ବୁଲିଲା ବୁଲ୍‌ଡୋଜର, ପାଲବଣିରୁ ମେଡିକାଲ କଲେଜ ରାସ୍ତା ଉଚ୍ଛେଦ

ବାରିପଦା,୨୮ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ଓ ବାରିପଦା ପୌରପରିଷଦ ପକ୍ଷରୁ ସରକାରୀ ଜମି ଉପରେ ବୁଲଡୋଜର ବୁଲୁଛି। ପାଲବଣିରୁ ପିଆରଏମ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ୪ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ଜବରଦଖଲ ମୁକ୍ତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ୬ଟି ବୁଲଡୋଜର ଉଚ୍ଛେଦ ପ୍ରକ୍ରିୟାରେ ନିୟୋଜିତ ରହିଛନ୍ତି। ବାରିପଦା ସଦର ଉପଜିଲାପାଳ ଡ.ଦୟାସିନ୍ଧୁ ପରିଡ଼ା ମାଜିଷ୍ଟ୍ରେଟ୍‌ ଭାବେ ରହିଥିବା ବେଳେ ଶାନ୍ତିଶୃଙ୍ଖଳା ନିମନ୍ତେ ବାରିପଦା ତହସିଲଦାର, ଟାଉନ ଥାନାଧିରାରୀ ସମେତ ୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି।

ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଉକ୍ତ ୬୧ ନମ୍ବର ରାଜ୍ୟ ରାଜପଥର ପାଲବଣିରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ୫କିମି ରାସ୍ତା ୪ ଥାକିଆ ବିଶିଷ୍ଟ ହେବ। ପୂର୍ତ୍ତବିଭାଗ ପକ୍ଷରୁ ଏଥିପାଇଁ ୪୦,୬୬,୪୪,୯୯୫ ଟଙ୍କାରେ ଉକ୍ତ କାର୍ଯ୍ୟ ହେବାକୁ ଥିବା ବେଳେ ଅନ୍‌ଲାଇନ ଟେଣ୍ଡର ଆହ୍ବାନ କରାଯାଇଛି। ସର୍ଭିସ ରୋଡ୍‌ ସମେତ ୪ ଥାକିଆ ହେବ। ରାସ୍ତାର ପ୍ରଶସ୍ତିକରଣ ହୋଇ ୨୯ରୁ ୩୦ ମିଟର ହେବ। ବର୍ତ୍ତମାନ ପ୍ରଶସ୍ତିକରଣ କାର୍ଯ୍ୟ ପାଲବଣିରୁ ରଙ୍ଗମାଟିଆ ପର୍ଯ୍ୟନ୍ତ ହେଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାକି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri