ଦୁର୍ବଳତାରୁ ଆରମ୍ଭ ହୋଇଥିଲା ବ୍ୟବସାୟ

ପିଲାଟି ଦିନରୁ ଗାଡ଼ି ପ୍ରତି ଦୁର୍ବଳତା ରହିଥିଲା। ଏପରି କି ବଡ଼ ହେଲା ପରେ ମଧ୍ୟ ଗାଡ଼ି ସହ ଏକ ପ୍ରକାର ମାନସିକ ଭାବନା ଯୋଡ଼ି ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଗାଁ ଚାଷଜମିରେ ଚାଲୁଥିବା ଗାଡ଼ି ଘରେ ଥିବା ଗାଡ଼ିଗୁଡ଼ିକଠାରୁ ଭିନ୍ନ ଥିଲା। ଉକ୍ତ ଗାଡ଼ିକୁ ସେ କିଭଳି ଭାବେ ଚଳାଇବେ ଏବଂ ଅନ୍ୟ ଗାଡ଼ିଠାରୁ ତାହା କ’ଣ ପାଇଁ ଭିନ୍ନ, ତା’ ହିଁ ଥିଲା ଟ୍ରାକ୍ଟର ପ୍ରତି ଦୁର୍ବଳତା ଏବଂ ଟ୍ରାକ୍ଟର ବ୍ୟବସାୟର ଅୟମାରମ୍ଭ ପରିକଳ୍ପନା। ବିଶେଷକରି ଉଚ୍ଚଶିକ୍ଷା ଶେଷ ପରେ ଦକ୍ଷତା ବିକାଶ ସହ ଟ୍ରାକ୍ଟର ଶିଳ୍ପ କ୍ଷେତ୍ରରେ ପ୍ରବେଶ କରିଥିଲି। ପ୍ରାଥମିକ ପର୍ଯ୍ୟାୟରେ ବହୁ ଘାତପ୍ରତିଘାତ ଓ କଠିନ ପରିଶ୍ରମ ପରେ ବ୍ୟବସାୟରେ ସ୍ଥିରତା ଆସିଥିଲା। ସେବେଠାରୁ ବ୍ୟବସାୟ ଧୀରେ ଧୀରେ ବୃଦ୍ଧି ଘଟିବା ସହ ସଫଳତା ପଥରେ ଅଗ୍ରସର ହୋଇଚାଲିଛି। ସେହି ସଫଳ ବ୍ୟବସାୟୀ ତଥା ଯୁବ ଉଦ୍ୟୋଗୀ ମଡର୍ନ ଆଗ୍ରୋ ମୋଟର୍ସ ଆଣ୍ଡ ଟ୍ରାକ୍ଟର୍ସ ପ୍ରା.ଲିଃ.ର ଏମ୍‌ଡି ପ୍ରଦୀପ୍ତ ବଡ଼ଜେନାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…….

ପ୍ର-୧ : ରାଜ୍ୟରେ ଟ୍ରାକ୍ଟର ବଜାରର ଚାହିଦା କିଭଳି ରହିଛି?
ଉ- ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ୭୦%ରୁ ଅଧିକ ଲୋକ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟରେ ଜଡ଼ିତ ଅଛନ୍ତି। ଏପରିକି କୃଷି ପାଇଁ ଚାଷର ଆବଶ୍ୟକତା ରହିଛି, ବିଂଶ ଶତାବ୍ଦୀରୁ ପଶୁ (ବଳଦ ଓ ମଇଁଷି)ଙ୍କ ଦ୍ୱାରା ଚାଷକାର୍ଯ୍ୟ ପ୍ରାୟ ବନ୍ଦ ହୋଇଯାଇଛି। ଏପରିକି ଚାଷୀ ଟ୍ରାକ୍ଟର ଜରିଆରେ କମ୍‌ ସମୟରେ ଅଧିକ ଚାଷ କାର୍ଯ୍ୟ କରିପାରୁଛି। ଫଳରେ ଚାଷୀ ବଳଦ ବଦଳରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯାନ୍ତ୍ରିକ ପଦ୍ଧତିକୁ ଆପଣାଇଛି। ଫଳରେ ଗତ ୨୦ବର୍ଷ ମଧ୍ୟରେ ଟ୍ରାକ୍ଟର ବଜାର ପ୍ରାୟ ୪୫ରୁ ୫୦% ବୃଦ୍ଧି ପାଇଛି। ଟ୍ରାକ୍ଟର ଖାଲି ଚାଷ ପାଇଁ ବ୍ୟବହାର ହେଉନାହିଁ, ଚାଷ ଛଡ଼ା ମାଲ ପରିବହନ ଓ ଅନ୍ୟାନ୍ୟ ଶିଳ୍ପରେ ମଧ୍ୟ ଟ୍ରାକ୍ଟରର ବିନିଯୋଗ କରାଯାଉଛି।
ପ୍ର- ୨: ବ୍ରାଣ୍ଡ୍‌ ବ୍ୟବସାୟକୁ କିଭଳି ସହାୟତା ପ୍ରଦାନ କରିଥାଏ?
