ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ, ୨୨ା୪(କଳ୍ପତରୁ ନାୟକ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶା କେନ୍ଦ୍ରାପଡ଼ା ଜିଲାରେ ଆଜି ବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିଛି। ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ଅପରାହ୍ନରେ ବାହାରକୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ଏପରିସ୍ଥଳେ ଯେଉଁମାନେ ବିଭିନ୍ନ ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରୁଛନ୍ତି। ଲୋକେ ଯେଉଁ ପାଉଚ ପାଣି ପିଉଛନ୍ତି, ତାହାର ଶୁଦ୍ଧତା ଓ ଗୁଣବତ୍ତା ବିଷୟରେ କାହାରିକୁ ଜଣାନାହଁି। ଯେତେବେଳେ ଆମେ ଶୋଷିଲା ସେତେବେଳେ ଜଳ ପ୍ରଥମ ଆବଶ୍ୟକ ହୋଇଥାଏ। ମାତ୍ର ଆମ ଟ୍ୟାପ୍‌ କିମ୍ବା ବୋତଲ ପାଣିରେ ଆସୁଥିବା ଜଳର ଗୁଣବତ୍ତା ଆମ ସ୍ବାସ୍ଥ୍ୟ ପାଇଁ ଖରାପ ହେଉଥିଲାବେଳେ କେବେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ଯାହାର ଫାଇଦା ନେଇ ବେପାରୀମାନେ ଖୋଲାଖୋଲି ବେଆଇନ ଭାବେ ପାଉଚ ଓ ବୋତଲରେ ପିଇବା ପାଣି ବିକ୍ରି କରୁଛନ୍ତି।
ପଟ୍ଟାମୁଣ୍ଡାଇ ସହରରେ ପିଇବା ପାଣି କାରବାର ବିପୁଳ ମାତ୍ରାରେ ବଢ଼ିବାରେ ଲାଗିଛି। ଲାଇସେନ୍ସ ନ ନେଇ ଲକ୍ଷାଧିକ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ନାମୀଦାମୀ କମ୍ପାନୀ ନଁାରେ ନକଲି ପାଣି ବୋତଲ ବି ବଜାରରେ ଯାହାକୁ ଯେତେ ମିଳୁଛି। କେବେ ଓ କେଉଁ କମ୍ପାନୀର ପାଣି ବୋତଲ ବଜାରକୁ ଆସୁଛି, ତାହାର କିଛି ସୂଚନା ଲେଖାଯାଉ ନ ଥିବା ଦେଖିବାକୁ ମିଳୁଛି। ବୋତଲରେ ବିକ୍ରି ହେଉଥିବା ପାଣିର ଟିଡିଏସ୍‌ ଓ ପିପିଏମ୍‌ ଯାଞ୍ଚ ନ କରି ହାଲୁକା ନୀଳ ରଙ୍ଗ କରିବାକୁ ସେଥିରେ କେମିକାଲ୍‌ ମିଶାଇ ବୋତଲ ଭର୍ତ୍ତି କରି ବେପାର ଚଳାଇଛନ୍ତି।
ଗବେଷକ ଅଧ୍ୟାପକ ଆର୍ତ୍ତତ୍ରାଣ ପାତ୍ର କହିଛନ୍ତି, କୀଟାଣୁନାଶକ ବା ଅନ୍ୟ ଅର୍ଥରେ ଶୁଦ୍ଧ ବୋଲି କହି ବୋତଲ ପାଣି ବିକ୍ରି ଚାଲିଛି। ବୋତଲ ବା ପାଉଚରେ ବିକ୍ରି ହେଉଥିବା ପାଣି ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଉଥିଲେ ମଧ୍ୟ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଶୁଦ୍ଧ ବୋଲି କୁହାଯାଇ ବିକ୍ରି ହେଉଥିବା ବୋତଲ ପାଣିର ଶୁଦ୍ଧତାର ମାତ୍ରା କମ୍‌ ରହୁଥିବା ବେଳେ ଟିଡିଏସ୍‌ ଲେବୁଲ ପିଇବା ପାଇଁ ଅସୁରକ୍ଷିତ ରହୁଛି। ନାଚୁରାଲ୍‌ ରିସୋର୍ସେସ୍‌ ଡିଫେନ୍ସ କାଉନ୍‌ସିଲର ଅଧ୍ୟୟନରୁ ଜଣାପଡିଛି ଯେ, ବୋତଲ ପାଣି ଓ ସାଧାରଣ ପାଣି ପ୍ରାୟତଃ ସମାନ। ମିନେରାଲ ୱାଟର