ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ଯୁବ ବ୍ୟାଡ୍ମିଣ୍ଟନ ଖେଳାଳି ବର୍ନିଲ ଆକାଶ ଚାଙ୍ଗମାଇ ଏଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନ ଏସିଆ ଜୁନିୟର ଚାମ୍ପିୟନଶିପ୍ ୧୫ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ବିଭାଗରେ ସ୍ବର୍ଣ୍ଣ ଜିତିଛନ୍ତି। ୧୩ ବର୍ଷୀୟ ବର୍ନିଲ ଫାଇନାଲରେ ଫାନ୍ ହଙ୍ଗ୍ ଜୁଆନଙ୍କୁ ୨୧-୧୯, ୨୧-୧୩ରେ ହରାଇ ଦେଇଥିଲେ। ରବିବାର ଖେଳାଯାଇଥିବା ଏହି ମ୍ୟାଚ ମାତ୍ର ୩୪ ମିନିଟରେ ଶେଷ ହୋଇଥିଲା। ୨୦୧୩ରେ ସିରିଲ ବର୍ମାଙ୍କ ପରେ ଆସାମର ବର୍ନିଲ ଭାରତର ଦ୍ୱିତୀୟ ଜୁନିୟର ଖେଳାଳି ଭାବେ ଏହି ମର୍ଯ୍ୟାଦାପୂର୍ଣ୍ଣ ଟୁର୍ନାମେଣ୍ଟରେ ଟପ୍ ପୋଡିୟମ ଫିନିଶ କରିଛନ୍ତି। ଭାରତୀୟ ଖେଳାଳି ଟୁର୍ନାମେଣ୍ଟ ସାରା ଭଲ ପ୍ରଦର୍ଶନ କରିଆସୁଛନ୍ତି। ଶନିବାର ସେମିଫାଇନାଲରେ ସେ ନିଜ ଦେଶର ଜାଗଶେର ସିଂ ଖାଙ୍ଗୁରାଙ୍କୁ ହରାଇ ଦେଇଥିଲେ।
ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍ ବାଳିକା ଫାଇନାଲରେ ଭାରତର ତନ୍ଭି ଶର୍ମା ହାରିଯାଇଛନ୍ତି। ଚେଙ୍ଗ୍ଡୁ ଓ୍ବେନ୍ଜିଆଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ଥାଇଲାଣ୍ଡର ୟାତାଓ୍ବିମିନ୍ କେତକ୍ଲିଙ୍ଗ୍ଙ୍କଠାରୁ ୧୭-୨୧, ୨୧-୧୧, ୧୯-୨୧ରେ ପରାଜିତ ହୋଇଥିଲେ। ପରାଜୟ ସତ୍ତ୍ୱେ ଉନ୍ନତି ହୁଦାଙ୍କ ପରେ ତନ୍ଭି ଦ୍ୱିତୀୟ ଭାରତୀୟ ବାଳିକା ଭାବେ ୧୭ ବର୍ଷରୁ କମ୍ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଉନ୍ନତି ଗତବର୍ଷ ଥାଇଲାଣ୍ଡରେ ନନ୍ଥାବୁରିଠାରେ ଫାଇନାଲ ଖେଳିଥିଲେ। ମାତ୍ର ସେ ହାରିଯିବାରୁ ରୌପ୍ୟ ଜିତିଥିଲେ। ବର୍ନିଲଙ୍କ ଏହି ପ୍ରଦର୍ଶନ ଭାରତୀୟ ବ୍ୟାଡ୍ମିଣ୍ଟନ ପାଇଁ ଜୁନିୟର ସର୍କିଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା। ଚଳିତ ମାସ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍ରେ ଆୟୁଷ ଶେଟ୍ଟି ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ନିକଟରେ ହାଙ୍ଗ୍ଝୋଠାରେ ଅନୁଷ୍ଠିତ ହୋଇଯାଇଥିବା ଏସିଆନ ଗେମ୍ସରେ ଭାରତର ଟପ୍ ବ୍ୟାଡ୍ମିଣ୍ଟନ ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ପୁରୁଷ ଡବଲ୍ସ ଯୋଡ଼ି ଚିରାଗ ଶେଟ୍ଟି ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଐତିହାସିକ ସ୍ବର୍ଣ୍ଣ ସହ ବିଶ୍ୱର ନମ୍ବର ଓ୍ବାନ ଯୋଡ଼ି ହୋଇଯାଇଥିଲେ। ବ୍ୟାଡ୍ମିଣ୍ଟନ ଷ୍ଟଲଓ୍ବାର୍ଟ ଏଚ୍ଏସ୍ ପ୍ରଣୟଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବୀ ରହିଥିଲା। ସେ ଏହି ମହାଦେଶୀୟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…
ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…
ନଦୀକୁ ଖସିଲା ବସ୍: ୨୪ ମୃତ, ଏବେ ବି ଅନେକ ନିଖୋଜ
ଢାକା,୨୬ା୩: ବାଂଲାଦେଶରେ ଏକ ବସ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…
ବସଷ୍ଟାଣ୍ଡରେ OSRTC ବସ୍ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO
କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…
ଚକ୍ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…
ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…
କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…
ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍ର ଗଞ୍ଜେଇ ଜବତ, ମୂଲ୍ୟ…
ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…
Archives

