ଗଜପତି୧୮।୫(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡା ବ୍ଲକ ଅନ୍ତର୍ଗତ ମାର୍ଲ୍ଲଭା ଘାଟିରେ ଇସ୍ପାତ ନାମକ ଘରୋଇ ବସ୍ ରବିବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍ଟି ଘାଟିର ଗୁଡା ନିକଟରେ ଗୋଟିଏ ଏସ ଟର୍ନ ରହିଛି । କୌଣସି କାରଣରୁ ଭାରସମ୍ୟ ହରାଇ ରାସ୍ତା କଡରେ ଥିବା ପାହାଡ଼କୁ ଧକା ହୋଇଛି । ବସ୍ଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲା । ବସରେ ପାଖାପାଖି୪୫ ଜଣ ଯାତ୍ରୀ ବସିଥିଲେ । ସେଥିରୁ ୭ ଜଣ ଆହତ ହୋଇଛନ୍ତି । ଡ୍ରାଇଭର ଅଳ୍ପକେ ବଞ୍ଚି ଯାଇଛନ୍ତି । ଆହତ ୭ ଜଣକ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କ ମୁଣ୍ଡ ଓ ହାତରେ ମାଡ଼ ହୋଇଛି ଏବଂ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାୟଗଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ତେବେ ବସଟି ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି । ଏହି ଘଟଣାକୁ ମିଶାଇ ୨୦ରୁ ଅଧିକ ବାସ ଟ୍ରକ୍ ସେହି ଜାଗାରେ ଦୁର୍ଘଟଣା ଘଟିଛି । ପ୍ରଶାସନ ପକ୍ଷରୁ ସେହି ସ୍ଥାନକୁ ବ୍ଲାକ ସ୍ପଟ ଚିନଟ କରାଯାଇଛି । କିନ୍ତୁ ଏହାର ପ୍ରତିକାର ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନାହିଁ।