ବସ୍‌-ହାଇଓ୍ବା ମୁହାଁମୁହିଁ: ୧୦ ଆହତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ବାରିପଦା,୫ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳ ସାତକୋଶିଆ ଘୋଡ଼ାଘାଟିରେ ଏକ ଯାତ୍ରୀବାହୀ ବସ୍‌ ସହିତ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଖବର ଦେବାରୁ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ କେନ୍ଦୁଝର ଜିଲା ଘଷିପୁରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ହୋଇଥିବା ବେଳେ ୫ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାରୁ ଜଣାପଡିଛି, ଲକ୍ଷ୍ମୀବସଟି ଠାକୁମୁଣ୍ଡାରୁ ନଦା ଆସୁଥିବା ବେଳେ ଠାକୁମୁଣ୍ଡା ଅଭିମୁଖେ ଏକ ହାଇବା ଗାଡି ଯାଉଥିବା ବେଳେ ଏପରି ଧକ୍କା ହୋଇଥିବା ଜଣା ପଡିଛି।

Share
Tags: Bus Accident