ଗୁଣାତ୍ମକ ସାମଗ୍ରୀ ପାଇଁ ବ୍ୟବସାୟ ତିଷ୍ଠିରହେ

ପାରିବାରିକ ବ୍ୟବସାୟରୁ ପର୍ସନାଲ ବିଜ୍‌ନେସର ଯାତ୍ରା କିଭଳି ଜାରି ରହିଛି?
ଭଦ୍ରକରେ ବାପାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଥିଲା। ଉଚ୍ଚଶିକ୍ଷା ଶେଷ ପରେ ବାପାଙ୍କୁ ସହଯୋଗ କରିବା ପାଇଁ ବ୍ୟବସାୟରେ ସାମିଲ ହୋଇଥିଲି। ବେପାର ଅଭିଜ୍ଞତା ହାସଲ ପରେ ୯୦ ଦଶକରେ ଆଉ ଏକ ସୁଯୋଗ ମିଳିଥିଲା। ଆରମ୍ଭ ହୋଇଥିଲା ନିଜସ୍ବ ଇଲୋକ୍ଟ୍ରୋନିକ୍ସ ବ୍ୟବସାୟ। ଏଲ୍‌ଜି ପକ୍ଷରୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ବୀକୃତି ପାଇ ଭଦ୍ରକ ସହରରେ ଏଲ୍‌ଜି ବେଷ୍ଟ ଶପ୍‌-ପ୍ରୋ ଭିଜୁଆଲ ଖୋଲିଥିଲି। ସେବେଠୁ ବ୍ୟବସାୟର ଯାତ୍ରା ଆଗକୁ ବଢ଼ିଚାଲିଛି। ପରିବାର ସହଯୋଗ ଓ ଗ୍ରାହକଙ୍କ ଭଲ ପାଇବା ଯୋଗୁ କାରବାର ଭଲ ରହିଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆଶାବାଦୀ।
ବାଣିଜ୍ୟର ଛାତ୍ର ହୋଇ ବ୍ୟବସାୟ ପାଇଁ ମନବଳାଇଲେ, ନିଷ୍ପତ୍ତି କେତେ ଦୂର ଠିକ୍‌ ଥିଲା ବୋଲି ଭାବୁଛନ୍ତି?
ବ୍ୟବସାୟ କରିବା ପାଇଁ ବିଭାଗର ଆବଶ୍ୟକତା ନାହିଁ। ହେଲେ କଠିନ ପରିଶ୍ରମ ଓ ଲୋକସମ୍ପର୍କ ଜରୁରୀ। ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷ ପରେ ନିଯୁକ୍ତି ପାଇଁ କିଛି ସୁବିଧା ନ ଥିଲା। ବାହାର ରାଜ୍ୟକୁ ନ ଯାଇ ନିଜ ଅଞ୍ଚଳରେ କିଛି କରିବା ପାଇଁ ବହୁ ଲୋକ ପରାମର୍ଶ ଦେଇଥିଲେ। ଫଳରେ ପାରିବାରିକ ବ୍ୟବସାୟରେ ଯୋଗଦେବା ସହ ବ୍ୟବସାୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବାକୁ ଚେଷ୍ଟା କଲି। ଅଭିଜ୍ଞତା ହାସଲ ଏବଂ ବ୍ୟବସାୟୀ ହେବାର କଳା ମଧ୍ୟ ଗ୍ରହଣ କରି ଜଣାଶୁଣା କମ୍ପାନୀ ଏଲ୍‌ଜି ସହଯୋଗରେ ଏଲ୍‌ଜି ଉତ୍ପାଦ ବିକ୍ରି କରିବାକୁ ସୁଯୋଗ ପାଇଲି। ବଜାରରେ ଏକ ପ୍ରତିଷ୍ଠିତ ଇଲେକ୍ଟ୍ରୋନିକ୍ସ ପ୍ରତିଷ୍ଠାନ ଭାବେ ପରିଚୟ ସୃଷ୍ଟି ହେଲା। ବାପାଙ୍କ ପ୍ରେରଣା ଓ ପରିବାରର ସହଯୋଗ ଫଳରେ ଉଦ୍ଦେଶ୍ୟ ସାଧିତ ହୋଇଛି।
ବର୍ତ୍ତମାନ ବଜାରରେ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ କିଭଳି ରହିଛି?