ଉ- ସବୁ କ୍ଷେତ୍ରର ବ୍ରାଣ୍ଡ୍‌ର ଯଥେଷ୍ଟ ଭୂମିକା ରହିଥାଏ। ବ୍ରାଣ୍ଡ୍‌ର ଭୂମିକା ସହ ବ୍ୟବସାୟ ପ୍ରତିଷ୍ଠାନର କଠିନ ପରିଶ୍ରମ ଓ ଲୋକ ସମ୍ପର୍କ ମଧ୍ୟ ଅନ୍ୟତମ କାରଣ ହୋଇଥାଏ। ବିଶେଷକରି ଗ୍ରାହକଙ୍କୁ ଗାଡ଼ି ବିକ୍ରି କରିଦେଲେ ବ୍ୟବସାୟ ହୋଇଯାଏ ନାହିଁ। ବିକ୍ରି ଓ ବିକ୍ରି ପରବର୍ତ୍ତୀ ସେବା ସାଙ୍ଗକୁ ଆନୁଷଙ୍ଗିକ ପଦକ୍ଷେପ ମଧ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ସେହିଭଳି ବଜାରରେ ଯେଉଁ ବ୍ରାଣ୍ଡ୍‌ର ଚାହିଦା ଥାଉ ପଛେ, ଖାଲି ଯେ ବ୍ରାଣ୍ଡ୍‌ ପାଇଁ ଗ୍ରାହକ ଉକ୍ତ କମ୍ପାନୀର ଗାଡ଼ି କିଣିବେ ତାହା ନୁହେଁ। ବ୍ରାଣ୍ଡ୍‌ ମଧ୍ୟ ଅନ୍ୟ ବ୍ରାଣ୍ଡ୍‌ ଭଳି ଗ୍ରାହକଙ୍କ ଆବଶ୍ୟକତା ଓ ଆଧୁନିକ ଜ୍ଞାନକୌଶଳର ନୂତନ ଉତ୍ପାଦ ବଜାରକୁ ଛାଡ଼ିବା ଆବଶ୍ୟକ ହୋଇଥାଏ।
ପ୍ର-୩: ବ୍ୟବସାୟ ସମ୍ପ୍ରସାରଣର ଯୋଜନା କ’ଣ ରହିଛି?
ଉ- କୋଭିଡ୍‌ ସଂକ୍ରମଣ ଯୋଗୁ ଟ୍ରାକ୍ଟର ଉତ୍ପାଦନ କମ୍‌ ରହିଛି। ତା’ସାଙ୍ଗକୁ ବର୍ତ୍ତମାନ ବଜାର ମଧ୍ୟ ମାନ୍ଦା ହୋଇଛି। ସେହି କାରଣରୁ ବ୍ୟବସାୟ ସମ୍ପ୍ରସାରଣର କିଛି ସେଭଳି ସ୍ବତନ୍ତ୍ର ଯୋଜନା ନ ଥିଲେ ମଧ୍ୟ ଆଗାମୀ ଦିନରେ ଲୋକଙ୍କ ନିକଟତର ହେବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ବର୍ତ୍ତମାନ ଆମର ଉଭୟ ଖୋର୍ଦ୍ଧା ଓ ପୁରୀ ଜିଲାରେ ଥିବା ବ୍ୟବସାୟ କେନ୍ଦ୍ରକୁ ଅଧିକ ଚଳଚଞ୍ଚଳ କରାଉଛି। ତା’ ସହ ଗ୍ରାହକ ସେବାକୁ ଆହୁରି ମଜଭୁତ କରାଯାଉଛି। ଏପରିକି ଗଁାର ଶେଷ ମୁଣ୍ଡର ଚାଷୀଙ୍କ ନିକଟତର ହେବାକୁ ମଧ୍ୟ ପ୍ରୟାସ କରାଯାଉଛି। ସେହିପରି ଉଭୟ ଜିଲାର ପଞ୍ଚାୟତସ୍ତରରେ ସେବା ଓ ସୁବିଧା ଯୋଗାଇବାକୁ ଯୋଜନା ରହିଛି।
ପ୍ର-୪: ବ୍ୟବସାୟ ବୃଦ୍ଧି ପାଇଁ କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି ?
ଉ- ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସାୟରେ ବ୍ରାଣ୍ଡ୍‌ ସହ ଚାଷୀ ଓ ଉପଭୋକ୍ତଙ୍କ ନିକଟକୁ ଯିବାକୁ ପଡୁଛି। ଏପରିକି ଚାଷୀଙ୍କ ନିକଟତର ଯେତେ ହୋଇପାରିବ ବ୍ୟବସାୟରେ ତା’ର ପ୍ରତିଫଳନ ହେବ, ନଚେତ୍‌ ଅନ୍ୟ ବ୍ରାଣ୍ଡ୍‌ ଓ ଡିଲର ତାହା କରିନେବେ। ସେହିଭଳି ଗ୍ରାହକଙ୍କୁ ୨୪ଘଣ୍ଟିଆ ସେବା ଓ ଉତ୍ପାଦ ସମ୍ପର୍କରେ ସମସ୍ତ ବିବରଣୀ ପ୍ରଦାନ କରିବା ପାଇଁ ଗ୍ରାହକ ସେବା କେନ୍ଦ୍ର ସହ ଗ୍ରାହକବନ୍ଧୁଙ୍କ ଜରିଆରେ ଗ୍ରାହକଙ୍କୁ ଉପଭୋକ୍ତା ଉତ୍ପାଦ ସମ୍ପର୍କରେ ଅବଗତ କରାଇବା ଏବଂ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦିଅଯାଉଛି। ବିଶେଷକରି ସବୁ ପ୍ରକାର ସେବା ପ୍ରାୟ ଯୋଗାଇ ଦେବାକୁ ପଡ଼ିବ ନଚେତ୍‌ ବ୍ୟବସାୟ ବୃଦ୍ଧି ଆଶାନୁଯାୟୀ ହୋଇପାରିବ ନାହିଁ।
ପ୍ର-୫ : ବ୍ରାଣ୍ଡ୍‌ ଓ ଡିଲର ପଏଣ୍ଟ ପ୍ରତି ଗ୍ରାହକଙ୍କ ଭାବନା କିଭଳି ରହିଛି?
ଉ- ବର୍ତ୍ତମାନ ସମୟରେ ଗ୍ରାହକ ବ୍ରାଣ୍ଡ୍‌ ଓ ଡିଲର ସମ୍ପର୍କରେ ସମସ୍ତ ସୂଚନା ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଆଗୁଆ ଅବଗତ ହୋଇଥାନ୍ତି। ଗ୍ରାହକଙ୍କ ବିଶ୍ୱାସଭାଜନ ହେବା ପାଇଁ ଗୁଣାତ୍ମକ ସେବା ଓ ସାମଗ୍ରୀ ଯୋଗାଇବା ସହ ସୁବିଧା ଏବଂ ସହାୟତା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ଲୋକ ସମ୍ପର୍କ ବୃଦ୍ଧି ସହ ସୁଲଭ ମୂଲ୍ୟ ଓ ସହଜ ଉପାୟରେ ଗ୍ରାହକଙ୍କୁ ଗାଡ଼ି ଯୋଗାଇ ଦିଆଯାଉଛି। ଫଳରେ ଗ୍ରାହକ ସନ୍ତୁୁଷ୍ଟୀକରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଗ୍ରାହକଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ଓ ଚାହିଦା ମୁତାବକ ଗାଡ଼ି ଯୋଗାଇଦେଲେ ଗ୍ରାହକ ବ୍ରାଣ୍ଡ୍‌ ଓ ଡିଲର ପ୍ରତି ଏକ ଭିନ୍ନ ଭାବନା ସୃଷ୍ଟି କରାଇପାରିବ। ନଚେତ୍‌ ବ୍ୟବସାୟରେ ଏକ ବିଶାଳ ବାଧକ ସୃଷ୍ଟି ହେବା ସମ୍ଭାବନା ରହିଥାଏ।
ପ୍ର-୬: ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ଉ- ବ୍ୟବସାୟରେ ଜଡ଼ିତ ରହିଲେ ଅବସରର କଥା ଭୁଲିଯିବାକୁ ହେବ। କାରଣ ପ୍ରତିଯୋଗିତାକୁ ଆଖି ଆଗରେ ରଖି ବ୍ୟବସାୟ କରିବାକୁ ପଡ଼ିଥାଏ। ତଥାପି ସେସବୁ ବ୍ୟବସ୍ଥା ଓ କାର୍ଯ୍ୟରୁ ଯେଉଁ ସମୟ ମିଳିଥାଏ ତାହାରି ମଧ୍ୟରୁ କିଛି ସମୟ ପରିଜନ ଓ ସାଙ୍ଗସାଥୀଙ୍କୁ ଦେଇଥାଏ। ହେଲେ ସ୍ବତନ୍ତ୍ର ସମୟରେ ବିଦେଶ ଭ୍ରମଣ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ସାମାଜିକ କାର୍ଯ୍ୟରେ ମଧ୍ୟ ସାମିଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?