ଏଣିକି ATMରୁ ଟଙ୍କା ଉଠାଇବା ହୋଇଯିବ ମହଙ୍ଗା, ଗଣିବେ ଏତିକି… 

ନୂଆଦିଲ୍ଲୀ,୨୫।୩: ଯଦି ଆପଣଙ୍କର ବାରମ୍ବାର ATMରୁ ଟଙ୍କା ଉଠାଇବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ ଏହି ଅଭ୍ୟାସକୁ ସୁଧାରି ନେବାକୁ ହେବ। କାରଣ ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇବା ମହଙ୍ଗା ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କଗୁଡ଼ିକୁ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧି କରିବାକୁ ଅନୁମତି ଦେଇଛି। ଏଣୁ ଯଦି ଘରୋଇ ବ୍ୟାଙ୍କ ନେଟୱାର୍କ ବାହାରେ ATM ରୁ କୌଣସି ଟଙ୍କା ଉଠାଣ କରାଯାଏ କିମ୍ବା ବାଲାନ୍ସ ଯାଞ୍ଚ କରାଯାଏ, ତେବେ ଏହା ଆପଣଙ୍କୁ ପୂର୍ବ ଅପେକ୍ଷା ସାମାନ୍ୟ ଅଧିକା ମହଙ୍ଗା ପଡ଼ିବ।
ପୂର୍ବରୁ ନିଜ ଘରୋଇ ବ୍ୟାଙ୍କର ATM ବଦଳରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇଲେ ୧୭ ଟଙ୍କା ଦେବାକୁ ପଡୁଥିଲା। ଏବେ ଏହା ୧୯ ଟଙ୍କା ହୋଇଯାଇଛି। ଅନ୍ୟ ବ୍ୟାଙ୍କର ATMରୁ ବାଲାନ୍ସ ଯାଞ୍ଚ କରିବା ପାଇଁ ପୂର୍ବରୁ ୬ ଟଙ୍କା ଦେବାକୁ ପଡୁଥିବା ବେଳେ ଏହାକୁ ଏବେ ୭ ଟଙ୍କାକୁ ବୃଦ୍ଧି କରାଯାଇଛି।
ତେବେ ଯେତେବେଳେ ଆପଣ ମାଗଣା ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରିବେ ସେତେବେଳେ ଅନ୍ୟ ବ୍ୟାଙ୍କର ATMରୁ ଟ୍ରାଞ୍ଜାକ୍ସନ ଫି’ ନିଆଯିବ। ମେଟ୍ରୋ ସହରଗୁଡ଼ିକରେ ଘରୋଇ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କର ATM ରୁ ମାଗଣା କାରବାରର ସୀମା ୫ ଅଟେ, ଯେତେବେଳେ ଅଣ-ମେଟ୍ରୋ ସହରଗୁଡ଼ିକରେ ମାଗଣା କାରବାରର ସୀମା ୩ ଅଟେ।
ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NTPC) ଦ୍ୱାରା ପଠାଯାଇଥିବା ATM ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ RBI ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ହ୍ବାଇଟ ଲେବଲ୍‌ ଏଟିଏମ୍‌ ଅପରେଟରମାନେ ଶୁଳ୍କ ବୃଦ୍ଧି କରିବା ବିଷୟରେ ଆଲୋଚନା କରୁଥିଲେ। ସେମାନଙ୍କର ତର୍କ ଥିଲା ଯେ ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ ଯୋଗୁ ପୁରୁଣା ଫିଚରରେ ସେବା ଯୋଗାଇବା କଷ୍ଟକର।
 ହ୍ବାଇଟ ଲେବଲ ATM କ’ଣ?
ଛୋଟ ସହର ଏବଂ ଗ୍ରାମଗୁଡ଼ିକରେ ଏଟିଏମ ସୁବିଧା ଉପଲବ୍ଧ କରାଇବା ପାଇଁ, RBI ATM ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ ଆଇନ ୨୦୦୭ ଅନୁଯାୟୀ ଏପରି ସ୍ଥାନରେ ATM ସ୍ଥାପନକୁ ଅନୁମୋଦନ କରିଛି, ଯେଉଁଠାରେ କୌଣସି ବ୍ୟାଙ୍କର ବୋର୍ଡ ନାହିଁ। ଡେବିଟ ଏବଂ କ୍ରେଡିଟ କାର୍ଡ ବ୍ୟବହାର କରି ଏହି ଏଟିଏମ୍‌ଗୁଡ଼ିକରୁ ଟଙ୍କା ଉଠାଯାଇପାରିବ। ଏହା ସହିତ ବିଲ ପେମେଣ୍ଟ, ମିନି ଷ୍ଟେଟମେଣ୍ଟ, ଚେକ ବୁକ ଅନୁରୋଧ, ନଗଦ ଜମା ଭଳି ସୁବିଧା ମଧ୍ୟ ଉପଲବ୍ଧ।

Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri