ବଣାଇ,୨୫ା୯(ପ୍ରଦୀପ ତ୍ରିପାଠୀ): ଗୁରୁବାର ସକାଳୁ ରାଉରକେଲାରୁ କୋଇଡ଼ା ଅଭିମୁଖେ ଯାଉଥିବା ଲିଙ୍ଗରାଜ ନାମକ ଯାତ୍ରୀବାହୀ ବସ୍ ରଙ୍ଗ ରୁଟ୍ରେ ଯାଇ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୦ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ୫୨୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ରାସ୍ତା ଅସମ୍ପୂର୍ଣ୍ଣ ଯୋଗୁ ଘଟୁଛି। ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତଦେହଗୁଡ଼ିକ ଲହୁଣିପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଛି।