ଯାତ୍ରୀଙ୍କୁ ନେଇ ଯିବାବେଳେ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ୪ ଗୁରୁତର

ପାଟଣା,୨୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଚେମେଣା ନର୍ସରି ଛକରେ ଏକ ଯାତ୍ରୀବାହୀ ବସ୍‌କୁ ରବିବାର ସକାଳୁ ପଛ ପଟରୁ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।

ସୂଚନା ଯେ, କଲ୍ୟାଣୀ ନାମକ ଏକ ଯାତ୍ରୀବାହୀ ବସ୍‌ କେନ୍ଦୁଝରରୁ ଯାତ୍ରୀଙ୍କୁ ନେଇ କରଞ୍ଜିଆ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ରାଜପଥରୁ ବିଲକୁ ବସ୍‌ଟି ପଶିଯାଇଛି। ସମସ୍ତ ଆହତଙ୍କୁ ଏନ୍‌ଏଚ୍‌ଆଇ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଏକ ଆସନ୍ନ ବିପତ୍ତିରୁ ଅଳ୍ପକେ ବର୍ତିଯାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଡ୍ରଇଭରକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି।

Share
Tags: Bus Accident