ବସ୍ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା

ଅନୁଗୋଳ ଅଫିସ, ୮।୬ – ବସ୍‌ରେ ଯିବାକୁ ଥିବା ଯାତ୍ରୀ ପାଇବେ ବିମାନବନ୍ଦର ଭଳି ସୁବିଧା। ପାର୍କିଂ, ଶପିଂ, ମେଡିସିନ, ଯାହା ଚାହିଁବେ ତାହା ହାତପାହାନ୍ତାରେ ପାଇପାରିବେ। ବସ୍‌ ଟାଇମିଂ ଜାଣିବାଠାରୁ ଆରମ୍ଭ କରି ଇ-ଟିକେଟ୍‌ ଯାଏ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ ସେମାନଙ୍କ ପାଇଁ। ଆଗାମୀ ଦିନରେ ସିନେମା ହଲରେ ବସି ମଜା ମଧ୍ୟ ନେଇପାରିବେ ବସ୍‌ଯାତ୍ରୀ। ଅନୁଗୋଳରେ ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବାକୁ ଯାଉଥିବା ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ଏଭଳି ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି। ଏହାର ଭିତ୍ତିଭୂମିକୁ ଏପରି ବିକଶିତ କରାଯାଇଛି ଯେ ଏହା କୌଣସି ବିମାନବନ୍ଦରଠାରୁ କମ୍‌ ନୁହେଁ।
ଅନୁଗୋଳରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପାଇଁ ୨୦୧୧ ଜୁଲାଇ ୧୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୨ ଏପ୍ରିଲ ୯ରେ ଏ ନେଇ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ସହ ମିଲନ ଡେଭଲପର୍ସ ଆଣ୍ଡ ବିଲଡର୍ସ ପ୍ରାଇଭେଟ ଲିମିଟେଡ ଓ ଅନୁଗୋଳ ବସ୍‌ ଟର୍ମିନାଲ କମ୍ପାନୀ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ୨୦୧୩ ଜୁନ୍‌ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭୂମିପୂଜା କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୪.୯୫ କୋଟି ବ୍ୟୟବରାଦରେ ହେବାକୁ ଥିବା ଏହି ଟର୍ମିନାଲ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲେ ହେଁ ଶେଷ କରିବାରେ ବହୁ ବିଳମ୍ବ ହୋଇଛି। ଏପରି କି ବ୍ୟୟ ଅଟକଳ ମଧ୍ୟ ୪୦ କୋଟି ଛୁଇଁସାରିଛି। ତେବେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବାରୁ ଆସନ୍ତା ମାସରେ ଏହାକୁ ଲୋକାର୍ପଣ କରାଯିବାର ଯୋଜନା ରହିଛି। ଆସନ୍ତା ୧୦ ତାରିଖରେ ଟର୍ମିନାଲରେ ସୁରକ୍ଷାକର୍ମୀ ଓ ହାଉସକିପିଂ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏଠାରେ ବିମାନବନ୍ଦର ଭଳି ବସ୍‌ଯାତ୍ରୀମାନେ ସୁବିଧା ପାଇପାରିବେ। ବସ୍‌ରେ ଯିବାକୁ ଥିବା ଯାତ୍ରୀମାନେ ବସ୍‌ଷ୍ଟାଣ୍ଡରେ ନିଜ ଗାଡ଼ି ପାର୍କିଂ କରିପାରିବେ। ୧୪ଟି ବଡ଼ ଓ ୧୨ଟି ଛୋଟ ଦୋକାନ ନିର୍ମାଣ କରାଯାଇଥିବାରୁ ଚା, କଫିଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ, ମେଡିସିନ ସୁବିଧା ଏଠାରେ ଉପଲବ୍ଧ ହେବ। ଡିଜିଟାଲ ଟାଇମ୍‌ ଟେବୁଲର ବ୍ୟବସ୍ଥା ଥିବାବେଳେ ଟିକେଟ୍‌ ପାଇଁ ୬ଟି କାଉଣ୍ଟର ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ କଟକ, ଭୁବନେଶ୍ୱର, ସମ୍ବଲପୁର, କେନ୍ଦୁଝର, ଯାଜପୁର ଆଦି ୬ଟି ରୁଟ୍‌କୁ ବସ୍‌ ଯାତାୟାତ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନକୁ ଗମନାଗମନ ସୁବିଧା କରାଯିବ। ବସ୍‌ ରହିବାକୁ ସମୁଦାୟ ୩୩ଟି ପ୍ଲାଟଫର୍ମ କରାଯାଇଛି। ଗାଡ଼ି ସର୍ଭିସିଂ, ମରାମତି ପାଇଁ ଗ୍ୟାରେଜ ରହିଛି। ଏକାବେଳେ ୩୫୦ ଯାତ୍ରୀଙ୍କ ପାଇଁ ବିଶ୍ରାମ ଗୃହ, ଭିଆପି ଗେଷ୍ଟ ହାଉସ୍‌, ସାମଗ୍ରୀ ରଖିବା ପାଇଁ କ୍ଲକ ରୁମ୍‌, ଏଟିଏମ୍‌, ଲିପ୍ଟ, ମନୋରଞ୍ଜନ ବ୍ୟବସ୍ଥା, ବେବି ଫିଡିଙ୍ଗ ରୁମ୍‌, ଶୌଚାଳୟ, ଉସତ୍ବ ପାଳନ କରିବାକୁ ପର୍ଯ୍ୟାପ୍ତ ଜାଗା, ଡ୍ରାଇଭର ଓ ହେଲପରଙ୍କ ବିଶ୍ରାମ ଓ ଆମୋଦ ପ୍ରମୋଦ ଗୃହ ବ୍ୟବସ୍ଥା ରହିଛି। ଏଥିସହ ଫାଣ୍ଡି ଘର, ଘରୋଇ ବସ୍‌ ମାଲିକ ସଂଘ ପାଇଁ ଘର ଓ ଅନ୍ୟାନ୍ୟ ଗୃହ ନିର୍ମାଣ ଚାଲିଛି। ଆଗକୁ ପିଲାଙ୍କ ଗେମ୍‌ ଜୋନ୍‌, ଜିମ୍‌, ସିନେମା ହଲ ଓ ମଲ୍‌ ବ୍ୟବସ୍ଥା କରାଯିବ ବୋଲି ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଏଥିସହ ଟିର୍ମନାଲରେ ଦୁଇଟି ସ୍ବେରେଜ ସିଷ୍ଟମ କରାଯାଇଛି। ନିର୍ଗତ ହେବାକୁ ଥିବା ପାଣିକୁ ବିଶୋଧନ କରାଯାଇ କିଭଳି ବ୍ୟବହାରଯୋଗ୍ୟ କରାଯିବ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri