କେନ୍ଦ୍ରୀୟ ଟିମ୍‌ ଫୋକସ୍‌ରେ ‘ବଲ୍କ ଓ୍ବେଷ୍ଟ ଜେନେରେଟର୍ସ’

ଭୁବନେଶ୍ୱର,୧୭।୬ (ବନ୍ଦନା ସେଠୀ): ୨୦୨୪ ସ୍ବଚ୍ଛ ସର୍ବେକ୍ଷଣର ତୃତୀୟ ପର୍ଯ୍ୟାୟ ସର୍ବେକ୍ଷଣ ଜୁଲାଇ ୫ରୁ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ରାଜ୍ୟର ୟୁଏଲ୍‌ବି ପରିଦର୍ଶନ କରିବେ। କେନ୍ଦ୍ରୀୟ ଟିମ୍‌ ଖୁବ୍‌ଶୀଘ୍ର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ମଧ୍ୟ ପରିଦର୍ଶନରେ ଆସିବେ। ତେବେ ଚଳିତ ଥର ଟିମ୍‌ ଫୋକସ୍‌ରେ ‘ବଲ୍କ ଓ୍ବେଷ୍ଟ ଜେନେରେଟର୍ସ’ (ବିଡବ୍ଲ୍ୟୁଜିଏସ୍‌)ଙ୍କ କାର୍ଯ୍ୟକଳାପ ରହିବ। ଏମାନେ ଯେଉଁ ବର୍ଜ୍ୟ ଉତ୍ପାଦନ କରୁଛନ୍ତି ତାହା କିପରି ସଂଗ୍ରହ ହେଉଛି, କିପରି ପରିବହନ କରାଯାଉଛି ଏବଂ ସବୁଠାରୁ ବଡ଼ କଥା ହେଉଛି ତାହା ଠିକ୍‌ ଭାବେ ପ୍ରକ୍ରିୟାକରଣ ହେଉଛି କି ନାହିଁ ତା’ର ତଦାରଖ କେନ୍ଦ୍ରୀୟ ଟିମ୍‌ କରିବେ। ସେହି ଅନୁପାତରେ ସ୍ବଚ୍ଛ ସର୍ବେକ୍ଷଣରେ ବିଭିନ୍ନ ୟୁଏଲ୍‌ବିକୁ ର଼୍ୟାଙ୍କ୍‌ ମିଳିବ। ଏନେଇ କେନ୍ଦ୍ରୀୟ ସ୍ବଚ୍ଛ ଭାରତ ମିଶନ (ସହରାଞ୍ଚଳ) ଯୁଗ୍ମ ନିର୍ଦ୍ଦେଶକ ଏବଂ ଜାତୀୟ ମିଶନ ନିର୍ଦ୍ଦେଶକ ରାଜ୍ୟ ସହରାଞ୍ଚଳ ବିକାଶ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ତେବେ କେବଳ ଏତିକିରେ ଯାଞ୍ଚ ସୀମିତ ରହିବ ନାହିଁ, ବରଂ ସ୍ବଚ୍ଛତାର ଅନ୍ୟ ସମସ୍ତ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ସେହିପରି ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ସାମିଲ ରହିଥିବା ସମସ୍ତ ଅଂଶୀଦାର କିମ୍ବା ଏଜେନ୍ସି ଯେଭଳି ନିରୀକ୍ଷଣ କାର୍ଯ୍ୟରେ ସହଯୋଗ କରିବେ ତାହାକୁ ରାଜ୍ୟ ମିଶନ ନିର୍ଦ୍ଦେଶକ, ପୌରନିଗମ କମିଶନର, କାର୍ଯ୍ୟକାରୀ ଅଧିକାରୀ ନିଶ୍ଚିତ କରାଇବେ ବୋଲି ଉଲ୍ଲେଖ ହୋଇଛି।
୨୦୨୨ରେ ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୮୦ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ୨୦୨୩ରେ ୩୪ତମ ର଼୍ୟାଙ୍କ୍‌ ମିଳିଥିଲା। ଏଥିସହ ଓ୍ବାଟର ପ୍ଲସ୍‌ ଏବଂ ଗାର୍‌ବେଜ୍‌ ଫ୍ରି ବା ଆବର୍ଜନା ମୁକ୍ତ ସହର ଭାବେ ୩ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଥିଲା। ତେବେ ଚଳିତ ଥର ସର୍ବେକ୍ଷଣରେ ବଲ୍କ ଓ୍ବେଷ୍ଟ ଜେନେରେଟର୍ସଙ୍କ କାର୍ଯ୍ୟକଳାପକୁ ଆଧାର କରି ମାର୍କିଂ କରାଗଲେ ବିଏମ୍‌ସି ପାଇଁ ର଼୍ୟାଙ୍କ ହାସଲ ସହଜ ହେବନାହିଁ ବୋଲି ଆଶଙ୍କା କରାଯାଉଛି। ବିଏମ୍‌ସି ଅଞ୍ଚଳରେ ଥିବା ବହୁତଳ ଆପାର୍ଟମେଣ୍ଟ, ରେଷ୍ଟୁରାଣ୍ଟ, ହୋଟେଲରୁ ଦୈନିକ ୧୦୦କି,ଗ୍ରାରୁ ଅଧିକ ଆବର୍ଜନା ବାହାରୁଥିବାବେଳେ ସେମାନେ ତାହାକୁ ବିଏମ୍‌ସିକୁ ଦେଉଛନ୍ତି। ବିଶେଷକରି ସେଠାରୁ ବାହାରୁଥିବା ଓଦା ବର୍ଜ୍ୟକୁ ନିଜେ ପ୍ରକ୍ରିୟାକରଣ କରିବା ପାଇଁ ନିୟମ ରହିଥିବାବେଳେ କେହି ଏହାକୁ ପାଳନ କରୁନାହାନ୍ତି। ବିଏମ୍‌ସିର ସଫେଇ କର୍ମଚାରୀ ଆସିବେ ଏବଂ ସେମାନଙ୍କ ନିକଟରୁ ଦୈନିକ ଆବର୍ଜନା ନେବେ ଏହି ଧାରାରେ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଛନ୍ତି। ଏହାଦ୍ୱାରା ସହରର ଆବର୍ଜନା ଗଦା ହେଉଥିବା ଟେମ୍ପରାରୀ ଟ୍ରାନ୍‌ଜିଟ୍‌ ଷ୍ଟେଶନ (ଟିଟିଏସ୍‌) ଉପରେ ଅତିରିକ୍ତ ବୋଝ ପଡୁଛି। ଠିକ୍‌ ଭାବେ ବର୍ଜ୍ୟ ପ୍ରକ୍ର୍ରିୟାକରଣ ହୋଇ ନ ପାରିବାରୁ ବିଏମ୍‌ସିକୁ ସମାଲୋଚିତ ହେବାକୁ ପଡୁଛି। ତେଣୁ ପରିଦର୍ଶନରେ ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍‌ ଯଦି ଏହି ଦିଗକୁ ଧ୍ୟାନ ଦେବେ ତେବେ ସର୍ବେକ୍ଷଣରେ ବିଏମ୍‌ସିର ଭଲ ର଼୍ୟାଙ୍କ୍‌ ପାଇବା ଆଶା ମଉଳିଯିବ। ଏନେଇ ବିଏମ୍‌ସିର ପରିମଳ ବିଭାଗ ଡେପୁଟି କମିଶନର ଡା. ମନୋରଞ୍ଜନ ସାହୁ କହିଛନ୍ତି, କେନ୍ଦ୍ରୀୟ ଟିମ୍‌ ବିଏମ୍‌ସିକୁ କେବେ ଆସିବେ ସେ ନେଇ କିଛି ସୂଚନା ମିଳିନାହିଁ। ନିୟମ ଅନୁଯାୟୀ, ବଲ୍କ ଓ୍ବେଷ୍ଟ ଜେନେରେଟରମାନେ ଦୈନିକ ବାହାରୁଥିବା ଓଦା ଆବର୍ଜନାକୁ ନିଜେ ପ୍ରକ୍ରିୟାକରଣ କରିବା କଥା। ମାତ୍ର କେହି ସେପରି କରୁନାହାନ୍ତି। ତେଣୁ ଏନେଇ ବିଏମ୍‌ସି ପକ୍ଷରୁ ସଚେତନ କରାଯାଉଛି। ଏନେଇ ଗତ କିଛିଦିନ ତଳେ ସହରର ୬୬୪ଜଣ ବଲ୍କ ଓ୍ବେଷ୍ଟ ଜେନେରେଟରଙ୍କୁ ଚିହ୍ନଟ କରାଯାଇ ବିଏମ୍‌ସି ପକ୍ଷରୁ ଚିଠି କରାଯାଇଥିଲା। ସେମାନଙ୍କ ସହ ଆଲୋଚନା କରାଯିବା ସହ ଆବର୍ଜନା ପ୍ରକ୍ରିୟାକରଣ କରିବା ପାଇଁ ସଚେତନ କରାଯାଇଥିଲା। ଖୁବ୍‌ଶୀଘ୍ର ଏନେଇ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଚଳିତ ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସି ପୂର୍ବାପେକ୍ଷା ଆହୁରି ଭଲ କରିବ ବୋଲି ଡା. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri