ଭୁବନେଶ୍ୱର,୧୪।୯(ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟରେ ଦିନକୁ ଦିନ ନିଶାଦ୍ରବ୍ୟ ଚୋରା ଚାଲାଣ ବଢିବାରେ ଲାଗିଛି। ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କରି ବିଭିନ୍ନ ଗଳାବାଟ ଦେଇ ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ ଗଞ୍ଜେଇ, ବ୍ରାଉନସୁଗାର, କଫ ସିରଫ ଆଦି ଚାଲାଣ କରୁଛନ୍ତି। କେତେଜଣ ନିଶା ବେପାରୀ ରାତ୍ରିକାଳୀନ ଯାତ୍ରୀବାହୀ ବସ୍ରେ ଏସବୁ ଚାଲାଣ କରୁଥିବା ଜଣାପଡ଼ିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବକାରୀ ବିଭାଗ ପ୍ରସ୍ତୁତ ହୋଇଛି। ଏଭଳି ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ରାଜଧାନୀକୁ ଯାତାୟାତା କରୁଥିବା ବସ୍ରେ ଯାଞ୍ଚ କରାଯିବ ବୋଲି ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର ବିକାଶ କୁମାର ନାୟକ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ନିଶା ବେପାରୀମାନେ ନିଜ ଗାଡ଼ିରେ ଏହି ନିଶାଦ୍ରବ୍ୟ ଚାଲାଣ କରି ବିଭିନ୍ନ ସମୟରେ ଧରାପଡ଼ୁଛନ୍ତି। ଦିନ ହେଉ କି ରାତି ପୁଣି କେତେବେଳେ ପୁଷ୍ପା ଷ୍ଟାଇଲ୍ରେ କୁଣ୍ଡା ଭର୍ତ୍ତି ଗାଡିରେ ଚାଲାଣ କରୁଛନ୍ତି। ନିକଟରେ ମଞ୍ଚେଶ୍ୱର ଥାନା ପୋଲିସ କୁଣ୍ଡାଭର୍ତ୍ତି ଟ୍ରକ୍ରେ ବହୁ ପରିମାଣର ଗଞ୍ଜେଇ ଜବତ କରିଥିଲା। ତେବେ ନିଜ ଗାଡ଼ିରେ ଚାଲାଣ ବେଳେ ପୋଲିସ ଓ ଅବକାରୀ ଦ୍ୱାରା ବିଭିନ୍ନ ସମୟରେ ଧରାପଡ଼ୁଥିବାରୁ ସେମାନେ ବସ୍କୁ ବିକଳ୍ପ ବାଛିଛନ୍ତି। ବସ୍ ଡ୍ରାଇଭର, କଣ୍ଡକ୍ଟରଙ୍କୁ କିଛି ଟଙ୍କା ହାତଗୁଞ୍ଜା ଦେଇ ଜିନିଷ ନେବା ଆଳରେ ନିଶାଦ୍ରବ୍ୟକୁ ପ୍ୟାକେଟ କରି ଚାଲାଣ କରୁଛନ୍ତି। ନିକଟରେ ଏଭଳି ଚାଲାଣ କରୁଥିବା ଏକାଧିକ ଅଭିଯୁକ୍ତ ଧରାପଡିବା ପରେ ବସ୍ ଯୋଗେ ଚୋରାଚାଲଣ ହେଉଥିବା ଜଣାପଡିଥିଲା। ତେଣୁ ପାର୍ବଣ ସମୟରେ ନିଶା ବେପାରୀମାନେ ସକ୍ରିୟ ହୋଇଥିବାରୁ ଏଥିରେ କିଭଳି ରୋକ୍ ଲଗାଯାଇ ପାରିବ ସେନେଇ ଅବକାରୀ ବିଭାଗ ପ୍ରୟାସ ଆରମ୍ଭ କରିଛି। ବିଶେଷକରି କନ୍ଧମାଳ, କୋରାପୁଟ, ବାଲେଶ୍ୱର, କୋଲକାତା, ରାୟପୁର, ବ୍ରହ୍ମପୁର ଆଦି ସ୍ଥାନରୁ ଆସୁଥିବା ସରକାରୀ ଓ ଘରୋଇ ବସ୍ଗୁଡିକୁ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି ଅବକାରୀ ବିଭାଗ। ସେହିପରି ବସ୍ର କର୍ମଚାରୀଙ୍କୁ ଏ ନେଇ ଅବଗତ କରାଯାଇଛି। ନିଶାବେପାରୀମାନେ ଏଭଳି ବେଆଇନ ସାମଗ୍ରୀ ଚାଲାଣ କରିବାକୁ ବାଧ୍ୟକଲେ ତୁରନ୍ତ ସୂଚନା ଦେବାକୁ ବସ୍ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଥିବା ସୂଚନା ଦିଆଯାଇଛି।
ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…
ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…
ନଦୀକୁ ଖସିଲା ବସ୍: ୨୪ ମୃତ, ଏବେ ବି ଅନେକ ନିଖୋଜ
ଢାକା,୨୬ା୩: ବାଂଲାଦେଶରେ ଏକ ବସ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…
ବସଷ୍ଟାଣ୍ଡରେ OSRTC ବସ୍ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO
କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା
ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…
ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…
ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…
ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…
ଚକ୍ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…
Archives

