ବୁରୁସାହିକୁ ଆଦର୍ଶ ଗ୍ରାମ ନିର୍ଦ୍ଦେଶରେ ସୀମିତ

ଜେନାପୁର,୧୨।୪(ଡି.ଏନ.ଏ.): ଯାଜପୁର ଜିଲାର ଦ୍ୱିତୀୟ ନଗଡ଼ା ଭାବେ ଧର୍ମଶାଳା ବ୍ଲକ୍‌ ଅଧୀନ ଅଞ୍ଜିରା ପଞ୍ଚାୟତର ବୁରୁସାହି ଗ୍ରାମ ପରିଚିତ। ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରୁ ୨୫ରୁ ଊଦ୍ଧର୍‌ବ ଆଦିବାସୀ ପରିବାର ଆସି ବସବାସ କରୁଛନ୍ତି। ଏମାନେ ସ୍ଥାନୀୟ କ୍ରଶର ଓ ପାହାଡ଼ରେ କାମକରି ଜୀବିକା ନିର୍ବାହ କରନ୍ତି। ଏହି ଖବର ବିଭିନ୍ନ ଗଣମାଧ୍ୟମ ଓ ସଚେତନ ନାଗରିକ ମଞ୍ଚ ପ୍ରଚେଷ୍ଟାରେ ପ୍ରକାଶ ପାଇବା ପରେ ୨୦୧୯ରେ ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ବୁରୁସାହି ଗସ୍ତ କରି ଗ୍ରାମବାସୀଙ୍କ ସମସ୍ୟା ଦେଖିବା ପରେ ଗ୍ରାମରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଓ ରାସ୍ତା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହିତ ଏହାକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଅଙ୍ଗନଓ୍ବାଡି ଗୃହ, ବିଦ୍ୟାଳୟ, ପାନୀୟ ଜଳ, ସଡ଼କ, ବାତ୍ୟା ଆଶ୍ରୟସ୍ଥଳୀ ଓ ପ୍ରତି ସପ୍ତାହରେ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିକଟସ୍ଥ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବ୍ଲକ୍‌ ପ୍ରଶାସନ ଏଠାରେ ହାତଗଣତି ଜମି ପଟ୍ଟାଦେଇ କାମ ସାରିଦେଇଛି।
ଆଦର୍ଶ ଗ୍ରାମ ଗଠନ କଥା କେହି ମନେ ରଖିନାହାନ୍ତି। ଏଠାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଲା ଭଳି ଦେଖିବାକୁ ମିଳୁଛି। ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଭଙ୍ଗା ଚାଳଛପର ଘରେ ତ ଆଉ କେତେବେଳେ ଖୋଲା ଆକାଶ ତଳେ ଶିକ୍ଷାଦାନ କରାଯାଉଛି। ଅଙ୍ଗନଓ୍ବାଡି ଗୃହ ଅଧାପନ୍ତରିଆ ହୋଇରହିଛି। କୋମଳମତି ଶିଶୁ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି। ଏହି ଲୋକମାନେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ଅତି ନିକଟରୁ ଦେଖିଥିଲେ ମଧ୍ୟ ତାଙ୍କ ଅସୁବିଧାକୁ ସୁବିଧା କରିବାକୁ କେହି ତିଳେ ହେଲେ ଆଗ୍ରହ ପ୍ରକାଶ କରିନାହାନ୍ତି। ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ରାମବାସୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚତ୍ ପାରୁନାହିଁ। କୁଡ଼ିଆ, ଜରିପାଲ ତଳେ ରହୁଥିବା ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନ କଥା ନ କହିବା ଭଲ। ଝଡ଼ତୋଫାନ କି ବାତ୍ୟା ହେଲେ ଲୋକଙ୍କୁ ପକ୍କାଘର କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ଏଠାରେ ସେପରି କିଛି ହୁଏନାହିଁ। ଗ୍ରାମରେ ୨ଟି ନଳକୂପ ଥିଲେ ମଧ୍ୟ ପାଣି ବାହାରୁ ନ ଥିବାରୁ ପାଖରେ ଥିବା କମ୍ପାନୀ ନଳକୂପ ନଚେତ ନାଳ ପାଣିକୁ ଲୋକେ ବ୍ୟବହାର କରୁଛନ୍ତି। ରାଶନ ସାମଗ୍ରୀ ପାଇଁ ୫ କିଲୋମିଟର କଚ୍ଚା ରାସ୍ତାରେ ଚାଲିଚାଲି ଯାଉଛନ୍ତି। ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ବେଳେ କିଛିଦିନ ପରେ ତାହା ବନ୍ଦ ହୋଇଯାଇଛି। ନିକଟରେ ସଚେତନ ନାଗରିକ ମଞ୍ଚର ଯାଜପୁର ଆବାହକ ସରୋଜକାନ୍ତ ବେହେରା ଉପଜିଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଭେଟି ଏହି ଆଦିବାସୀ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ସେ କହିଛନ୍ତି, ବୁରୁସାହିର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ସେଠାରେ ଯାହା ସମସ୍ୟା ଅଛି ତା’ର ତୁରନ୍ତ ସମାଧାନ କରାଯିବ। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri