ବରଗଡ଼ରେ ପୁଣି ବୁଲିଲା ବୁଲ୍‌ଡୋଜର

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବୁଧବାର ସ୍ଥାନୀୟ ବାନ୍ଦୁଟିକ୍ରା ଛକରୁ ଘୁଲିପାଲି ଛକ ରାସ୍ତା ପାଶର୍‌ବ ଜବରଦଖଲ ଉଚ୍ଛେଦ କରାଯାଉଛି। ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ ପାଇଁ ଏହି ଉଚ୍ଛେଦ ଚାଲିଛି। ତେବେ ବହୁ ପ୍ରତିକ୍ଷିତ ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ୍‌ ରାସ୍ତା ପାଶର୍‌ବ ଜବରଦଖଲ କେବେ ଉଚ୍ଛେଦ ହେବ, ତାକୁ ସହରବାସୀ ଚାହିଁ ବସିଛନ୍ତି। ଏ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଥିବାବେଳେ ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି।

Dharitri – Odisha’s No.1 Trusted Odia Daily

Share
Tags: Bulldozer