ପଛପଟୁ ଧକ୍କା ଦେଲା ବସ୍: ୩ ବାଇକ୍ ଆରୋହୀ ମୃତ

ଢେଙ୍କାନାଳ,୧୦।୧୨: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜୀବନ ହରାଇଲେ ତିନି ବାଇକ୍ ଆରୋହୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଇରାମୁଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ-୫୩ ରେ ଏକ ବସ୍ ସେମାନଙ୍କ ଉପରେ ମାଡିଯିବାରୁ ତିନିଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ସାଗର ପ୍ରଧାନ (୨୪), ସୁମନ୍ତ ପରିଡ଼ା(୫୫) ଏବଂ ନାଉପାଲକାଟେନି ଗାଁର ସୌମ୍ୟ ରଂଜନ ସାହୁ (୧୯) ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଘର ନିର୍ମାଣ କାର୍ଯ୍ୟ ପାଇଁ ଏକ ମୋଟରସାଇକେଲରେ ତିନିଜଣ ଖାଇରାମୁଣ୍ଡା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍ ମୋଟରସାଇକେଲକୁ ଧକ୍କା ଦେବାରୁ ତିନିଜଣ ତଳେ ପଡିଯାଇଥିଲେ ଏହାପରେ ବସ୍ ସେମାନଙ୍କ ଉପରେ ମାଡି ଯାଇଥିଲା।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଏହି ଅବରୋଧ ତାଳଚେର ଏବଂ ଡୁବୁରୀ ମଧ୍ୟରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।

ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାଭାବିକତା ଫେରାଇ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri