Posted inଜାତୀୟ

ଡମ୍ପରକୁ ଧକ୍କା ଦେବା ପରେ ବସ୍‌ରେ ଲାଗିଗଲା ନିଆଁ: ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ,୧୫ ଗୁରୁତର

ଗୁନା,୨୮।୧୨: ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା  କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏବେ ପ୍ରାୟ ୧୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏବଂ ନିକଟସ୍ଥ ଲୋକଙ୍କ ସହାୟତାରେ ରିଲିଫ କାର୍ଯ୍ୟ କରାଯାଉଛି। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ।

ଦୁର୍ଘଟଣା ନେଇ ଖବର ମିଳିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରାଯାଉ ବୋଲି ପରିବହନ ବିଭାଗର ଅଧିକାରୀଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗେ ଆଗେ ଦନ୍ତା, ପଛେ ପଛେ ଲୋକେ- ବନ ବିଭାଗ କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଆନନ୍ଦପୁର ୬।୬(ସୁଶାନ୍ତ କୁମାର ସାହୁ ): ଗାଁ ପରେ ଗାଁ ବୁଲୁଛି ଦନ୍ତା । ଆଗେ ଆଗେ ଦନ୍ତା ପଛେ ପଛେ ସ୍ଥାନୀୟ ଲୋକେ ଓ ବନ…

‘ଏବେଠାରୁ ସଚେତନ ନ ରହିଲେ ଭବିଷ୍ୟତ ପିଢ଼ି ପାଇଁ ସ୍ଥିତି ହେବ ଭୟଙ୍କର’

ମହାକାଳପଡ଼ା,୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବେଣାକନ୍ଧାସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ୍‌ ଜାତୀୟ ସବୁଜ ବାହିନୀ ପକ୍ଷରୁ ୫୪ ତମ ବିଶ୍ୱ…

ଦଳରେ ବିଦ୍ରୋହ ଭିତରେ ମମତା ଖେଳିଲେ ବଡ଼ ଚାଲ୍‌, ଅଭିଷେକ ବାନାର୍ଜୀଙ୍କୁ ଘୋଷଣା କଲେ…

ନୂଆଦିଲ୍‌ଲୀ,୬।୬: ବିଧାୟକମାନଙ୍କ ବିଦ୍ରୋହ ମଧ୍ୟରେ ଟିଏମସି (TMC) ମୁଖ୍ୟ ମମତା ବାନାର୍ଜୀ ଦଳୀୟ ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମମତା ବାନାର୍ଜୀ ଏହି ନୂତନ ସଙ୍ଗଠନରେ…

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ଲକ୍ଷ ଲକ୍ଷ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୬।୬: ଗୋଟିଏ ପଟେ କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ହେବ ଅଷ୍ଟମ ବେତନ କମିଶନ (8th Pay Commission) ଅଧୀନରେ ମହଙ୍ଗା ଭତ୍ତା (DA) ଏବଂ…

ଆଜିଠାରୁ ‘ମୃତ୍ୟୁ ପଞ୍ଚକ’ ଆରମ୍ଭ: ସ୍ବପ୍ନରେ ଏହି ୭ଟି ଜିନିଷ ଦେଖିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ବଡ଼ ଅଘଟଣ!

ସନାତନ ଧର୍ମରେ ମୃତ୍ୟୁ ପଞ୍ଚକର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହାକୁ କ୍ଷତିକାରକ ଓ କଷ୍ଟଦାୟକ ବୋଲି ମାନିଥାନ୍ତି। ଯେତେବେଳେ ବି ପଞ୍ଚକ ଶନିବାର ଦିନରୁ ଆରମ୍ଭ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ପୁଳାପୁଳା ସମ୍ପତ୍ତି ଠାବ

ବାଲିଗୁଡା,୬।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ…

ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ଟଳିପଡିଲେ ସମ୍ବାରୁ, ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ

ଦେବଗଡ,୬।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ତିଲେଇବଣି ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବଡଛାପଲ ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ଅଂଶୁଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri