ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ବସ୍ ସହ ବାଇକ୍ର ମୁହାଁମୁହିଁ ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକଙ୍କ ନାଁ ପ୍ରଭାତ ବୈଦ୍ୟ (୪୨) ଏବଂ ତାଙ୍କ ଘର ଚାନ୍ଦବାଲି ଥାନା ଅଧୀନ ଚଡ଼ଦିଆ ଗ୍ରାମରେ ବୋଲି ଜଣାଯାଇଛି l ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ l ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ତିହିଡ଼ି ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଅବରୋଧ ହଟି ନ ଥିବା ଜଣାଯାଇଛି। ବାଇକ୍ ଚାଳକ ପ୍ରଭାତ ଭଦ୍ରକରୁ ଘରକୁ ଫେରୁଥିବାବେଳେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ଖୁସି ନାମକ ଏକ ବସ୍ ନଂ ଓଡ଼ି ୩୪ଡ଼ି ୬୩୭୭ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଭାତଙ୍କର ମୃତ୍ୟୁ ଘଟିଥିଲା। ତେବେ ଲୋକେ ଉତ୍ତ୍ୟକ୍ତ ହୋଇ ବସ୍ ଚାଳକଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି।