Posted inଫୁରସତ

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ କରିଥିବାର ଜଣାଯାଉଛି। ଯାହା ପାଖରେ କିଛି ବିଶିଷ୍ଟ ଜ୍ଞାନ ରହିଛି, ଯେଉଁମାନେ ଅଭିଜ୍ଞ, ସେମାନଙ୍କୁ ଆଣିବା, କୋଣାର୍କରେ ଅବସ୍ଥାନ କରାଇବା, ସେମାନଙ୍କଠାରୁ ପରାମର୍ଶ ନେବା, ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ କାମନା କରିବା, ଏସବୁ ଧାରାବାହିକ ଭାବରେ ସେ କରାଉଥିଲେ। ସନାତନ ପରମ୍ପରାର ଏହା ଏକ ସହୃଦୟ ଏବଂ ସ୍ବାଭାବିକ ଦିଗ। ଗଜପତି ଏଥିପ୍ରତି ସତର୍କ ରହିବା ଶୁଭ ଲକ୍ଷଣ।
ହଠାତ୍‌ କାର୍ତ୍ତିକମାସ ଶୁକ୍ଳ ଏକାଦଶୀ ଦିନ ଗଜପତିଙ୍କ ପାଖରୁ ଏକ ‘ଆଦେଶନାମା’କୋଣାର୍କରେ ପହଞ୍ଚତ୍ଥିଲା। ସେଥିରେ ଲେଖାଥିଲା-
ବଳଶ୍ରୀଙ୍କ ସହିତ ୧୩ଜଣ ବିଶିଷ୍ଟ ବ୍ୟକ୍ତି ଆସିବେ ମନ୍ଦିର ନିର୍ମାଣ ଦେଖିବାକୁ। ସେମାନଙ୍କ ସହିତ ସାନ୍ଧିବିଗ୍ରହିକ ରାଜଗୁରୁ ପଣ୍ଡିତ ବିଶ୍ୱନାଥ ମହାପାତ୍ର ରହିବେ। କୁଶଭଦ୍ରା ନଦୀକୂଳରେ ପହଞ୍ଚତ୍ବା ପରେ ସେମାନଙ୍କୁ କୋଣାର୍କ ପର୍ଯ୍ୟନ୍ତ ପାଛୋଟି ନିଆଯିବାର ବ୍ୟବସ୍ଥା କରାଯାଉ।
ଶିବେଇ ସାମନ୍ତରାଙ୍କ ପରାମର୍ଶରେ ସେମାନଙ୍କୁ କଡ଼ା ସୁରକ୍ଷା ଦିଆଯାଇ କୁଶଭଦ୍ରା ନଦୀଠାରୁ ପାଛୋଟି ନିଆଯାଇଥିଲା। ଏହାପରେ ପରେ ପରମ ବୈଷ୍ଣବୀ ମହାରାଣୀ ସୀତାଦେବୀ କୋଣାର୍କରେ ପଦାର୍ପଣ କରିଥିଲେ। ତାଙ୍କ ସହିତ ଆଉଜଣେ ରାଜଗୁରୁ ମଧ୍ୟ ଆସିଥିଲେ। ମହାରାଣୀଙ୍କ ନିମନ୍ତେ ସ୍ବତନ୍ତ୍ର ବାସଗୃହ ଶିବିର ନିର୍ମାଣ ହୋଇଥିଲା। ସୀତାଦେବୀ ଥିଲେ ମାଳବଦେଶ ରାଜାଙ୍କର କନ୍ୟା। ଗଜପତି ମହାରାଜାଙ୍କର ଦ୍ୱିତୀୟ ମହାରାଣୀ। ସେ ଶିବିରରେ ରହି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବାବେଳେ ନୀଳଗିରି ପାହାଡ଼ ପଥରକୁ ପରଖିବା ଲାଗି ଯାଇଥିବା ଜଗନ୍ନାଥ ମହାପାତ୍ର ୩୭ଜଣ ପଥୁରିଆଙ୍କ ସହିତ କୋଣାର୍କରେ ପହଞ୍ଚତ୍ଥିଲେ। ମହାରାଣୀ ସେମାନଙ୍କ ସହିତ ଭାବ ବିନିମୟ କରିଥିଲେ।
ଶିବେଇ ସାମନ୍ତରା ଓ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଦାୟିତ୍ୱରେ ଥିବା ‘ବଳଶ୍ରୀ’ଙ୍କୁ ଏହି ଅବସରରେ ମହାରାଣୀ ଏକ ପ୍ରସ୍ତାବ ଦେଇଥିଲେ। ମହାରାଣୀଙ୍କ ଇଚ୍ଛା ଥିଲା ଏଠାରୁ କେତେଜଣ ଶିଳ୍ପୀ ଓ ପଥୁରିଆଙ୍କୁ ‘ରେମୁଣା’ ଦଣ୍ଡପାଟକୁ ପଠାଯାଉ। ସେଠାରେ ସେମାନେ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ କରିବେ…। ସେତେବେଳକୁ ମନେହୁଏ ଶ୍ରୀଗୋପୀନାଥ ପ୍ରତିଷ୍ଠା ପାଇସାରିଥିଲେ। ପୂଜା-ଉପାସନା ଚାଲିଥିଲା, କିନ୍ତୁ ଭବ୍ୟ ମନ୍ଦିର ନ ଥିଲା।
ମହାରାଣୀଙ୍କ ଇଚ୍ଛା… ଲିପିବଦ୍ଧ ହେଲା। ‘ଇଚ୍ଛାପତ୍ର’ଟି କଟକର ବିଡ଼ାନାସୀ ଉଆସକୁ ପଠାଗଲା। ଇଚ୍ଛାପତ୍ର ନେଇ ଯାଉଥିବା ପାଇକଙ୍କୁ ନିଜ ହାତରୁ ପାଉଣା ଦେଲେ ସିନା ରାଜକୋଷରୁ ନୁହେଁ…। ଏଇଠି ଏକ ଉଲ୍ଲେଖନୀୟ ଘଟଣା ଘଟିଥିଲା। ମହାରାଜା ଯେଉଁ ବିଶ୍ୱର ବିସ୍ମୟ ମନ୍ଦିରଟିଏ ନିର୍ମାଣ କରାଉଛନ୍ତି, ସେଥିପ୍ରତି ସକାରାତ୍ମକ ଭାବନା କିପରି ମହାରାଣୀମାନଙ୍କର, ରାଜକର୍ମଚାରୀଙ୍କର ରହୁଥିଲା ତାହା ଲକ୍ଷ୍ୟ କରିବା କଥା। ଏହାକୁ କୁହାଯାଏ ମିଳିତ ସହଯୋଗ।
ପାଇକ ଇଚ୍ଛାପତ୍ର ନେଇ ବିଡ଼ାନାସୀ ଚାଲିଯିବା ପରେ ମହାରାଣୀ ସୂତ୍ରଧର ସଦାଶିବ ମହାପାତ୍ର ସାମନ୍ତରାୟ (ଶିବେଇ ସାମନ୍ତରା)ଙ୍କୁ ୭୦୦ ଛୋଟ ସୁବର୍ଣ୍ଣ ମାଢ଼ ଦେଇଥିଲେ। ସର୍ତ୍ତ ଥିଲା- ୧) ଏଥିରୁ ୪୦୧ଟି ମାଢ଼ କୋଣାର୍କ କୋଷାଗାରକୁ ଯିବ। ୨) କୃତଜ୍ଞତା ସ୍ବରୂପ ୨୯୯ ମାଢ଼ ସୁନା ଶିଳ୍ପୀଙ୍କୁ ବଣ୍ଟାଯିବ(ଏହା ପାଉଣା ବାଦେ)। ଶିଳ୍ପୀମାନଙ୍କୁ ଉତ୍ସାହ ଏବଂ ପ୍ରେରଣା ଦେବାର ସ୍ମରଣୀୟ ଉଦାହରଣ ଆମର ଐତିହ୍ୟ। କିଛିଦିନ ପରେ ମହାରାଣୀ ବାହୁଡ଼ିଗଲେ।
ମହାରାଣୀ ବାହୁଡ଼ିବା ପରଦିନ ପାଞ୍ଚପାୟା ଦେବୀ ରାମଚଣ୍ଡୀ ବିଗ୍ରହ ନିର୍ମାଣ ଆରମ୍ଭ କରିଥିଲେ ଗଦାଧର ମହାପାତ୍ର। ମୁଗୁନି ପଥରରେ ଦେବୀ ବିଗ୍ରହ ନିର୍ମାଣ ହୋଇଥିଲା। ମୁଖ୍ୟ ମନ୍ଦିରର ଅନୁରଥରେ ଚାରି ଦେବମୂର୍ତ୍ତି ମୁଗୁନି ପଥରରେ ନିର୍ମାଣ ମଧ୍ୟ ହୋଇଥିଲା। ଦେବୀ ରାମଚଣ୍ଡୀ ବିଗ୍ରହଙ୍କ ସହିତ ଚାରି ଦେବମୂର୍ତ୍ତି ଦେଶାନ୍ତର ହୋଇଯାଇଛନ୍ତି। ଲଣ୍ଡନ ସଂଗ୍ରହାଳୟରେ ଅଛନ୍ତି। ଏମାନଙ୍କ ସହିତ ଚାରିମୁଣ୍ଡ ଥିବା ଶ୍ରୀଗଣେଶ ମୂର୍ତ୍ତି, ନୃତ୍ୟରତ ଶିବ ବିଗ୍ରହ, ଦଣ୍ଡାୟମାନ ସୂର୍ଯ୍ୟଙ୍କ ବିଗ୍ରହ ଓ ଯୁଦ୍ଧରତ ଦେବୀ ଦୁର୍ଗାଙ୍କ ବିଗ୍ରହ ମଧ୍ୟ ଲଣ୍ଡନ ସଂଗ୍ରହାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ଗର୍ଭର ଉପର ଜଙ୍ଘରେ ସ୍ଥାନିତ ହୋଇଥିବା ଅଷ୍ଟ ଦିଗପାଳ ଏବଂ ଅଷ୍ଟ ଦିଗପାଳଙ୍କ ପତ୍ନୀ, ଏହିପରି ୧୬ ବିଗ୍ରହ ମଧ୍ୟ ଲଣ୍ଡନରେ ଅଛନ୍ତି। ସେହିପରି ଶ୍ରୀନାଟାମ୍ବର ବିଗ୍ରହ ମଧ୍ୟ ସେଇ ସଂଗ୍ରହାଳୟରେ ଅଛି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?