କୋଭିଡ୍‌ ପୂର୍ବରୁ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ଆଶାନୁରୂପ ଥିଲା। କିନ୍ତୁ ୨୦୨୦ ପ୍ରଥମ ଭାଗରୁ ଆଜି ପର୍ଯ୍ୟନ୍ତ ଆଶା ଓ ଆଶଙ୍କା ମଧ୍ୟରେ ସଂଘର୍ଷ କରୁଛି। ବିଶେଷକରି ଅନ୍‌ଲାଇନ୍‌ ବ୍ୟବସାୟର ପ୍ରବେଶ ପରଠାରୁ ଅଫ୍‌ଲାଇନ୍‌ ବ୍ୟବସାୟ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଉପଯୁକ୍ତ ଦରଠାରୁ କମ୍‌ ଦାମ୍‌ ଓ ହୋମ୍‌ ଡେଲିଭରି ସହ ଆକର୍ଷଣୀୟ ଅଫର୍‌ ଆଦି ପ୍ରତ୍ୟକ୍ଷ ବ୍ୟବସାୟକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଗୁଣାତ୍ମକ ସାମଗ୍ରୀ ଓ ସୁବିଧା ପ୍ରଦାନ ସହ ଲୋକସମ୍ପର୍କ ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନ ତିଷ୍ଠିରହିଛି। ଏସବୁ ପରେ ବ୍ୟବସାୟ କରିବାକୁ ହେଲେ ପରିଶ୍ରମ ସାଙ୍ଗକୁ ସାଧୁତା ରକ୍ଷା କରିବାକୁ ପଡ଼ିବ।
ଆପଣଙ୍କ ବ୍ୟବସାୟରେ ଟାର୍ଗେଟ କଷ୍ଟମର କିଏ ଏବଂ ସର୍ବାଧିକ ବିକ୍ରୟ ସାମଗ୍ରୀ କ’ଣ?
ଭଦ୍ରକ ଏକ କୃଷିଭିତ୍ତିକ ଜିଲା। ଏହାର ବଜାରଗୁଡ଼ିକ ମଧ୍ୟ ଗ୍ରାମୀଣ ଓ ସହରଭିତ୍ତିକ ବଜାର। ଭଦ୍ରକ ଜିଲା ସହ ଏହାର ପଡ଼ୋଶୀ ଜିଲାର ଗ୍ରାହକମାନେ ମଧ୍ୟ ଭଦ୍ରକ ସହରକୁ ଆସିଥାନ୍ତି। ଏହି ବଜାର ବିଶେଷକରି ମଧ୍ୟମବର୍ଗଙ୍କ ଦ୍ୱାରା ପରିଚାଳିତ। ଏଠାରେ ସବୁପ୍ରକାରର ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଚାହିଦା ରହଛି। ବିଶେଷକରି ୩୨ ଇଞ୍ଚ ଏଲ୍‌ଇଡି ଟିଭି ସହ ରେଫ୍ରିଜରେଟର ଓ ୱାଶିଂମେଶିନ ଭଳି ସାମଗ୍ରୀ ସର୍ବାଧିକ ବିକ୍ରି ହେଉଛି। ଏସି, ମାଇକ୍ରୋ ଓଭେନ୍‌ ଭଳି ଉତ୍ପାଦର ଡିମାଣ୍ଡ ମଧ୍ୟ ରହୁଛି।
ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ବଜାରରେ କ’ଣ ସବୁ ସମସ୍ୟା ରହିଛି ଏବଂ ତାହା ବ୍ୟବସାୟ କ୍ଷେତ୍ରରେ କିଭଳି ଅସୁବିଧା ସୃଷ୍ଟି କରୁଛି?
କୋଭିଡ୍‌ର ପ୍ରଥମ ଲହରଠାରୁ ଅଦ୍ୟାବଧି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ପ୍ରାୟ ୪୦% ବେପାର ହ୍ରାସ ପାଇଛି। ବ୍ୟବସାୟରେ ସଙ୍ଘୀୟ ବ୍ୟବସ୍ଥା ସହ ଆନ୍ତର୍ଜାତୀୟ ବାଣିଜ୍ୟ ଚୁକ୍ତି ମଧ୍ୟ ବାଧକ ସାଜିଛି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ଆମଦାନୀରେ ବଡ଼ ସମସ୍ୟା ରହିଥିବାବେଳେ କମ୍ପାନୀଗୁଡ଼ିକ ମଧ୍ୟ ଆବଶ୍ୟକତା ଅନୁସାରେ ସାମଗ୍ରୀ ଯୋଗାଇ ପାରୁନାହାନ୍ତି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ପାଇଁ ଆବଶ୍ୟକ ପ୍ରମୁଖ ଉପାଦାନ ସହ ଚାଇନାରୁ ସାମଗ୍ରୀ ଆସି ପାରୁ ନ ଥିବାରୁ ଉଭୟ କମ୍ପାନୀ ଓ ଡିଲରମାନେ ଗ୍ରାହକଙ୍କ ଚାହିଦା ପୂରଣ କରିପାରୁନାହାଁନ୍ତି।
ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି?
ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ରହିଥିବାରୁ ସମୟ ବାହାର କରିବା କଷ୍ଟକର। ତଥାପି ସାଙ୍ଗସାଥୀ ବନ୍ଧୁ ପରିଜନଙ୍କ ସହ ସମୟ ବିତାଇବାକୁ ଚାହେଁ। ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହିଲେ ମଧ୍ୟ ଆବଶ୍ୟକ ସହଯୋଗ ପାଇଁ ପ୍ରଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?