ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଫିକି ସଭାପତି ତଥା ଇମ୍ଫା ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦ୍ୟାଶା ସତପଥୀ ସାମିଲ ହୋଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମଞ୍ଚରେ ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ସ୍ବାଗତ ଭାଷଣ ପ୍ରଦାନ କରି ବ୍ୟବସାୟୀମାନଙ୍କୁ ଅଧିକ ପ୍ରୋତ୍ସାହିତ କରିିବା ପାଇଁ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଏଭଳି ପ୍ରୟାସ କରାଯାଉଛି ବୋଲି ସମ୍ପାଦକ ତଥାଗତ କହିଛନ୍ତି। ଏହି ଅବସରରେ ଶୁଭ୍ରକାନ୍ତ ପଣ୍ଡାଙ୍କୁ ମନ୍ତ୍ରୀ ପ୍ରତାପ କେଶରୀ ବିଜନେସ୍‌ ଏମିନେନ୍ସ ଆୱାର୍ଡସ୍‌ ପ୍ରଦାନ କରି ସମ୍ମାନିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ପାଠପଢ଼ା ନାମକୁ ମାତ୍ର: ବାଦ୍‌ ପଡୁଛନ୍ତି ୬୦ ପ୍ରତିଶତ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୧୯।୭-ମହାମାରୀ କରୋନା ପ୍ରଭାବରେ ଚଳିତବର୍ଷ ଶିକ୍ଷାଦାନ ପ୍ରକ୍ରିୟା ବ୍ୟାହତ ହୋଇଛି। ବାଲେଶ୍ୱର ଜିଲାର ୩ଲକ୍ଷ ୪୫ହଜାର ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟାଳୟକୁ...

ବିଜେଡି ସଫଳତା ଦେଖି ବିରୋଧୀ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୮ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଗଣତି ଏକପାଖିଆ ଭାବେ ବିଜେଡି ସପକ୍ଷରେ ଯିବାରେ ଲାଗିଛି। ୬୦୦ ଜିଲା ପରିଷଦ ଆସନ...

ବଢୁଛି ବୈତରଣୀ, ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଆନନ୍ଦପୁର ଓ ଆଖୁଆପଦା ଠାରେ ଏହା ବିପଦ ସଙ୍କେତ...

ଫୁଟ୍‌ପାଥ ଉପରେ ରହିବନି ଫୁଡ୍‌ ଷ୍ଟଲ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲ ପାଇଁ ବିଏମ୍‌ସିର ବିଜ୍ଞପ୍ତି ପ୍ରକାଶ ପାଇଛି । ରାସ୍ତା, ଫୁଟ୍‌ପାଥ, ଡ୍ରେନ୍‌ ଉପରେ ଖାଦ୍ୟ ଷ୍ଟଲ ରହିପାରିବନି। ପର୍ଯ୍ୟାପ୍ତ ପାର୍କିଂ...

ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର,...

ଝରିଗାଁ ବିଧାୟକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର/ଉମରକୋଟ, ୪ା୫(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝିଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଓ ହତ୍ୟା ଧମକ ଦେବା ଅଭିଯୋଗ...

ମୁଣ୍ଡଳି ଟ୍ରାଜେଡି: ଆସିଲା ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଏହି କାରଣରୁ ହୋଇଥିଲା ମୃତ୍ୟୁ

କଟକ ଅଫିସ,୭ା୧୦: ମୁଣ୍ଡଳି ଦନ୍ତାହାତୀ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାନସିକ ଆଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ମୃତ୍ୟୁର ୩...

୩ ଜିଲାରେ ଟେଷ୍ଟିଂ, ଟିକାକରଣ, ଘରକୁ ଘର ସର୍ଭେ ବନ୍ଦ

ଭୁବନେଶ୍ୱର, ୨୪।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ଟି ଜିଲାରେ କୋଭିଡ୍‌-୧୯ ଟେଷ୍ଟିଂ, ଟିକାକରଣ ଓ ଘରକୁ ଘର ସର୍ଭେ ବାତିଲ କରିଛନ୍ତି।...

Advertisement
Archives

Model This Week