ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି

ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ ୨୬ର ଭାରତ ବନ୍ଦ କାର୍ଯ୍ୟକ୍ରମ ଅବ୍ୟବହିତ ଆଗରୁ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡାଯାଇଛି। ସେହିଭଳି ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀଗୁଡିକ ବିଭିନ୍ନ ନିୟମ ଉଲ୍ଲଂଘନ କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସଂଘ କହିଛି ଯେ, ଜିଏସ୍‌ଟି ଢାଞ୍ଚାରେ ତର୍ଜମା କରିବା ଲାଗି ସରକାର ଏକ ବିଶେଷଜ୍ଞ କମିଟି ଗଠନ କରନ୍ତୁ। ଜିଲା ସ୍ତରରେ ଜିଏସ୍‌ଟି ଓ୍ବାର୍କିଂ ଗ୍ରୁପ ଦ୍ୱାରା ଏହି ବ୍ୟବସ୍ଥା ଠିକ୍‌ ଭାବେ ଚାଲୁଛି କି ନାହିଁ ତା’ର ମଧ୍ୟ ସମୀକ୍ଷା ସରକାର କରନ୍ତୁ ବୋଲି ଚିଠିରେ ନିବେଦନ କରାଯାଇଛି। ନିକଟରେ ଜିଏସ୍‌ଟିରେ ହୋଇଥିବା କେତେକ ସଂଶୋଧନ ଯୋଗୁ ଏହା ଏକଚ୍ଛତ୍ରବାଦୀ ହୋଇପଡିଛି। ସରକାରୀ ଅଧିକାରୀ ଏହାର ଫାଇଦା ନେଉଛନ୍ତି। ସରକାର ଗଭର୍ନାନ୍ସକୁ ଗୁରୁତ୍ୱ ଦେଉଥିବାରୁ ଏଭଳି ପ୍ରସଙ୍ଗକୁ ନଜରରେ ରଖନ୍ତୁ ବୋଲି ଚିଠିରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର...

ଭିଡ଼ ବଢ଼ାଉଛି କାରବାର

କଟକ,୧୭।୧୧: ଦେଶର ଲୋକପ୍ରିୟ ପପୁଲାର କିଚେନ ଆଣ୍ଡ ହୋମ୍‌ ପ୍ରଡକ୍ଟସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜୀ ଡିଷ୍ଟ୍ରିବ୍ୟୁଟର୍ସ ଜରିଆରେ ଚଳିତ ବର୍ଷ କଟକ...

ଟିକସ ସ୍ବଚ୍ଛତା ଆଡ଼କୁ ବଢୁଛି ଭାରତ:ମୋଦି

ନୂଆଦିଲ୍ଲୀ: ଭାରତ ଟିକସ ଆତଙ୍କବାଦରୁ ଟିକସ ସ୍ବଚ୍ଛତା ଆଡକୁ ବଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। କେନ୍ଦ୍ର ସରକାର ଟିକସ ବ୍ୟବସ୍ଥାରେ ନୂଆ ଫେସ୍‌ଲେସ...

ବେଦାନ୍ତ ପକ୍ଷରୁ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’

ନୂଆଦିଲ୍ଲୀ,୨୩।୧୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’ର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ଏକ୍ସଟ୍ରୁଜନ୍‌ ଶିଳ୍ପର ଉପତ୍ାଦକତା ବୃଦ୍ଧି ସମ୍ପର୍କରେ...

ଆଜି ମୁକେଶ ଅମ୍ବାନୀଙ୍କ ଲାଗି ଐତିହାସିକ ଦିନ: ରିଲାଏନ୍ସରୁ ଅଲଗା ହୋଇଯିବ ‘ଜିଓ ଫାଇନାନ୍ସିଆଲ’

ନୂଆଦିଲ୍ଲୀ,୨୦।୭: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ପାଇଁ ଆଜିର ଦିନଟି ଐତିହାସିକ ଦିନ। ଗୁରୁବାର ରିଲାଏନ୍ସ ଷ୍ଟାଟର୍ଜିକ୍‌ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌...

ଏନ୍‌ଏମ୍‌ଡିସି-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା

ଭୁବନେଶ୍ୱର,୧।୭: ଦେଶର ପ୍ରମୁଖ ଖଣି ଖନନ କମ୍ପାନୀ ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି) ହାଇଦ୍ରାବାଦ ଏବଂ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା...

ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକିୟାରେ ପରିବର୍ତ୍ତନ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୨୯।୪ : ଆମେରିକାର କେତେକ ଫେଡେରାଲ ଏଜେନ୍ସି କିଛି କମ୍ପାନୀ ଦ୍ୱାରା ଅପବ୍ୟବହାର ଏବଂ ଠକେଇର ସୂଚନା ପାଇବା ପରେ ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକ୍ରିୟାକୁ...

ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,୨-୧୧: ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଦେବାକୁ ପଡୁଥିବା ଫିସ୍‌ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବନି। ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର୍‌)ର...

Advertisement
Archives

Model This Week