ବଲାଙ୍ଗୀର,୧୭/୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଜାନୁଆରୀ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସୂଚନା ଅନୁଯାୟୀ, ବ୍ରିଜ ତଳୁ ଉଦ୍ଧାର କରଯାଇଥିବା ମୃତ ଯୁବକ ଜଣକ ହେଲେ ଦେଉଳଗୁଡ଼ି ଗାଁର ବ୍ୟବସାୟୀ ନଟରାଜ ଥନାପତି। କିଛି ମାସ ତଳେ ନଟରାଜଙ୍କ ବିବାହ ଠିକ ହୋଇଥିଲା। ଆଉ ଅଳ୍ପ କିଛି ଦିନ ଥିବାବେଳେ ତାଙ୍କର ବ୍ରିଜ ତଳୁ ମୃତଦେହ ମିଳିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା l ଏପରିକି ନଟରାଜଙ୍କ ବିବାହ କାର୍ଡ ବଣ୍ଟନ ମଧ୍ୟ କରି ସାରିଥିବା ପରିବାର ଲୋକେ କହିଥିଲେ। ମୃତ୍ୟୁକୁ ନେଇ ପରିବାର ଲୋକେ କିଛି କହି ନ ଥିବାବେଳେ ଘଟଣାସ୍ଥଳରେ ତୁଷୁରା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବ୍ୟବସାୟୀଙ୍କ ଆତ୍ମହତ୍ୟା ନା ତାଙ୍କୁ କିଏ ହତ୍ୟା କରିଛି ସେ ଦିଗରେ ଏସପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ୧୫ ଦିନ ପରେ ନଟରାଜଙ୍କ ବଡଭାଇ ନବକୁ ପୋଲିସ ଉଠାଇଆଣି ପଚରାଉଚୁରା କରିବା ପରେ ହତ୍ୟା ଘଟଣାର ରହସ୍ୟ ପର୍ଦ୍ଦଫାଶ ହୋଇଥଲା l ତୁଷୁରା, ଦେଓଗାଁ ଓ ସଇଁତଳା ଅଞ୍ଚଳରୁ ନଟରାଜର ହତ୍ୟାରେ ସାମିଲ ହୋଇଥିବା ୭ ଜଣଙ୍କୁ ପୋଲିସ ବାନ୍ଧି ଆଣି ବଲାଙ୍ଗୀର ରିଜର୍ଭ ପୋଲିସ ବେରେକଠାରେ ଅଟକ ରଖିଛି l ବଡଭାଇ ସୂପାରି ଦେଇ ସାନଭାଇକୁ ହତ୍ୟା କରିଥିବା କୁହାଯାଉଛି l ପୋଲିସ ପକ୍ଷରୁ ହତ୍ୟାକୁ ନେଇ ଆଉ କିଛି ଘଣ୍ଟା ପରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମର୍ଡ଼ରକୁ ନେଇ ଖୁଲାସା କରାଯିବ ବୋଲି ଜଣାପଡିଛି।
Dharitri – Odisha’s No.1 Odia Daily

