ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ କରିଥାଏ। ଯଦି ଆପଣ ନିୟମିତ ଆୟ ଲାଗି ଭଲ ବିନିଯୋଗ ବିକଳ୍ପ ଖୋଜୁଛନ୍ତି, ତେବେ ପୋଷ୍ଟ ଅଫିସ୍‌ ମନ୍ଥଲି ଇନକମ୍‌ ସ୍କିମ୍‌(POMIS) ଏକ ଆକର୍ଷଣୀୟ ବିନିଯୋଗ ବିକଳ୍ପ ହୋଇପାରେ। ଏହି ଯୋଜନା ସାହାଯ୍ୟରେ କିଭଳି ପ୍ରତି ମାସରେ ୯୦୦୦ ଟଙ୍କା ରୋଜଗାର କରିପାରିବେ ସେ ବିଷୟରେ ଜାଣି ରଖନ୍ତୁ।
POMISର ଲାଭ:
ଏହି ଯୋଜନାରେ ବିନିଯୋଗର ଆରମ୍ଭ ମାତ୍ର ୧୦୦୦ ଟଙ୍କାରୁ କରିପାରିବେ। ଏହାକୁ ଆପଣ ଏକାକି ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ସିଙ୍ଗଲ୍‌ ଆକାଉଣ୍ଟ ଥିବା ନିବେଶକ ଏହି ଯୋଜନାରେ ଅଧିକରୁ ଅଧିକ ୯ ଲକ୍ଷ ଟଙ୍କା ନିବେଶ କରିପାରିବେ। ହେଲେ  ଜଏଣ୍ଟ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଯାଏ ନିବେଶ କରିହେବ। ଏହା ଏକ ୫ ବର୍ଷୀୟା ଯୋଜନା। ଯୋଜନାରେ ନିବେଶ କରିଥିବା ଟଙ୍କାରୁ ଆପଣ ପ୍ରତି ମାସରେ ରୋଜଗାର କରିପାରିବେ। ଏହି ଟଙ୍କା ଉପରେ ଆପଣଙ୍କୁ ସରକାରଙ୍କ ସୁରକ୍ଷାର ଗ୍ୟାରେଣ୍ଟି ମିଳିଥାଏ ଏବଂ ବର୍ତ୍ତମାନ ସମୟରେ ସରକାର ବର୍ଷକୁ ୭.୪% ସୁଧ ଦିଆଯାଉଛି।
ମାସକୁ ୯ ହଜାର କିଭଳି ମିଳିବ?
ଯଦି ଆପଣ ଚାହିଁବେ ତେବେ ଏହି ଯୋଜନା ସହାୟତାରେ ଆପଣ ଅବସର ମଧ୍ୟ ପ୍ଲାନ କରିପାରିବେ। ପ୍ରତି ମାସରେ ନିଶ୍ଚିତ ରୋଜଗାର ପାଇପାରିବେ। ଏଥିରେ ଯଦି ଆପଣ ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ ୧୫ ଲକ୍ଷ ନିବେଶ କରନ୍ତି ତେବେ ୭.୪% ସୁଧ ହାରରେ ମାସକୁ ୯୨୫୦ ଟଙ୍କା ରୋଜଗାର କରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?