ରାତିରେ ଶୋଇଥିଲେ ପରିବାର ଲୋକେ, ହଠାତ୍‌ ଜୋର ଶବ୍ଦ କରି ଫାଟିଲା ଗ୍ୟାସ୍‌ ଟାଙ୍କି, ଆଉ ତା’ ପରେ…

କେନ୍ଦୁଝର,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ପାତ୍ର ସାହିରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ପରିବାର ଲୋକେ ଶୋଇଥିବାବେଳେ ରୋଷେଇ ଘରେ ଥିବା ଗ୍ୟାସ୍‌ ଟାଙ୍କିଟି ହଠାତ୍‌ ଫାଟି ଯାଇଥିଲା। ଫଳରେ ଘର ଜଳି ଯିବା ସହ ଆସବାବପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ପ୍ରଚଣ୍ଡ ଶବ୍ଦ ହେବାରୁ ପରିବାର ଲୋକେ ଉଠି ଘର ପୋଡ଼ିଯାଉଥିବା ଦେଖିଥିଲେ। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାରୁ ଗ୍ରାମବାସୀ ଓ ପରିବାର ଲୋକେ ନିଆଁକୁ ଆୟତ୍ତ କରିଥିଲେ। ଗ୍ୟାସ୍‌ ଟାଙ୍କି ଫାଟିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି।

Share