ବସ-ବାଇକ ମୁହାଁମୁହିଁ ଧକ୍କା: ୩ ମୃତ

ହେମଗିର,୧୪।୧୨(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଅନ୍ତର୍ଗତ ହେମଗିର ଥାନା ସ୍ଥିତ ତୁମୁଲିଆ ଠାରେ ବସ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ତୁମୁଲିଆ ଠାରୁ ବେଲପାହାଡ ଅଭିମୁଖେ ଯାଉଥିବା ଏକ ବସ ସହିତ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ବାଇକରେ ଥିବା ତିନି ଆରୋହୀ ରାହୁଲ ପାଣ୍ଡେ, ଶ୍ୟାମ ଗିଦିଲି ଓ ଓମ ଭୈଷାଲ ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ରାହୁଲ ଓ ଶ୍ୟମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଓମଙ୍କୁ ଅଧିକ ଚିକିତ୍ସା ପାଇ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଓମଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ହେମଗିର ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ରାହୁଲ, ଶ୍ୟାମ ଏବଂ ଓମ ବାଇକ ଯୋଗେ କନିକାକୁ ଫୁଟବଲ ମ୍ୟାଚ ଦେଖିବାକୁ ଆସୁଥିବା ସମୟରେ ତୁମୁଲିଆଠାରେ ବସ ସହିତ ଧକ୍କା ହୋଇଥିଲା।