ସିୟୁରେ ଦିନିକିଆ ଜାତୀୟ କର୍ମଶାଳା

ନୂଆଦିଲ୍ଲୀ,୧୧।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସେଞ୍ଚୁରିଅନ ୟୁନିର୍ଭସିଟ୍‌ (ସିୟୁ)ର ଅଗ୍ରଣୀ ଅନୁଷ୍ଠାନ ସ୍କୁଲ ଅଫ୍‌ ପାରାମେଡିକ୍ସ ଆଣ୍ଡ ଆଲିଏଡ୍‌ ହେଲ୍‌ଥ ସାଇନ୍ସ ପକ୍ଷରୁ ଏକ ଦିନିକିଆ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଓ୍ବାର୍ଲଡ ହେଲ୍‌ଥ ଡେ-୨୦୨୪ର ଥିମ୍‌ ‘ମୋ ସ୍ବାସ୍ଥ୍ୟ,ମୋର ଅଧିକାର ଶୀର୍ଷକ ବିଷୟବସ୍ତୁ ଉପରେ ଉକ୍ତ ସେମିନାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉକ୍ତ ସେମିନାର ଦ୍ୱାରା ଗୁଣାତ୍ମକ ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଅତ୍ୟାବଶ୍ୟକ ସମ୍ବଳ ଭଳି ଅନେକ ବିଷୟ ଉପରେ ବିସ୍ତୃତ ଆଲୋଚନା ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ବ୍ୟାପକ ସଚେତନତା ସୃଷ୍ଟି କରିବାର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି।

ଏହି ଅବସରରେ ଭାରତ ସରକାର ଅଧୀନ ଏନ୍‌ଆଇଏଚ୍‌ଏଫ୍‌ଡବ୍ଲ୍ୟୁର ମୁଖ୍ୟ ପ୍ରଫେସର ମିହିର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ସରକାରଙ୍କ ଅଧୀନ ଡିଏଚ୍‌ଏସ୍‌ର ଡାଇରେକ୍ଟର ଡା.ବିଜୟ କୁମାର ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଡା. ନୀଳାଞ୍ଜନା ମୁଖେର୍ଜୀ ଓ ଓ୍ବାଇପିଏସଓଏମ୍‌ଇଡିର ପ୍ରଫେସର ସଞ୍ଜୟ ରାଜପାଲ ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ଡ. ସୁପ୍ରିୟା ପଟ୍ଟନାୟକ, ଉପ କୁଳପତି ଡ. ବିଶ୍ୱଜିତ ମିଶ୍ରଙ୍କ ସମେତ ସ୍କୁଲ ଅଫ ପାରାମେଡିକ୍ସର ନିର୍ଦ୍ଦେଶକ ପ୍ରଫେସର ସୁନୀଲ କୁମାର ଝା, ଡିନ୍‌ ସୋମ୍ୟା ଜାଲ ଏବଂ ଅରୁନ୍ଧତୀ ବିଶ୍ୱାଳ, ଜାତୀୟ ଚାମ୍ପିୟନ୍‌ ବିଶ୍ୱ ଦକ୍ଷତା ଅଂଶଗ୍ରହଣକାରୀ ଜେ.ଲାଭନ୍ୟା ପ୍ରମୁଖ ଯୋଗଦେଇଥିଲେ।

ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଓ ଉଲ୍ଲେଖନୀୟ ଅବଦାନ ପାଇଁ ସ୍କୁଲ ଅଫ୍‌ ପାରାମେଡିକ୍ସର ନିର୍ଦ୍ଦେଶକ ପ୍ରଫେସର ସୁନୀଲ କୁମାର ଝାଙ୍କୁ ସିକ୍ସ ସିଗମା ଉତ୍କର୍ଷ ପୁରସ୍କାର-୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟ ସଙ୍କଟ ସମୟରେ ସାମାଜିକ ଆହ୍ବାନଗୁଡ଼ିକ ଉପରେ ଆଲୋକପାତ କରି ପୋଷ୍ଟର ଉପସ୍ଥାପନା ଏବଂ ଦି ପାଣ୍ଡେମିକ୍‌ ଏରା ଶୀର୍ଷକ ଏକ ଚିନ୍ତାଧାରାର ନାଟକ ମାଧ୍ୟମରେ ଛାତ୍ରମାନେ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ନିକଟ ଅତୀତରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାଗଣା ଚଷମା ବଣ୍ଟନ ଓ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ସେହିସବୁ ଶିବିରରେ ନିଜର ବହୁ ମୂଲ୍ୟ ଯୋଗଦାନ ପାଇଁ ବିଭିନ୍ନ ଛାତ୍ରୀଛାତ୍ର ଓ ଷ୍ଟାଫ ମାନଙ୍କୁ ଆର୍ଥିକ ପୁରସ୍କାର ଏବଂ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଆସନ୍ତାକାଲିଠୁ Flipkart Freedom Sale ଆରମ୍ଭ: ଜାଣନ୍ତୁ ୫ ଧମାକାଦାର ଡିସ୍‌କାଉଣ୍ଟ, କରନ୍ତୁ ନାହିଁ ମିସ୍‌

ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍‌ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍‌ରେ ନୂଆ ଫୋନ କିଣିବାକୁ ଯୋଜନା…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri