ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ସହ କାବିଲର ବୁଝାମଣା

ନୂଆଦିଲ୍ଲୀ,୧୧।୪: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ଅଗ୍ରଣୀ ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ବା ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍‌ ବା କାବିଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି କ୍ରିଟିକାଲ୍‌ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ନିମନ୍ତେ କାବିଲ୍‌ ଓ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟି ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ନାଲ୍‌କୋର କର୍ପୋରେଟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ନାଲ୍‌କୋର ସିଏମ୍‌ଡି ତଥା କାବିଲ୍‌ର ଚେୟାରମ୍ୟାନ୍‌ ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣା ନାଲ୍‌କୋ ନିର୍ଦ୍ଦେଶକ(ବାଣିଜି୍ୟକ) ତଥା କାବିଲ୍‌ ସିଇଓ ସଦାଶିବ ସାମନ୍ତରାୟ ଏବଂ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଡ.ରାମାନୁଜ ନାରାୟଣଙ୍କ ଦ୍ୱାରା ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।
ଉକ୍ତ ଏମ୍‌ଓୟୁ ଦ୍ୱାରା କାବିଲ୍‌, ଆଇଏମ୍‌ଏମ୍‌ଟିର ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଏବଂ ସେବା ସମୂହକୁ ଉପଯୋଗ କରିପାରିବ। ଧାତବ ପରୀକ୍ଷଣ କାର୍ଯ୍ୟ ଓ ଯୋଜନାଗୁଡ଼ିକର ଡିଜାଇନ୍‌ ଏବଂ ବିଶ୍ଳେଷଣ, ପ୍ରସେସ ଫ୍ଲୋ ସିଟ୍‌ଗୁଡ଼ିକର ବିକାଶ ଏବଂ ସମୀକ୍ଷା, ଖଣିଜ ପଦାର୍ଥ ପ୍ରକ୍ରିୟାକରଣ ନିମନ୍ତେ ପ୍ରକ୍ରିୟା ପ୍ରଯୁକ୍ତିର ଚୟନ,ବେନେଫିସିଏସନ ଏବଂ ଧାତୁ ଉତ୍ତୋଳନ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ ଏହି ଏମ୍‌ଓୟୁ ମାଧ୍ୟମରେ ଦୁଇ ଅନୁଷ୍ଠାନ ମିଳିତ ଗବେଷଣା ଆରମ୍ଭ କରିବା ସହ ବୈଜ୍ଞାନିକ ସୂଚନା ଆଦାନ ପ୍ରଦାନ ଦିଗରେ ମଧ୍ୟ କାର୍ଯ୍ୟ କରିବେ।

ଏ ସମ୍ପର୍କରେ ନାଲ୍‌କୋର ସିଏମଡି ତଥା କାବିଲ୍‌ର ଚେୟାରମ୍ୟାନ ପାତ୍ର କହିଛନ୍ତି, ଏହି ସହଯୋଗ କ୍ରିଟିକାଲ୍‌ ମିନେରାଲ ଅନୁସନ୍ଧାନ ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି କରିବ। ଏପରିକି ଖଣିଜ ଏବଂ ଧାତବ କ୍ଷେତ୍ରଗୁଡ଼ିକରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ସହ ଭାରତୀୟ ଖଣି ଶିଳ୍ପର ଅଭିବୃଦ୍ଧି ତଥା ସ୍ଥିରତା ପାଇଁ ଅତ୍ୟନ୍ତ ଜରୁରୀ ଏବଂ ଦେଶର ଖଣିଜ ସୁରକ୍ଷା ତଥା ଘରୋଇ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କାବିଲ୍‌ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତତ୍ତ୍‌ାବଧାନରେ ଥିବା ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ), ହିନ୍ଦୁସ୍ଥାନ କପର ଲିମିଟେଡ୍‌ (ଏଚ୍‌ସିଏଲ୍‌) ଏବଂ ମିନେରାଲ୍‌ ଏକ୍ସପ୍ଲୋରେସନ୍‌ ଆଣ୍ଡ କନ୍ସଲଟାନ୍ସି ଲିମିଟେଡ୍‌ (ଏମ୍‌ଇସିଏଲ୍‌) ର ଏକ ମିଳିତ ଉଦ୍ୟମ । କାବିଲ୍‌ର ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ କ୍ରିଟିକାଲ୍‌ ଏବଂ ଷ୍ଟ୍ରାଟେଜିକ ମିନେରାଲମାନଙ୍କର ଚିହ୍ନଟ, ଅନୁସନ୍ଧାନ, ଅଧିଗ୍ରହଣ, ବିକାଶ, ଉତ୍ତୋଳନ, ପ୍ରକ୍ରିୟାକରଣ ଏବଂ କ୍ରୟ ଇତ୍ୟାଦି ଅନ୍ୟତମ । ଏହା ଦେଶରେ ଖଣିଜ ଯୋଗାଣ ଓ ନିରାପତ୍ତା ସୁନିଶ୍ଚିତ କରିବା ତଥା ମେକ୍‌ ଇନ୍‌ ଇଣ୍ଡିଆ ସ୍ବପ୍ନ ପୂରଣ ଦିଗରେ ମୁଖ୍ୟ ଭୂମିକା ନିର୍ବାହ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ଭୁବନେଶ୍ୱର, ୨୭।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱାଲର୍‌ଡ ଟ୍ରେଡ୍‌ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପରିସରରେ ବିଶ୍ୱ ବାଣିଜ୍ୟ ଦିବସ-୨୦୨୪ (ୱାଲର୍‌ଡ ଟ୍ରେଡ୍‌ ଡେ-୨୦୨୪)...

ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪

ଭୁବନେଶ୍ୱର, ୨୭।୭: ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏପରିକି ‘ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତ୍ତନ: ବ୍ୟବଧାନ ଦୂରୀକରଣ...

ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ

ଭୁବନେଶ୍ୱର, ୨୭।୭: ଦେଶର ପ୍ରମୁଖ ଶିଳ୍ପ ସଂଘ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସ୍‌ଆର୍‌ ଏବଂ...

ଓଜିଏସ୍‌ରେ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର, ୨୭।୭: ଓଡିଏମ୍‌ ଗ୍ଲୋବାଲ ସ୍କୁଲ୍‌ (ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ...

ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ

ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍‌ ଏକ୍‌ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ...

ଶେଷଦିନରେ ୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୨୭।୭: କ୍ରମାଗତ ଭାବେ ହ୍ରାସ ପାଉଥିବା ଘରୋଇ ଶେୟାର ବଜାର ଚଳିତ ସପ୍ତାହ କାର୍ଯ୍ୟ ଦିବସର ଶେଷ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କାରୁ...

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri