କଟକ,୧୧।୪: କଟକ ବାଲିଯାତ୍ରା ତଳ ପଡ଼ିଆରେ ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରାଯିବ। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଧରି ଆୟୁଷ୍ମାନ କାର୍ଡ ନେବାକୁ ଆସୁଥିବା ଏକ ବସ୍ ଦୁର୍ଘଟଣା ଘଟିଛି। ଆଠଗଡ ଥାନା ମୁଣ୍ଡଳୀ ରାସ୍ତା ଛତାବର ଛ ଏହି ଦୁର୍ଘଟଣା ଘଟିଛି।
ବସ୍କୁ ଏକ ଟ୍ରକ ଧକ୍କା ହେବାରୁ ଗୋଟିଏ ଗାଁର ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। । ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।