ନାମରେ ବିକ୍ରି ହେଉଥିବା ବୋତଲ ପାଣି ପାଇଁ ବ୍ୟବହୃତ ହେଉଥିବା ବୋତଲର ପ୍ରସ୍ତୁତି ବେଳେ ଏକ ବିଶେଷ ରସାୟନ ପେଥଲେଟସ୍‌ର ବ୍ୟବହାର କରାଯାଏ। ଏହି ରସାୟନ ବୋତଲକୁ ମୁଲାୟମ ରଖିବାରେ ସାହାଯ୍ୟ କରିଥାଏ। ଏହି ରସାୟନ ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖେଳଣା ନିର୍ମାଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରାରେ ଏହି ରସାୟନ ପାଣିରେ ମିଶିଯାଏ ଓ ଆମ ଶରୀରକୁ ଗଲେ ଅନେକ ପ୍ରକାର କୁପ୍ରଭାବ ଦେଖାଇଥାଏ। ଆଣ୍ଟିମନି ନାମକ ରସାୟନରୁ ପ୍ରସ୍ତୁତ ବୋତଲରେ ପାଣି ରଖାଗଲେ ପାଣି ଯେତିକି ପୁରୁଣା ହେବ ଆଣ୍ଟିମନିର ମାତ୍ରା ସେତିକି ବଢ଼ିବ। ଏଣୁ ଏହାର ବ୍ୟବହାର ଶରୀର ପାଇଁ କ୍ଷତିକାରକ। ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, ବର୍ତ୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ। ଏଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ସହରକୁ ଆସୁଥିବା ଗ୍ରାମାଞ୍ଚଳର ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩ରୁ୪ଦିନ ହେଲା ଜଳଛତ୍ର ଖୋଲାଯାଇଛି, ଲୋକଙ୍କୁ ପିଇବା ପାଣି ଦିଆଯାଉଛି। ମାତ୍ର ପ୍ରଶାସନ ଯେଉଁ ଜଳଛତ୍ର ଖୋଲି ପିଇବା ପାଣି ବୋଲି ଲେଖାଯାଇଛି, ଅତ୍ୟନ୍ତପକ୍ଷେ ପିଇବା ଅନୁପଯୋଗୀ ବୋଲି ଏହାର ଟିଡିଏସ୍‌ ଯାଞ୍ଚରୁ ଜଣାପଡିଛି। ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଗୋଟିଏ କଥା ସତ୍ୟ ଯେ ମାଠିଆ ବା ସୁରେଇର ପାଣିଠାରୁ ବୋତଲ ପାଣି ଉତ୍କୃଷ୍ଟ ନୁହେଁ। ବୋତଲ ପାଣିର ଆବଶ୍ୟକତା ଶୁଦ୍ଧତା ଏବଂ ସ୍ବଚ୍ଛତା ପରିବର୍ତ୍ତେ ଫେଶନ୍‌ ଏବଂ ଷ୍ଟାଟସ୍‌ ସିମ୍ବଲରେ ପରିଣତ ହେବାରେ ଲାଗିଲାଣି। ପ୍ରତିଦିନ ଲକ୍ଷାଧିକ ବୋତଲ ପାଣି ବ୍ୟବହାର ପରେ ଫିଙ୍ଗି ଦିଆଯାଉଛି, ଯାହା ପରିବେଶ ପାଇଁ ସଙ୍କଟ ସୃଷ୍ଟି କରୁଛି। କିନ୍ତୁ ଆମ ସରକାର ଏ ଦିଗରେ ଆଖିବୁଜି ଦେଇଛନ୍ତି। ବୋତଲ ପାଣିର ବିକ୍ରି ବନ୍ଦ କରାଗଲେ ପ୍ଲାଷ୍ଟିକ୍‌ ଆବର୍ଜନା ମଧ୍ୟ କମିଯାଆନ୍ତା। କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ପାରନ୍ତେ। ଅନ୍ୟପକ୍ଷରେ ଜନସାଧାରଣ ନା ସରକାର ନଦୀଜଳ, ଜଳଉତ୍ସ ସବୁକୁ ସଫା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଏହା ହେଲେ ସମସ୍ତଙ୍କୁ ଶୁଦ୍ଧ ପାନୀୟଜଳ ମିଳିପାରନ୍ତା। ଏ ସମ୍ପର୍କରେ ଫୁଡ୍‌ ଇନ୍ସପେକ୍ଟର ବିଭାସ ମଜୁମଦାରଙ୍କୁ ପଚାରିବାରେ ବେଆଇନ ପାଣି କାରବାର ଉପରେ ପ୍ରଶାସନିକ ଯାଞ୍ଚ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri