ଢାକା,୨୬ା୩: ବାଂଲାଦେଶରେ ଏକ ବସ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ବସ୍ଟି ରାଜବାରି ଜିଲାର ଦୌଲାଡିଆ ଟର୍ମିନାଲଠାରେ ନିୟନ୍ତ୍ରଣ ହରାଇ ପଦ୍ମା ନଦୀକୁ ଖସିପଡ଼ିଥିଲା। ଢାକା ଯାଉଥିବା ଉକ୍ତ ବସ୍ରେ କେତେଜଣ ପିଲାଙ୍କ ସମେତ ୪୦ ଯାତ୍ରୀ ଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଦ୍ ଛୁଟି କଟାଇ ରାଜଧାନୀ ଫେରୁଥିଲେ। ବସ୍ ମଧ୍ୟରୁ ୨୪ ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରେ ୧୧ ମହିଳା, ୬ ପୁରୁଷ ଏବଂ ୫ ଜଣ ପିଲା ଅଛନ୍ତି।

