋର୍ଟରେ କୁହାଯାଇଛି। ୧୯୯୩ରୁ ୨୦୦୨ ମଧ୍ୟରେ ସମୁଦ୍ରପତ୍ତନ ବୃଦ୍ଧି ବର୍ଷକୁ ୨.୧ ମି.ମି. ଥିବାବେଳେ ୨୦୧୩ରୁ ୨୦୨୧ ମଧ୍ୟରେ ତାହା ବର୍ଷକୁ ୪.୪ ମି.ମି. ରହିଛି। ଆର୍କଟିକ୍‌ ସାମୁଦ୍ରିକ ବରଫ ଗତ ମାର୍ଚ୍ଚରେ ୧୯୮୧-୨୦୧୦ ବର୍ଷର ହାରାହାରି ମାତ୍ରାଠାରୁ କମ୍‌ସ୍ତରକୁ ଚାଲିଯାଇଥିଲା। ସେହିପରି ଜୁନ୍‌ ଏବଂ ଜୁଲାଇ ପ୍ରାରମ୍ଭରେ ଲାପ୍‌ଟେଭ୍‌ ସାଗର ଏବଂ ପୂର୍ବ ଗ୍ରୀନ୍‌ଲ୍ୟାଣ୍ଡ ସାଗର ଅଞ୍ଚଳରେ ସାମୁଦ୍ରିକ ବରଫ ମାତ୍ରା ଦ୍ରୁତଗତିରେ ହ୍ରାସ ପାଇଥିଲା। ଗତ ୭ ବର୍ଷ ସବୁଠାରୁ ଉତ୍ତପ୍ତ ଭାବେ ରେକର୍ଡ କରିଛି। ୨୦୨୧ରେ ସର୍ବାଧିକ ମାତ୍ରାରେ ସମୁଦ୍ରପତ୍ତନ ବୃଦ୍ଧି ପାଇଥିବା ଏଥିରେ ଦର୍ଶାଯାଇଛି। ସାମୁଦ୍ରିକ ଝଡ଼, ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ପାଇଁ ଭାରତ ଗତ ବର୍ଷ ୮୭ ବିଲିୟନ ଡଲାର କ୍ଷତିସହିଥିବା ଡବ୍ଲ୍ୟୁଏମ୍‌ଓର ଷ୍ଟେଟ୍‌ ଅଫ୍‌ ଦି କ୍ଲାଇମେଟ ଇନ୍‌ ଏସିଆ ରିପୋର୍ଟ ପ୍ରକାଶ କରିଥିଲା। ବିଶେଷକରି ଆରବସାଗର ପୃଷ୍ଠଭାଗ ତାପମାତ୍ରା ବିଶ୍ୱର ଅନ୍ୟ ସାଗର ତୁଳନାରେ ଅଧିକ ରହିଥିଲା। ଦ୍ରୁତଗତିରେ ସମୁଦ୍ରପତ୍ତନ ବୃଦ୍ଧି ଭାରତ ପାଇଁ ଆଗକୁ ଆହୁରି ବିପଦ ଆଣିପାରେ ବୋଲି ଏଥିରେ କୁହାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri