ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍ ବୁଲେଟରେ ନିଆଁ ଲାଗି ଯାଇଥିଲା । ହୁତୁହୁତୁ ହୋଇ ବୁଲେଟ୍ ଗାଡ଼ି ଜଳି ଯାଇଥିବା ବେଳେ ଲୋକେ କିଛି ବୁଝି ପାରି ନଥିଲେ । ତୁରନ୍ତ ଅଫିସରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରକୁ ଜଣେ ଅଫିସ୍ କର୍ମଚାରୀ ଆଣି ନିଆଁକୁ ଲିଭାଇ ଆୟତ୍ତ କରିଥିଲେ ।

ପାଖରେ ଥିବା କାର ଓ ଅନ୍ୟ ଗାଡ଼ି ଅଳ୍ପକେ ନିଆଁ ଦାଉରୁ ରକ୍ଷା ପାଇଯାଇଥିଲା । ପାଖରେ ଏକ୍ସୁଟିଭ ମାଜିଷ୍ଟ୍ରେଟ୍ ଅଫିସ ଥିଲା । ପରେ ଅଗ୍ନଶମ ଵିଭାଗର ଗାଡ଼ି ପହଞ୍ଚି ଥିଲା ସେତେବେଳକୁ ବୁଲେଟ୍ ଗାଡ଼ି ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଥିଲା । ତେବେ କିପରି ବୁଲେଟ୍ ନିଆଁ ଲାଗିଲା ତାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ତହସିଲ୍ ଅଫିସ୍ ପରିସରରେ ବୁଲେଟ୍ ଗାଡ଼ି ଆପେ ଆପେ ଜଳିଗଲା ନା ସର୍ଟ ସର୍କିଟ ହୋଇ ଜଳିଗଲା ନା ତାକୁ କିଏ ନିଆଁ ଲଗାଇ ଦେଲା ସେନେଇ ଏଵେ ଜୋର ଚର୍ଚ୍ଚା ଚାଲିଛି । ପୋଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଆଲୋଚନା ହେଉଛି ।

 

Dharitri – Odisha’s No.1 Odia Daily