ସମିତିସଭ୍ୟଙ୍କ ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୫ରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ

ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ସମିତିସଭ୍ୟ ଶ୍ରୀନିବାସ ବିଶ୍ୱାଳଙ୍କ ଛେଳି ଗୁହାଳରେ ରବିବାର ସନ୍ଧ୍ୟାରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗୁହାଳରେ ଥିବା ୧୫ରୁ ଊର୍ଦ୍ଧ୍ୱ ଛେଳିଙ୍କର ମୃତ୍ୟୁ ଘଟିଛି। କିଏ କାହିଁକି ନିଆ ଲଗାଇଲା ସେନେଇ ସଠିକ କିଛି ଜଣାପଡ଼ିନାହିଁ।

ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିସହ ସେହି ରବିବାର ରାତିରେ ଭଞ୍ଜନଗର ସହର ପୁରୁଣା ବଜାର ସାହି ଏକ ହୋଟେଲରେ ନିଆଁ ଲାଗି ଯାଇଥିଲା। ଦମକଳହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Dharitri – Odisha’s No.1 Odia Daily

Share